ନୂଆଦିଲ୍ଲୀ: ଦୁଇ ଦିନିଆ ବାଏନାଡ ଗସ୍ତରେ ଯିବେ ରାହୁଲ ଗାନ୍ଧୀ । କଂଗ୍ରେସ ଅଧ୍ୟକ୍ଷ ତଥା ଏଠାକାର ନବନିର୍ବାଚିତ ସାଂସଦ ରାହୁଲ ଗାନ୍ଧୀ ମତଦାତାଙ୍କୁ ଧନ୍ୟବାଦ ଜଣାଇବା ପାଇଁ 7 ଜୁନ୍ରେ ଏଠାକୁ ଆସିବେ।
ତେବେ ଏହା ପୂର୍ବରୁ ମେ 24ରେ ରାହୁଲ ଗାନ୍ଧୀ ବାଏନାଡର ଲୋକେ ତାଙ୍କୁ ପ୍ରତିନିଧି ରୂପେ ଚୟନ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ।
ସେ ଟ୍ବିଟ୍ କରି କହିଥିଲେ, ‘‘ ମୁଁ ଲୋକଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛି । ଏଥିସହ ସହ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଉଛି । ମୁଁ ସମସ୍ତ ବାଏନାଡ ଲୋକଙ୍କୁ ମୋତେ ସେମାନଙ୍କର ପ୍ରତିନିଧିତ୍ବ ରୂପେ ଚୟନ କରିଥିବାରୁ ଧନ୍ୟବାଦ ଜଣାଉଛି ’’।