ETV Bharat / bharat

କମଲନାଥ ଜଣେ ଚୀନ ଏଜେଣ୍ଟ: ବିଜେପି ନେତା - ପ୍ରଭାତ ଝା

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଚୀନ ଏଜେଣ୍ଟ ବୋଲି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟାକ୍ଷ ପ୍ରଭାତ ଝା ।

 ବିଜେପି ନେତା
ବିଜେପି ନେତା
author img

By

Published : Jun 26, 2020, 5:21 PM IST

ଭୋପାଲ :ଭାରତ-ଚୀନ ସୀମା ବିବାଦ ପରଠାରୁ ଶାସକ ଦଳ ବିଜେପି ଏବଂ ବିରୋଧୀ ଦଳ କଂଗ୍ରେସ ମଧ୍ୟରେ ବାକ୍‌ ଯୁଦ୍ଧ ଜାରି ରହିଛି । ଇତି ମଧ୍ୟରେ ଆଜି (ଶୁକ୍ରବାର) ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଚୀନ ଏଜେଣ୍ଟ ବୋଲି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟାକ୍ଷ ପ୍ରଭାତ ଝା ।

ସେ କହିଛନ୍ତି, 'କଂଗ୍ରେସ ଏବଂ ଏହାର ନେତୃତ୍ୱ ଚୀନ୍ ଭାଷାରେ କଥାବାର୍ତ୍ତା ହେବାର ଏକ ମୁଖ୍ୟ କାରଣ ଅଛି। ଏହାର କାରଣ କମଲନାଥ । ସେ ୟୁପିଏ ସରକାରରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ସମୟରେ ଚୀନ ନିର୍ଦ୍ଦେଶରେ କାର୍ଯ୍ୟ କରିଥିଲେ। ୟୁପିଏ ଶାସନ କାଳରେ କଂଗ୍ରେସ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ସିପିଆଇ)ମଧ୍ୟରେ ଅନେକ ଚୁକ୍ତି ହୋଇଥିଲା। ଭାରତରେ କିଛି ଜିନିଷ ଉପଲବ୍ଧ ଥିବା ସତ୍ତ୍ବେ ସେମାନେ ଅତି କମରେ 250 ଟି ସାମଗ୍ରୀ ଚୀନରୁ ଆମଦାନୀ କରୁଥିଲେ । ଏପରିକି ସେହି ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ କମ୍ ଥିଲା । ଏହିପରି ଭାବରେ ଅର୍ଜନ ହୋଇଥିବା ଅର୍ଥ କଂଗ୍ରେସ ଏବଂ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଦିଆଯାଇଥିଲା । ଯାହା ଏକ ଅପରାଧ। '

ସେ ଆହୁରି କହିଛନ୍ତି ଯେ, ଏହି ଘଟଣା ପାଇଁ ଜଣେ ବ୍ୟକ୍ତି ଦାୟୀ ଥିଲେ । ସେ ହେଉଛନ୍ତି ତତ୍କାଳୀନ ବାଣିଜ୍ୟ ମନ୍ତ୍ରୀ। ଏସବୁ ରେକର୍ଡ ଥିବା ସେ କହିଛନ୍ତି । ଏହା ସହିତ ସେ ଜଣେ ଭାରତୀୟ ନାଗରିକ ନା ଚୀନ ଏଜେଣ୍ଟ ତାହାର ଉତ୍ତର ଦେବାକୁ କମଲନାଥଙ୍କୁ କହିଛନ୍ତି ବିଜେପି ନେତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.