ETV Bharat / bharat

ଅକ୍ଟୋବର 6 ଯାଏଁ ଜେଲରେ ରହିବେ ରିଆ, 14 ଦିନ ବଢିଲା ଅବଧି

14 ଦିନ ଯାଏଁ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନ୍ୟାୟିକ ହେପାଜତ ବୃଦ୍ଧି । ବର୍ତ୍ତମାନ 6 ଅକ୍ଟୋବର ପର୍ଯ୍ୟନ୍ତ ରିଆଙ୍କୁ ଜେଲରେ ହିଁ ରହିବାକୁ ପଡିବ । ଅଧିକ ପଢନ୍ତୁ...

ଅକ୍ଟୋବର 6 ଯାଏଁ ଜେଲରେ ଜୀବନ କାଟିବେ ରିଆ, ବଢିଲା ନାୟିକ ହେପାଜତ ଅବଧି

author img

By

Published : Sep 22, 2020, 3:18 PM IST

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ସମେତ 6 ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରାଯାଇଥିଲା । ତେବେ 14 ଦିନ ଯାଏଁ ସମସ୍ତ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ବୃଦ୍ଧି କରିଛନ୍ତି କୋର୍ଟ । ବର୍ତ୍ତମାନ 6 ଅକ୍ଟୋବର ପର୍ଯ୍ୟନ୍ତ ରିଆଙ୍କୁ ଜେଲରେ ହିଁ ରହିବାକୁ ପଡିବ ।

ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ ଦାଖଲ କରିଛନ୍ତି । ହେଲେ ବର୍ତ୍ତମାନ ଏହି ଆବେଦନ ଉପରେ କୌଣସି ଶୁଣାଣି ହୋଇନାହିଁ । ଅନ୍ୟପକ୍ଷେ ଘଟଣାରେ ଡ୍ରଗ୍ସ ଦିଗକୁ ନେଇ ତଦନ୍ତ ଜାରି ରଖିଥିବା ଏନସିବି ରିଆ ଓ ସୌଭିକଙ୍କୁ ରିମାଣ୍ଡରେ ନେବା ନେଇ କୌଣସି ଅପିଲ କରିନାହିଁ ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା 6 ଅଭିଯୁକ୍ତଙ୍କ ମଧ୍ୟରେ ରିଆ, ସୌଭିକ, ସାମୁଏଲ୍ ମିରାଣ୍ଡା, ଦୀପେଶ ସାୱନ୍ତ, ଜୈଲ ଭିଲାତ୍ରା ଏବଂ ବାସିତ ପରିହାରଙ୍କ ନ୍ୟାୟିକ ହେପାଜତ ମଙ୍ଗଳବାର ଶେଷ ହୋଇଛି । ତେବେ ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ କେତେକଙ୍କୁ ସେପ୍ଟେମ୍ବର 29ରେ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ ଉପରେ ଶୁଣାଣି କରାଯିବ । ରିଆଙ୍କୁ 3 ଦିନ ପଚରାଉଚରା ପରେ 8 ସେପ୍ଟେମ୍ବରରେ ଏନସିବି ଗିରଫ କରିଥିଲା ।

ଡାକ୍ତରୀ ପରୀକ୍ଷା ପରେ ଭିଡିଓ କନଫରେନ୍ସ ମାଧ୍ୟମରେ ରିଆଙ୍କୁ ଅତିରିକ୍ତ ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ରିଆଙ୍କ ଜାମିନ ଆବେଦନକୁ ପ୍ରତ୍ୟାକ୍ଷାନ କରି 22 ସେପ୍ଟେମ୍ବର ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.