ETV Bharat / bharat

ବଢୁଛି ପେଟ୍ରୋଲ-ଡିଜେଲ ଦର, ମୋଦିଙ୍କ ଉପରେ ବର୍ଷିଲେ କପିଲ ସିବଲ - Kapil Sibal lashed out at Modi

କୋରୋନା ସଙ୍କଟ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଦର ବୃଦ୍ଧିକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ମୋଦିଙ୍କ ଶାସନ ସମୟରେ ସାଧାରଣ ଜନତା କ୍ଷତି ସହୁଛନ୍ତି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ।

Kapil Sibal lashed out at Modi over the hike in petrol and diesel prices
ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ନେଇ ମୋଦିଙ୍କ ଉପରେ ବର୍ଷିଲେ କପିଲ ସିବଲ
author img

By

Published : Jun 13, 2020, 10:35 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଦର ବୃଦ୍ଧିକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ମୋଦିଙ୍କ ଶାସନ ସମୟରେ ସାଧାରଣ ଜନତା କ୍ଷତି ସହୁଛନ୍ତି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ । ସେ କହିଛନ୍ତି ଯେ, ଗତ 15 ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର ସର୍ବନିମ୍ନ ଥିବା ବେଳେ ଦେଶରେ କିନ୍ତୁ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି । କପିଲ ସିବଲ ଏହା ମଧ୍ୟ କହିଛନ୍ତି, ମେ 2014ରେ ମୋଦି ସରକାର କ୍ଷମତାକୁ ଆସିବା ପରଠାରୁ ପେଟ୍ରୋଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ 258 ପ୍ରତିଶତ ଏବଂ ଡିଜେଲ ଉପରେ 819 ପ୍ରତିଶତ ବୃଦ୍ଧି କରାଯାଇଛି ।

ଏହି ଅବସରରେ ସେ ମୋଦିଙ୍କ ମେ 23, 2012ର ଏକ ଟ୍ୱିଟ ସମ୍ପର୍କରେ ମଧ୍ୟ କହିଛନ୍ତି । କଂଗ୍ରେସ ନେତା କହିଛନ୍ତି ଯେ, ଯେତେବେଳେ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସେ ଟ୍ୱିଟ୍ କରି କହିଥିଲେ ଯେ ପେଟ୍ରୋଲ ମୂଲ୍ୟରେ ବ୍ୟାପକ ବୃଦ୍ଧି ହେଉଛି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ବିଫଳତାର ଏକ ବଡ ଉଦାହରଣ । ଏହାଦ୍ବାରା ଗୁଜୁରାଟ ଉପରେ କୋଟି କୋଟି ଟଙ୍କାର ବୋଝ ପଡିବ ।

ସାମ୍ବାଦିକ ସମ୍ମିଳନୀରେ କପିଲ ସିବଲ କହିଛନ୍ତି ଯେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି 4 ଅକ୍ଟୋବର, 2014ରେ ପୁଣି ଏକ ଟ୍ୱିଟ କରିଥିଲେ । ଯେଉଁଥିରେ ସେ ବିଜେପି ଶାସନ ସମୟରେ ତେଲର ମୂଲ୍ୟ ହ୍ରାସ ବିଷୟରେ ଉଲ୍ଲେଖ କରିଥିଲେ । ପିଏମ ମୋଦି ଟ୍ବିଟ କରି କହିଥିଲେ ଯେ, ବିଜେପି ସରକାର ଗଠନ ପରଠାରୁ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇଛି । ଦେଶ ସାମନା କରୁଥିବା ସମସ୍ତ ସମସ୍ୟାକୁ ଆମେ ହଟାଇବାକୁ ପ୍ରତିଶ୍ରୁତିବଦ୍ଧ ।

କପିଲ ସିବଲ କହିଛନ୍ତି ଯେ ଅଶୋଧିତ ତେଲର କମ୍ ମୂଲ୍ୟରେ ଗ୍ରାହକଙ୍କୁ ଲାଭ ଦେବା ପରିବର୍ତ୍ତେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ 13 ଜୁନରେ ସପ୍ତମ ଥର ପାଇଁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ପେଟ୍ରୋଲ 59-61 ପଇସା ମହଙ୍ଗା ହୋଇଥିବାବେଳେ ଦେଶର ପ୍ରମୁଖ ସହରରେ ଡିଜେଲ 50-60 ପଇସା ମହଙ୍ଗା ହୋଇଛି । ଜୁନ 7ରେ ତେଲ ଦର ସଂଶୋଧନ କରାଯାଇଥିଲା ।

ଷଷ୍ଠ ଥର ପାଇଁ ପେଟ୍ରୋଲର ଦର ଲିଟର ପିଛା 3.9 ଟଙ୍କା ଏବଂ ଡିଜେଲ ଲିଟର ପିଛା 4 ଟଙ୍କା ବୃଦ୍ଧି ପାଇଥିଲା । ଅଟୋ ଇନ୍ଧନ ଉପରେ ଟିକସ ବର୍ତ୍ତମାନ ମୂଲ୍ୟର 69 ପ୍ରତିଶତ ଅଟେ ।

କୋରୋନା ସଙ୍କଟ ମଧ୍ୟରେ ଭାରତରେ ବର୍ତ୍ତମାନ ଅନଲକ 0.1 ଚାଲିଛି । ଏହି ସମୟରେ ତେଲ କମ୍ପାନୀଗୁଡିକ କ୍ରମାଗତ ଭାବରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରୁଛନ୍ତି । ଶନିବାର ଦିନ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ 0.59 ଟଙ୍କା ବୃଦ୍ଧି ପାଇ ଲିଟର ପ୍ରତି 75.16 ଟଙ୍କା ହୋଇଛି । ସେହିପରି ଡିଜେଲର ମୂଲ୍ୟ 0.58 ଟଙ୍କା ବୃଦ୍ଧି ହୋଇ ଲିଟର ପିଛା 73.39 ଟଙ୍କା ରହିଛି ।

ଦିଲ୍ଲୀ ବ୍ୟତୀତ କୋଲକାତାରେ ଶନିବାର ପେଟ୍ରୋଲର ମୂଲ୍ୟ 77.05 ଟଙ୍କା ଥିବାବେଳେ ଡିଜେଲର ଲିଟର ପିଛା 69.23 ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା 82.10 ଟଙ୍କା ଥିବାବେଳେ ଡିଜେଲର ଲିଟର ପିଛା 72.03 ଟଙ୍କା ରହିଛି । ଏତଦବ୍ୟତୀତ ଚେନ୍ନାଇରେ ଡିଜେଲର ମୂଲ୍ୟ ଲିଟର ପିଛା 71.64 ଟଙ୍କା ଏବଂ ପେଟ୍ରୋଲର ମୂଲ୍ୟ ଲିଟର ପିଛା 78.99 ଟଙ୍କାକୁ ବୃଦ୍ଧି କରାଯାଇଛି ।

ସୂଚନାନୁସାରେ, କେବଳ ଗୋଟିଏ ସପ୍ତାହ ମଧ୍ୟରେ ପେଟ୍ରୋଲ 3.90 ଟଙ୍କା ଏବଂ ଡିଜେଲ 4 ଟଙ୍କା ବୃଦ୍ଧି ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.