ETV Bharat / bharat

ନ୍ୟାୟିକ ବ୍ୟବସ୍ଥାର ବିଳମ୍ବତାକୁ ଅଙ୍ଗେ ନିଭାଇଛନ୍ତି ସୁପ୍ରିମକୋର୍ଟର ଏହି ବିଚାରପତି

author img

By

Published : Jul 18, 2020, 10:42 AM IST

କେବଳ ସାଧାରଣ ଲୋକେ ନୁହଁନ୍ତି ଖୋଦ୍‌ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ମଧ୍ୟ ନ୍ୟାୟିକ ବ୍ୟବସ୍ଥାର ବିଳମ୍ବିତାର ଶିକାର ହୋଇଛନ୍ତି । ଅବସର ନେବା ପୂର୍ବରୁ ସୁପ୍ରିମକୋର୍ଟରେ ଶୁଣାଇଲେ ନ୍ୟାୟ ପାଇଁ କେତେ ଯେ କୋର୍ଟ କଚେରୀ ଧାଇଁବାକୁ ପଡେ । ଅଧିକ ପଢନ୍ତୁ...

ନ୍ୟାୟିକ ବ୍ୟବସ୍ଥାର ବିଳମ୍ବତାକୁ ଅଙ୍ଗେ ସୁପ୍ରିମକୋର୍ଟର ଏହି ବିଚାରପତି

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତ ଶୁଣିଲା ଭାରତୀୟ ନ୍ୟାୟ ବ୍ୟବସ୍ଥାର ମନ୍ଥର କାହାଣୀ । ଆଉ ଏ କାହାଣୀ ଅନ୍ୟ କାହାର ନୁହେଁ ଖୋଦ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ। କହୁଥିଲେ ଜଷ୍ଟିସ ଭାନୁମତି ଶୁଣିଥିଲା ସୁପ୍ରିମକୋର୍ଟ । ନ୍ୟାୟ ପାଇବାକୁ ହେଲେ ଆମକୁ ଯେ, କେତେ କୋର୍ଟ କଚେରୀର ଚକ୍କର କାଟିବାକୁ ପଡେ, ସେ କଥା ପିଲା ବେଳୁ ଅଙ୍ଗେ ନିଭାଇଥିଲେ ସୁପ୍ରିମକୋର୍ଟଙ୍କ ବିଚାରପତି ଜଣକ।

ଅବସର ଥିଲା ସର୍ବୋଚ୍ଚ ଅଦାଲତରେ ଆୟୋଜିତ ଭର୍ଚୁଆଲ ବିଦାୟ ସମାରୋହ । ରବିବାର ଅବସର ନେବାକୁ ଥିବା ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଭାନୁମତି ଶୁକ୍ରବାର ନିଜର ଅଭିଜ୍ଞତା ବଖାଣୁଥିଲେ । ଯେଉଁଠି ସେ ଆମ ନ୍ୟାୟିକ ବ୍ୟବସ୍ଥାର ଜଟିଳତା ପ୍ରସଙ୍ଗ ଉପରେ ନିଜର କାହାଣୀ କହିଥିଲେ । କିପରି ତାଙ୍କ ପରିବାର ନ୍ୟାୟ ପାଇଁ ଧର୍ଯ୍ୟର ପରୀକ୍ଷା ଦେଇଚାଲିଥିଲେ ତାହାକୁ ସେ ଗୋଟି ଗୋଟି କରି କହିଚାଲିଥିଲେ ।

ନ୍ୟାୟ ବ୍ୟବସ୍ଥାର ବିଳମ୍ବତାକୁ ପିଲାବେଳୁ ଅନୁଭବ କରିସାରିଛନ୍ତି ଜଷ୍ଟିସ ଭାନୁମତି । ଯେତେବେଳେ ଜଷ୍ଟିସ ଭାନୁମତି ମାତ୍ର 2 ବର୍ଷର ଥିଲେ, ଏକ ବସ ଦୁର୍ଘଟଣାରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ବାପାଙ୍କ ମୃତ୍ୟୁର କ୍ଷତିପୂରଣ ପାଇଁ ଜଷ୍ଟିସ ଭାନୁମତିଙ୍କ ମାଆଙ୍କୁ ଅଦାଲତର ଦ୍ୱାରସ୍ଥ ହେବାକୁ ପଡ଼ିଥିଲେ । କୋର୍ଟ କଚେରୀର ଚକ୍କର କାଟିବା ପରେ କ୍ଷତିପୂରଣ ରାଶି ମିଳିବା ନେଇ ଶୁଣାଣି କରିଥିଲେ ଅଦାଲତ । ହେଲେ ଏହା ସତ୍ତ୍ୱେ ମଧ୍ୟ ସେମାନଙ୍କୁ କ୍ଷତିପୂରଣ ରାଶି ମିଳିପାରିନଥିଲା । କାହିଁକିନା ଏ ତମାମ ପ୍ରକ୍ରିୟା ବହୁ ଜଟିଳ ଥିଲା । ଜଷ୍ଟିସ ଭାନୁମତି କହିଥିଲେ, ''ମାଆ, ମୁଁ ଓ ମୋର ଅନ୍ୟ ଦୁଇ ଭଉଣୀ ସେ ସମୟରୁ ନ୍ୟାୟ ବ୍ୟବସ୍ଥାର ଜଟିଳାକୁ ଅଙ୍ଗେ ଲିଭାଇଛୁ ।''

ବିଦାୟ ସମାରୋହରେ ସେ ଆହୁରି ମଧ୍ୟ କହିଥିଲେ, ତାଙ୍କ ମାଆଙ୍କ ଉଦ୍ୟମ ପାଇଁ ସେମାନେ ୩ ଭଉଣୀ ପାଠ ପଢ଼ିପାରିଛନ୍ତି । ଦେଶର ସର୍ବୋଚ୍ଚ ଅଦାଲତର ବିଚାରପତି ହୋଇ ଲୋକଙ୍କୁ ନ୍ୟାୟ ଦେବାକୁ ସକ୍ଷମ ହୋଇପାରି କହିଛନ୍ତି ଜଷ୍ଟିସ ଭାନୁମତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.