ETV Bharat / bharat

କୈଳାସ ମାନସରୋବର ଯାତ୍ରା: ନେପାଳରେ ଫସିଛନ୍ତି 40 ଭାରତୀୟ

କୈଳାସ ମାନସରୋବର ଯାତ୍ରାରେ ଯାଇଥିବା 40ଜଣ ଭାରତୀୟ ଶ୍ରଦ୍ଧାଳୁ ନେପାଳର ହିଲ୍‌ସାରେ ଫସିଯାଇଛନ୍ତି । ତେଲାଙ୍ଗାନାର ଭିନ୍ନ ଭିନ୍ନ ସ୍ଥାନରୁ 40ଜଣ ଯାତ୍ରୀ ତୀର୍ଥ ପାଇଁ ଯାଇଥିଲେ । ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ତୀର୍ଥଯାତ୍ରୀ ।

author img

By

Published : Jun 25, 2019, 4:53 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଗତ କିଛିଦିନ ହେବ ତେଲାଙ୍ଗାନାରୁ କୈଳାସ ମାନସରୋବର ଯାତ୍ରାରେ ଯାଇଥିବା 40ଜଣ ଭାରତୀୟ ଶ୍ରଦ୍ଧାଳୁ ନେପାଳର ହିଲ୍‌ସାରେ ଫସିଯାଇଛନ୍ତି । ଆଜିକୁ ପ୍ରାୟ 4 ଦିନ ହେବ ସେମାନେ ଫସିରହିଥିବା ସୂଚନା ମିଳିଛି । ସେପଟେ ଶ୍ରଦ୍ଧାଳୁମାନେ ଟ୍ରାଭେଲ ଏଜେନ୍ସିକୁ ଦୋଷରୋପ କରୁଛନ୍ତି ।

ତୀର୍ଥଯାତ୍ରୀଙ୍କ କହିବା କଥା ହେଲା ଟ୍ରାଭେଲ ଏଜେନ୍ସି ସେମାନଙ୍କୁ ଅଧାରାସ୍ତାରୁ ହିଁ ଛାଡି ପଳାଇଥିଲେ । ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ଫସିରହିଥିବା ତୀର୍ଥଯାତ୍ରୀ । ତେଲାଙ୍ଗାନାର ଭିନ୍ନ ଭିନ୍ନ ସ୍ଥାନରୁ 40ଜଣ ଯାତ୍ରୀ ଏକ ଟ୍ରାଭେଲ ଏଜେନ୍ସିରେ ପଞ୍ଜିକରଣ କରିଥିଲେ । ସେମାନଙ୍କୁ ଅଧା ରାସ୍ତାରେ ଟ୍ରାଭେଲ ଏଜେନ୍ସି ଛାଡ଼ି ଚାଲିଯାଇଥିବା ଯାତ୍ରୀ କହିଛନ୍ତି ।

ସେମାନଙ୍କୁ ମାନସରୋବର ଯାତ୍ରା ପରେ ସାଉଥ ଟ୍ରାଭେଲ ଏଜେନି୍ସ ହିଲ୍‌ସାରେ ଛାଡ଼ି ପଳାଇବା ପରେ ଆଉ ଯୋଗାଯୋଗ କରୁନାହିଁ । ସେହି ଅଞ୍ଚଳରେ ଚାଡ଼ିଆଡ଼େ ସମ୍ପୂର୍ଣ୍ଣ ଭାବେ ପାହାଡ଼ ଘେରି ରହିଛି । ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଖରାପ ହେଉଛି । ତେଣୁ ଫସିରହିଥିବା ଯାତ୍ରୀମାନେ ସୁରକ୍ଷିତ ଭାବେ ଫେରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.