ETV Bharat / bharat

ସ୍ବାଧୀନ ଭାରତର ପ୍ରଥମ ଉଗ୍ରବାଦୀ ଜଣେ ହିନ୍ଦୁ: କମଲ ହାସନ

ତାଜା ହେଲା ହିନ୍ଦୁ ଉଗ୍ରବାଦ ପ୍ରସଙ୍ଗ । ପୁଣିଥରେ ଏହି ପ୍ରସଙ୍ଗ ଉଠାଇଛନ୍ତି କମଲ ହାସନ ।

author img

By

Published : May 13, 2019, 12:17 PM IST

Updated : May 13, 2019, 1:47 PM IST

ଫାଇଲ ଫଟୋ

ଚେନ୍ନାଇ: ପୁଣିଥରେ ବିବାଦୀୟ ବୟାନ ଦେଇଛନ୍ତି କମଲ ହାସନ । ସବୁବେଳେ ମୋଦିଙ୍କୁ ଟାର୍ଗେଟ କରୁଥିବା କମଲ ଏଥର ଏମିତି ଏକ ବୟାନ ଦେଇଛନ୍ତି ଯାହା ଜାତୀୟ ରାଜନୀତିରେ ତୁମ୍ବିତୋଫାନ ଆଣିପାରେ । ସ୍ବାଧୀନ ଭାରତର ପ୍ରଥମ ଉଗ୍ରବାଦୀ ଜଣେ ହିନ୍ଦୁ ଏବଂ ସେ ନାଥୁରାମ ଗଡସେ ବୋଲି କହିଛନ୍ତି କମଲ ହାସନ ।

ତମିଲନାଡୁ ଅରାୱାକୁରଚୀର ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ମକ୍କଲ ନିଧି ମୈୟମର ମୁଖ୍ୟ କମଲ ହାସନ କହିଛନ୍ତି, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେ ହିଁ ସ୍ବାଧୀନ ଭାରତର ପ୍ରଥମ ଉଗ୍ରବାଦୀ ।

ନିର୍ବାଚନ ପ୍ରଚାର ମାହୋଲରେ ମୁସଲମାନ ଭୋଟରଙ୍କୁ ଅକୃଷ୍ଟ କରିବା ପାଇଁ ଏଭଳି ବୟାନ ଦେଉନଥିବା ସେ ସ୍ପଷ୍ଟ କରିଛନ୍ତି । ବରଂ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସାମନାରେ ଛିଡା ଏକଥା କହୁଥିବା କହିଛନ୍ତି କମଲ ।

କହିରଖୁଛୁ, ଚଳିତ 2019 ନିର୍ବାଚନରେ ହିନ୍ଦୁ ଆତଙ୍କବାଦ ପ୍ରସଙ୍ଗ ଏକ ବଡ ମୁଦ୍ଦା ପାଲଟିଛି ।ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ କମଲ ହାସନ ବି ଏଣ୍ଟ୍ରି ମାରିଛନ୍ତି । ପ୍ରତ୍ୟକ୍ଷରେ ନହେଲେ ବି ପରୋକ୍ଷରେ ସେ ହିନ୍ଦୁ ଉଗ୍ରବାଦ ପ୍ରସଙ୍ଗକୁ ପୁଣିଥରେ ତାଜା କରିଛନ୍ତି ।

Intro:Body:

sdg

Conclusion:
Last Updated : May 13, 2019, 1:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.