ପାଟନା: ଆଜି ଠାରୁ ଆରମ୍ଭ ହୋଇଯାଇଛି ଧର୍ମ ମାସ କାର୍ତ୍ତିକ । ଆଉ ହିନ୍ଦୁ ଧର୍ମରେ ସବୁଠୁ ପବିତ୍ର ମାସ ଭାବେ ଏହା ଜଣାଶୁଣା । କୁହାଯାଏ କାର୍ତ୍ତିକ ମାସରେ ବଗ ମଧ୍ୟ ମାଛ ଖାଇବା ଛାଡି ଧ୍ୟାନ କରିଥାଏ । ଏହି ସମୟରେ ଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ଅନେକ ଧାର୍ମିକ ମେଳାର ଆୟୋଜନ କରାଯାଇଥାଏ । ଯାହା ମଧ୍ୟରେ ରହିଛି ବିହାରରେ ଆୟୋଜିତ ହୋଇଥିବା କଳ୍ପବାସ ମେଳା ।
ଏହି ମାସ ଆରମ୍ଭ ହେବା ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଲଗାତାର ଭାବେ ଏ ମେଳାରେ ଗଙ୍ଗା ସ୍ନାନ ଓ ପୂଜାପାଠ ଆଦି କରାଯିବ । କଳ୍ପବାସ ମେଳା ଆରମ୍ଭ ହୋଇ ଯାଇଥିବାରୁ ବିହାରର ଅଲେଖନାଥ ଘାଟ, ଅମାନାଥ ଘାଟ ଭଳି ଅନେକ ସ୍ଥାନରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବା ଆରମ୍ଭ ହୋଇଯାଇଛି । ଖାସ୍ କରି ଘାଟରେ ମହିଳାଙ୍କ ଭିଡ ବେଶି ଲାଗିଛି । ଗଙ୍ଗା ସ୍ନାନ କରିବା ପରେ ମହିଳା ପୂଜା ପାଠ କରି ନିଜର, ପରିବାର ପାଇଁ ସୁଖ ସମୃଦ୍ଧି କାମନା କରିଥିଲେ । ତେବେ ଅନେକ ମହିଳା ପୁରା ମାସ ଯାକ ପ୍ରତ୍ୟେକ ଦିନ ଆସି ଗଙ୍ଗା ସ୍ନାନ କରିବା ସହ ପୂଜାର୍ଚ୍ଚନା କରିଥାନ୍ତି ।

ବିହାରର ଉତ୍ତରାୟଣ ଗଙ୍ଗା ତଟରେ ଗଙ୍ଗା ସ୍ନାନର ଏତେ ମହତ୍ତ୍ବ ରହିଛି ଯେ, ଏକ ମାସ ପାଇଁ ବନାରସ, ସିମରିୟା, ବାଢର ଉମା ନାଥଧାମ, ଅଲେଖଧାମ ସ୍ନାନ ପାଇଁ ଶ୍ରଦ୍ଧାଳୁ ମାନେ ଯାଇ ରହିଥାନ୍ତି । ଧାର୍ମିକ ଗ୍ରନ୍ଥ ଅନୂସାରେ 12 ମାସ ମଧୟରେ କାର୍ତ୍ତିକ ମାସକୁ ସବୁଠୁ ପବିତ୍ର ମାସ ରୂପେ ଜଣାଯାଇଥାଏ । ବିଶ୍ବାସ ରହିଛି ଯେ, ଏହି ମାସରେ ସମସ୍ତ ଦେବାଦେବୀ ଧରା ପୃଷ୍ଠରେ ଅବତରଣ କରିଥାନ୍ତି ।