କାନପୁର: ସାରା ଦେଶରେ କୋରୋନା ସଂକ୍ରମଣ ରିପୋର୍ଟ ବଢିବାରେ ଲାଗିଛି । ଅନ୍ୟପଟେ ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ଭାବେ ଉତ୍ତରପ୍ରଦେଶରେ କୋରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏପରିକି କାନପୁର ମହାନଗରରେ ମଧ୍ୟ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗୁଛି । କାନପୁରରେ କୋରୋନା ସଂକ୍ରମଣ ରିପୋର୍ଟ 191 ରେ ପହଞ୍ଚିଛି । ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଜାମାତିଙ୍କ ସମ୍ପର୍କରେ ଆସିଛନ୍ତି ଏବଂ ସେମାନଙ୍କ ସହିତ ଯୋଗାଯୋଗରେ ରହିଥିଲେ।
କାନପୁରର ମଦ୍ରାସାରେ ପଢୁଥିବା ପିଲାମାନେ, ଜମାତିଙ୍କ ସଂସ୍ପର୍ଶରେ ଆସି କୋରୋନା ସଂକ୍ରମିତ ହୋଇଛନ୍ତି | ସହରରେ ବର୍ତ୍ତମାନ ପର୍ଯ୍ୟନ୍ତ, 3 ମାଦ୍ରାସାର 56 ଛାତ୍ର କୋରୋନା ସଂକ୍ରମିତ ରହିଛନ୍ତି । ଯେଉଁମାନଙ୍କ ବୟସ 10 ରୁ 20 ବର୍ଷ ମଧ୍ୟରେ ରହିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ୟ ରାଜ୍ୟରୁ ଆସିଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ବିହାରରୁ ବୋଲି ଜଣାଯାଇଛି | ଏବେ ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଶୋକ ଶୁକ୍ଲା କହିଛନ୍ତି ଯେ କାନପୁରର ମଦ୍ରାସା ଛାତ୍ରମାନଙ୍କ ଉପରେ କୋରୋନାର ବିତ୍ପାତ ବଡ ଧରଣର ଦେଖିବାକୁ ମିଳୁଛି । ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କରିବା ପରେ ପଜିଟିଭ ରିପୋର୍ଟ ବଢିବାରେ ଲାଗୁଛି ।
କୁଲି ବଜାରସ୍ଥିତ ମଦ୍ରାସାରୁ ସର୍ବାଧିକ ସଂକ୍ରମଣ ରିପୋର୍ଟ ଆସିଛି । ଏଠାରେ 42 ମଦ୍ରାସା ଛାତ୍ରଙ୍କଠାରେ କୋରୋନା ସଂକ୍ରମଣ ହୋଇଛି | ସେହିପରି ମଛରିଆସ୍ଥିତ ମଦ୍ରାସାରେ 8 ଜଣ ଛାତ୍ର କୋରୋନା ପଜେଟିଭ ଏବଂ ଜଜମାଉର ମଦ୍ରାସାରେ 6 ଜଣ ଛାତ୍ର କୋରୋନା ସଂକ୍ରମିତ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ