କାନପୁର: ଜଣେ ବିଜେପି ନେତାଙ୍କ ପୁତୁରାଙ୍କୁ ଚଳନ୍ତା ଟ୍ରେନ ଆଗକୁ ଠେଲି ଦେଲେ ଦୁର୍ବୃତ୍ତ । କାନପୁର-ବାନ୍ଦ ରେଳୱେ ଟ୍ରାକ ଆସୁଥିବା ଏକ ମାଲବାହୀ ଗାଡିରେ ଫିଙ୍ଗି ଦେଇଛନ୍ତି । ଏହି ଘଟଣାରେ ଉତ୍ତରପ୍ରଦେଶ ପୋଲିସ କିଛି ଲୋକଙ୍କ ନାଁ ମାମଲା ରୁଜୁ କରିଛି । ଘଟଣାଟି ଘାଟପୁର ପୋଲିସ ଷ୍ଟେସନ ନିକଟ ଗୋପାଳପୁର ଗାଁରେ ଘଟିଛି ।
ଭାଗ୍ୟବଶତଃ, ଦୁର୍ଘଟଣାରୁ ତାଙ୍କ ପୁତୁରାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ତାଙ୍କ ବାମ ହାତ କଟି ଯାଇଛି । ଉତ୍ତରପ୍ରଦେଶର ବିଜେପିର ସାଧାରଣ ସମ୍ପାଦକ ଉମେଶ ଦିୱେଦୀଙ୍କ 28 ବର୍ଷୀୟ ପୁତୁରାଙ୍କୁ ପ୍ରଥମେ ଅପହରଣ ପରେ ହତ୍ୟା ଉଦ୍ୟମ କରାଯାଇଥିବା ନେଇ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ପୋଲିସ କହିବା ଅନୁସାରେ, ଉକ୍ତ ଗାଁରେ ଆୟୋଜିତ ରାମଲୀଳା କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ଲଲିତ ଏବଂ କିଛି ଗ୍ରାମବାସୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହା ପରେ କିଛି ଦୁର୍ବୃତ୍ତ ଲଲିତ ଙ୍କୁ ଜବରଦସ୍ତ ଏକ କାରରେ ନେଇ ରେଲୱେ ଟ୍ରାକରେ ଫୋପାଡି ଦେଇଥିଲେ । ଏହି ସମୟରେ ଏକ ମାଲବାହୀ ଟ୍ରେନ ଆସୁଥିବାରୁ ତାଙ୍କ ବାମ ହାତ କଟି ଯାଇଥିଲା।
ଏହି ସୂଚନା ପାଇବା ପରେ ପରିବାର ସଦସ୍ୟ, ବିଜେପି ବିଧାୟକ ଦେବେନ୍ଦ୍ର ସିଂ ଭୋଲେ ଏବଂ ଉପେନ୍ଦ୍ର ପାସୱାନ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ । ଲଲିତଙ୍କୁ ତୁରନ୍ତ ଘାଟପୁରର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପ୍ରାରମ୍ଭିକ ଚିକିତ୍ସା ପରେ ପୀଡିତାଙ୍କୁ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।
ସ୍ଥାନୀୟ ଲୋକ କହିଛନ୍ତି ଯେ, ଏହି ଘଟଣାରେ ମାମଲା ରୁଜୁ ହୋଇଛି । ପୋଲିସ ତାର ପ୍ରାରମ୍ଭିକ ଅନୁସନ୍ଧାନ ପରେ ଅଳ୍ପ ଲୋକଙ୍କୁ ନିଜ ହେପାଜତରେ ନେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ