ETV Bharat / bharat

କମଲେଶ ତିୱାରୀ ହତ୍ୟା ମାମଲା: ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ - ଗିରଫ, ଉତ୍ତରପ୍ରଦେଶ ଲାଟେଷ୍ଟ ନ୍ୟୁଜ୍‌

ଗୁଜୁରାଟ ଆଣ୍ଟି ଟେରୋରିଜମ ସ୍କ୍ବାଡ(ଏଟିଏସ) ହାତରେ ଲାଗିଛି ବଡ ସଫଳତା । ବହୁ ଚର୍ଚ୍ଚିତ କମଲେଶ ତିୱାରୀ ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରିଛି ଏଟିଏସ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Oct 22, 2019, 11:46 PM IST

ଲକ୍ଷ୍ନୌ: ଗୁଜୁରାଟ ଆଣ୍ଟି ଟେରୋରିଜମ ସ୍କ୍ବାଡ(ଏଟିଏସ) ହାତରେ ଲାଗିଛି ବଡ ସଫଳତା । ବହୁଚର୍ଚ୍ଚିତ କମଲେଶ ତିୱାରୀ ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରିଛି ଏଟିଏସ । ଶେଖ ଅସଫାକ ହୁସେନ (34) ଓ ପଠାନ ମୋଇନୁଦ୍ଦିନ ଅହମ୍ମଦ (27) ନାମକ ଦୁଇ ଅଭିଯୁକ୍ତଙ୍କୁ ଗୁଜୁରାଟ-ରାଜସ୍ଥାନ ସୀମା ସାମଲାଜିରୁ ଗିରଫ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଉତ୍ତର ପ୍ରଦେଶ ଡିଜିପି ଓପି ସିଂ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଅଭିଯୁ୍କ୍ତ ଦ୍ବୟଙ୍କ ଘର ଗୁଜୁରାଟର ସୁରଟରେ ହୋଇଥିବା ବେଳେ ଚାରି ଦିନ ତଳେ ଅର୍ଥାତ ଅକ୍ଟୋବର 18ରେ ସେମାନେ ଅଖିଳ ଭାରତ ହିନ୍ଦୁ ମହାସଭା ନେତା କମଲେଶ ତିୱାରୀଙ୍କୁ ଲକ୍ଷ୍ନୌସ୍ଥିତ ତାଙ୍କ ବାସଭବନରେ ହତ୍ୟା କରିଥିଲେ । ଘଟଣାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଅକ୍ଟୋବର 17ରେ ଲକ୍ଷ୍ନୌର ଲାଲବାଗସ୍ଥିତ ଏକ ହୋଟେଲରେ ରହିଥିଲେ । ହେଲେ କମଲେଶଙ୍କୁ ହତ୍ୟା କରିସାରି ହୋଟେଲରୁ କିଛି ନକହି ଫେରାର ହୋଇଥିଲେ ।

  • Gujarat ATS DIG Himanshu Shukla: The two wanted accused Ashfaq and Moinuddin Pathan have been arrested from Gujarat-Rajasthan border near Shamlaji. Gujarat ATS had info that they are going to enter Gujarat, on that basis we moved our team to the border & apprehended them. https://t.co/4rBe0Fx71C pic.twitter.com/1A7FGkSGwZ

    — ANI UP (@ANINewsUP) October 22, 2019 " class="align-text-top noRightClick twitterSection" data=" ">

ତେବେ ସର୍ଭିଲାନ୍ସ ଦ୍ବାରା ପ୍ରାପ୍ତ ତଥ୍ୟ ଆଧାରରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣା ପଡିଛି । ଅନ୍ୟପଟେ ଗିରଫ ପୂର୍ବରୁ ଉଭୟଙ୍କ ଲୋକେଶନ ୱାଘା ବର୍ଡରଠାରୁ 285 କିଲୋମିଟର ଦୂରରେ ରହିଥିବା ଦେଖାଯାଇଥିଲା । ଏଥିସହ ଏଟିଏସ ସୂତ୍ରରୁ ଜଣା ପଡିଛି କମଲେଶଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ପ୍ରଥମେ ନେପାଳ ଦେଇ ଫେରାର ହେବା ପାଇଁ ଯୋଜନା କରିଥିଲେ । କିନ୍ତୁ ପଇସା ଶେଷ ହେବାରୁ ପରିବାର ଲୋକଙ୍କ ସମ୍ପର୍କ କରିବା ସହ ସେମାନେ ଶାହାଜାହନପୁର ଅଭିମୁଖେ ଫେରାର ହୋଇଥିଲେ । ଗିରଫ ହେବା ପରେ ଉଭୟେ ନିଜ ଦୋଷ ସ୍ବୀକାର କରିଛନ୍ତି ।

ଦୋଷ ସ୍ବୀକାର କରି ସେମାନେ ସ୍ପଷ୍ଟ କରିଛନ୍ତି କି ସେମାନେ ପ୍ରଥମେ କମଲେଶଙ୍କ ଉପରକୁ ଗୁଳି ଚଳାଇଥିଲେ । କିନ୍ତୁ କମଲେଶଙ୍କ ଦେହରେ ଗୁଳି ନବାଜିବାରୁ ସେମାନେ ଛୁରୀରେ ତାଙ୍କ ଗଳା କାଟିବା ସହ ଶରୀରରେ ଏକାଧିକ ବାର ଛୁରୀ ଭୁଷିଥିଲେ । ଫଳରେ ଘଟଣାସ୍ଥଳରେ ହିଁ କମଲେଶଙ୍କ ମୃତ୍ୟୁ ହୋଇଥିଲା । ତେଣେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଉତ୍ତରପ୍ରଦେଶ ପୋଲିସକୁ ହସ୍ତାନ୍ତର କରାଯିବ ବୋଲି ଗୁଜୁରାଟ ଏଟିଏସ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

kamlesh tiwari murder

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.