ETV Bharat / bharat

ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସପକ୍ଷରେ ବାହାରିଲେ କମଲ ହାସନ

ସିଏଏକୁ ବିରୋଧ କରି ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କୁ ସାକ୍ଷାତ ପାଇଁ ଅଭିନେତା ତଥା ରାଜନେତା କମଲ ହାସନଙ୍କୁ ଅନୁମତି ମିଳିଲା ନାହିଁ । ଏନେଇ କଣ କହିଲେ କମଲ ହାସନ ପଢନ୍ତୁ...

author img

By

Published : Dec 18, 2019, 6:48 PM IST

PHOTO
ଅଭିନେତା କମଲ ହାସନ

ଚେନ୍ନାଇ: ସିଏଏକୁ ନେଇ ସାରା ଦେଶର ବିଭିନ୍ନ ପ୍ରାନ୍ତରେ ଚାଲିଥିବା ଆନ୍ଦୋଳନ ଏବେ ଥମିବା ବଦଳରେ ଗୋଟିଏ ଅଞ୍ଚଳରୁ ଆଉ ଗୋଟିଏ ଅଞ୍ଚଳକୁ ବୃଦ୍ଧି ପାଉଛି । ଦେଶର ପ୍ରାୟ 20 ରୁ ଉର୍ଦ୍ଧ୍ବ ବିଶ୍ବବିଦ୍ୟାଳୟରେ ଏବେ ଆନ୍ଦୋଳନ ଚାଲିଛି । ଦିଲ୍ଲୀର ଜାମିଆ ମିଲିଆ ଇସଲାମିକ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସମର୍ଥନରେ ଅନ୍ୟ ବିଶ୍ବବିଦ୍ୟାଳୟରେ ଏହି ଆନ୍ଦୋଳନ ଚାଲିଛି ।

ମଙ୍ଗଳବାର ଠାରୁ ଚେନ୍ନାଇସ୍ଥିତ ମାଡ୍ରାସ ବିଶ୍ବବିଦ୍ୟାଳୟରେ ମଧ୍ୟ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ସାରା ରାତି ଆନ୍ଦୋଳନରେ ବସିଛନ୍ତି । ଛାତ୍ରଛାତ୍ରୀଙ୍କୁ ସମର୍ଥନ କରି ଅଭିନେତାରୁ ରାଜନେତା ପାଲଟିଥିବା ତଥା ଏମଏନଏମ ମୁଖ୍ୟ କମଲ ହାସନ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ପାଖକୁ ଯାଇ ଆଲୋଚନା କରିବା ସହ ନିଜ ସମର୍ଥନ ବ୍ୟକ୍ତ କରିଛନ୍ତି ।

ତେବେ କମଲ ହାସନଙ୍କୁ ବିଶ୍ବବିଦ୍ୟାଳୟ ପରିସରକୁ ଯିବାକୁ ଦେଇନଥିଲା ପୋଲିସ । ଏହାକୁ ନେଇ କମଲ ହାସନ ଅସନ୍ତୋଷ ହେବା ସହ କହିଛନ୍ତି ମୁଁ ଯେ ପର୍ଯ୍ୟନ୍ତ ମରି ନାହିଁ ସେ ପର୍ଯ୍ୟନ୍ତ ନିଜକୁ ଛାତ୍ର ଭାବେ ମନେକରିବି । ଏହାସହ ମୁଁ ତାଙ୍କର ରକ୍ଷକ ଭାବେ ଏଠାକୁ ଆସିଛି । ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରୁଛି କରୁଥିବି ବୋଲି ସେ କହିଛନ୍ତି । ମୁଁ ଗୋଟିଏ ରାଜନୈତିକ ଦଳ ମଧ୍ୟ ପ୍ରତିଷ୍ଠା କରିଛି । ସେହି ଦୃଷ୍ଟିରୁ ମୋର ଏଠାରେ ରହିବା ଉଚ୍ଚିତ ବୋଲି କହିଛନ୍ତି । ଫଳରେ ଏହାକୁ ନେଇ ଏବେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.