ETV Bharat / bharat

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରୁଣ କୁମାର ମିଶ୍ରଙ୍କ ଅବସର

author img

By

Published : Sep 2, 2020, 5:34 PM IST

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅରୁଣ କୁମାର ମିଶ୍ର ବୁଧବାର ସର୍ବୋଚ୍ଚ ନ୍ୟାୟାଳୟରୁ ଅବସର ନେଇଛନ୍ତି। ଜଷ୍ଟିସ ମିଶ୍ର 2014 ମସିହାରେ ସୁପ୍ରିମକୋର୍ଟର ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅରୁଣ କୁମାର ମିଶ୍ରଙ୍କ ଅବସର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅରୁଣ କୁମାର ମିଶ୍ର ବୁଧବାର ସର୍ବୋଚ୍ଚ ନ୍ୟାୟାଳୟରୁ ଅବସର ନେଇଛନ୍ତି। ଜଷ୍ଟିସ ମିଶ୍ର 2014 ମସିହାରେ ସୁପ୍ରିମକୋର୍ଟର ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।

ଅବସର ସମୟରେ ଅଦାଲତଙ୍କ ଦୀର୍ଘ ଦିନର ପରମ୍ପରାକୁ ପାଳନ କରାଯିବା ସହ ଜଷ୍ଟିସ୍ ମିଶ୍ର ପ୍ରଧାନ ବିଚାରପତିଙ୍କ ସହିତ ଏସ ବୋବଡେଙ୍କ ସହ ଗୋଟିଏ ଖଣ୍ଡପୀଠରେ ବିଚାର କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ମାମଲାର ଶୁଣାଣି କରିବା ପରେ ସିଜେ କହିଛନ୍ତି, ଯେ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଜଷ୍ଟିସ୍ ମିଶ୍ର ସାହସ ଏବଂ ଦୃଢତାର ଆଲୋକ ପାଲଟିଛନ୍ତି।

ସିଜେ ବବଡେ କହିଛନ୍ତି ଯେ, ଜଷ୍ଟିସ ଅରୁଣ ମିଶ୍ରଙ୍କୁ ବ୍ୟକ୍ତିଗତ ଭାବରେ ସାମ୍ନା କରିବାକୁ ପଡୁଥିବା ଅସୁବିଧା ବିଷୟରେ ସେ ଅବଗତ ଅଛନ୍ତି ଏବଂ ସେ ସଫଳତାର ସହ ନିଜ ଦାୟିତ୍ବ ତୁଲାଉଥିଲେ । ସମସ୍ତ ସହକର୍ମୀଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି ।

ଏହି ଅବସରରେ ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ ଜଷ୍ଟିସ ମିଶ୍ରଙ୍କୁ ସୁପ୍ରିମକୋର୍ଟର ‘ଆଇରନ ବିଚାରପତି’ବୋଲି ଅଭିହିତ କରିଛନ୍ତି । ଏହା ସହ ସୁପ୍ରିମକୋର୍ଟରେ ଜଣେ ବିଚାରପତିଙ୍କୁ ଏତେ ଦୃଢ ଓ ସ୍ଥିର ଥିବା କେବେ ଦେଖିନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

ଜଷ୍ଟିସ୍ ମିଶ୍ର 7 ଜୁଲାଇ, 2014ରେ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଜଷ୍ଟିସ୍ ମିଶ୍ର ଭୋଡାଫୋନ୍ ଆଇଡିଆ, ଭାରତ ଏୟାରଟେଲ୍ ଏବଂ ଟାଟା ଟେଲି ସର୍ଭିସେସ୍ ପରି ଟେଲିକମ୍ ସଂସ୍ଥାଗୁଡ଼ିକୁ 10 ବର୍ଷ ସମୟ ପ୍ରଦାନ କରିବା ସହିତ ପ୍ରମୁଖ ବିଚାର ପ୍ରଦାନ କରିଥିଲେ। ଏହା ସହ ନିକଟରେ ସେ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ମାମଲାର ମଧ୍ୟ ଶୁଣାଣି କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏପରିକି ସେ ପୂର୍ବରୁ ବହୁ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.