ETV Bharat / bharat

ଚେସ ରାଣୀ କୋନେରୁ ହମ୍ପି - ଚେସ୍‌ ରାଣୀ କୋନେରୁ ହମ୍ପି

କୁନେରୁ ହମ୍ପି ହେଉଛନ୍ତି ଭାରତୀୟ ଚେସ୍‌ ଜଗତର ଜଣେ ଅତି ପରିଚିତ ଖେଳାଳି। ମହିଳା ଚେସ୍‌ ଜଗତରେ ଆମ ଦେଶ ଅର୍ଜନ କରିଥିବା ଅନେକ ଅନ୍ତର୍ଜାତୀୟ ଟାଇଟଲ୍‌ରେ ତାଙ୍କ ନାଁ ଯୋଡ଼ି ହୋଇ ରହିଛ। କିଛିବର୍ଷ ତଳେ ବିଶ୍ଵନାଥନ୍‌ ଆନନ୍ଦ ଭାରତରେ ଚେସ୍‌ ଖେଳକୁ ଏକ ଆନ୍ଦୋଳନରେ ପରିଣତ କରିଥିଲେ।

chess queen koneru humpy, world rapid chess gold to koneru humpy, ଚେସ୍‌ ରାଣୀ କୋନେରୁ ହମ୍ପି, ବିଶ୍ଵ ରାପିଡ୍‌ ଚେସ୍‌ ଗୋଲ୍ଡ ଟାଇଟଲ୍‌
ଚେସ୍‌ ରାଣୀ କୋନେରୁ ହମ୍ପି
author img

By

Published : Jan 3, 2020, 11:57 PM IST

ଯେତେବେଳେ ତାଙ୍କୁ ମାତ୍ର ୧୫ ବର୍ଷ ବୟସ ହୋଇଥିଲା, ସେ ବିଶ୍ଵ ରେକର୍ଡ଼ ସ୍ଥାପନ କରିଥିଲେ । ସର୍ବ କନିଷ୍ଠ ମହିଳା ଖେଳାଳି ଭାବେ ତାଙ୍କୁ ବିଶ୍ଵ ଚେସ୍‌ରେ ‘ଗ୍ରାଣ୍ଡ ମାଷ୍ଟର’ ଟାଇଟଲ୍‌ ମିଳିଥିଲା । ଖାଲି ସେତିକି ନୁହେଁ, ତାଙ୍କ ପିଲାଦିନର ରେକର୍ଡ଼ ତାଲିକାରେ ଆଉ ଟିକିଏ ପଛକୁ ଗଲେ ସାମ୍ନାକୁ ଆସେ ସେ ସ୍ଵଣ୍ଣ ଜିତିବାର କ୍ରମାନ୍ବୟ ରେକର୍ଡ଼ସବୁ । ୧୦ ବର୍ଷ ବୟସ ହୋଇଥିବାବେଳେ ସେ ତିନି ଥର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିଶ୍ଵସ୍ତରରେ ସ୍ଵର୍ଣ୍ଣ ପଦକ ଲାଭ କରିଥିଲେ । ଏହି ସମୟରେ ସେ ତାଙ୍କର ରେଟିଂକୁ ୨୬୦୦ ଉପରକୁ ଆଣି ଜୁନିୟର୍‌ ବିଶ୍ଵ ଚାମ୍ପିୟନ୍‌ ଆଖ୍ୟା ମଧ୍ୟ ଅର୍ଜନ କରିଥିଲେ । ଏହି ସୁନାମ ଅର୍ଜନ କରିବାରେ ସେ ହେଉଛନ୍ତି ଭାରତର ପ୍ରଥମ ମହିଳା ଚେସ୍‌ ତାରକା । ହଁ, ଏ ତାଲିକା ଏଠି ଅଟକି ଯାଇ ନାହିଁ। ବୟସ ବଢ଼ିବା ସହ ତାଙ୍କୁ ନୂଆ ଚ୍ୟାଲେଞ୍ଜ ସମ୍ମୁଖୀନ ହେବାକୁ ପଡ଼ିଛି ଆଉ ତାହା ତାଙ୍କୁ ନୂଆ ଟାଇଟଲ୍‌ ବି ଦେଇଛି । ନିକଟରେ ତାଙ୍କୁ ମିଳିଛି ବିଶ୍ଵ ରାପିଡ୍‌ ଚେସ୍‌ ଗୋଲ୍ଡ ଟାଇଟଲ୍‌।

ମଜାଦାର ବିଷୟ ହେଉଛି, ଗଲା ଦୁଇବର୍ଷ ହେଲା ସେ ଅନ୍ତର୍ଜାତୀୟ ଚେସ୍‌ରୁ ଏକପ୍ରକାର ସନ୍ନ୍ୟାସ ନେଇଥିଲେ। ଏହାର କାରଣ ହେଉଛି ତାଙ୍କ ବାହାଘର ଏବଂ ମାତୃତ୍ଵଲାଭ। ଆପଣତ ଜାଣନ୍ତି ବିବାହ ଏବଂ ତା’ପରେ ମା’ ହେବାର ସୌଭାଗ୍ୟ ଆମ ସଂସ୍କୃତିରେ ଏକ ଗୁରୁତ୍ଵପୂର୍ଣ୍ଣ ସାମାଜିକ ଅଙ୍ଗ ଭାବେ ବିବେଚନା କରାଯାଏ । ଏହିପାଇଁ ତାଙ୍କୁ ଚେସ୍‌ ମ୍ୟାଚ୍‌ରେ ଭାଗ ନେବା ତଥା ଖେଳିବା ପାଇଁ ସୁଯୋଗ ମିଳିଲା ନାହିଁ । କିନ୍ତୁ ୨ ବର୍ଷ ପରେ ସେ ଯେମିତି ଚମକପ୍ରଦ ଭାବେ ବିଶ୍ଵ ଚେସ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି । ଏହି ପ୍ରତ୍ୟାବର୍ତ୍ତନ ଏବେ ଚେସ୍‌ ସିଂହାସନରେ ତାଙ୍କୁ ସର୍ବାଗ୍ରେ ବସାଇଛି । ଏସବୁକୁ ଅନୁଶୀଳନ କଲେ ଏହା ନିଶ୍ଚିତ ଯେ ସେ ହେଉଛନ୍ତି ବାସ୍ତବରେ ‘ଚେସ୍‌ ରାଣୀ’। କାହା କଥା ଏଠି ଉଲ୍ଲେଖ କରୁଛୁ ବୋଧ ହୁଏ ଆପଣ ଜାଣି ସାରିବେଣି । ସେ ହେଉଛନ୍ତି ବିଶ୍ଵ ବିଜୟୀ ତଥା ଚାମ୍ପିୟନ୍‌ କୋନେରୁ ହମ୍ପି । ଆଉ କ’ଣ ବା ଏହି ମହାନ ଚେସ୍‌ ପ୍ରତିଭାଙ୍କ ବାବଦରେ ଆମେ ବ୍ୟାଖ୍ୟା କରିପାରିବା !

କୁନେରୁ ହମ୍ପି ହେଉଛନ୍ତି ଭାରତୀୟ ଚେସ୍‌ ଜଗତର ଜଣେ ଅତି ପରିଚିତ ଖେଳାଳି। ମହିଳା ଚେସ୍‌ ଜଗତରେ ଆମ ଦେଶ ଅର୍ଜନ କରିଥିବା ଅନେକ ଅନ୍ତର୍ଜାତୀୟ ଟାଇଟଲ୍‌ରେ ତାଙ୍କ ନାଁ ଯୋଡ଼ି ହୋଇ ରହିଛ । କିଛିବର୍ଷ ତଳେ ବିଶ୍ଵନାଥନ୍‌ ଆନନ୍ଦ ଭାରତରେ ଚେସ୍‌ ଖେଳକୁ ଏକ ଆନ୍ଦୋଳନରେ ପରିଣତ କରିଥିଲେ । ଅନେକ ତାଙ୍କ ରାସ୍ତାରେ ଅନୁପ୍ରାଣୀତ ହୋଇ ଚେସ୍‌ ଖେଳ ପାଇଁ ଆଗ୍ରହ ପ୍ରକାଶ କଲେ ଏବଂ ଚେସ୍‌ର ବିକାଶ ମଧ୍ୟ ଏଠାରେ ଯଥେଷ୍ଟ ହେଲା । । ସେହି ରାସ୍ତାରେ ଚାଲି ଆଜି ଭାରତକୁ ବିଶ୍ଵ ଦରବାରରେ ଏକ ପରିଚିତ ନାଁ ଅର୍ଜନ କରି ପାରିଛନ୍ତି କୁନେରୁ ହମ୍ପି । ୧୯୯୭ ମସିହାରେ ତାଙ୍କ ନାଁ ୧୦ବର୍ଷରୁ କମ୍‌ ଚେସ୍‌ ପ୍ରତିଯୋଗୀତାରେ ଶୀର୍ଷତ୍ଵ ହାସଲ କରିଥିଲା । ବିଶ୍ଵ ବିଜେତା ହୋଇ ସେ ସ୍ଵର୍ଣ୍ଣ ପଦକ ଧାରଣ କଲେ । ତା ପରେ ୧୨ ବର୍ଷରୁ କମ୍, ଏବଂ ୧୪ ବର୍ଷରୁ କମ୍‌ ପର୍ଯ୍ୟାୟରେ ଖେଳି ସେ ବିଶ୍ଵ ଚାମ୍ପିୟନ ଘୋଷିତ ହେଲେ। ସ୍ଵର୍ଣ୍ଣପଦକ ଧାରଣ କରି ଭାରତବର୍ଷ ପାଇଁ ଗୌରବ ଅର୍ଜନ କଲେ । ତାଙ୍କୁ ଯେତେବେଳେ ୧୫ ବର୍ଷ ୬୭ ଦିନ ହୋଇଥିଲା ସେତେବେଳେ ହମ୍ପି କିମ୍ବଦନ୍ତୀ ଖେଳାଳି ଜୁଡ଼ିଥ୍‌ ପୋଗର୍‌ଙ୍କ ରେକର୍ଡ଼ ଭଙ୍ଗ କରି ୨୦୦୨ ମସିହାରେ ସର୍ବ କନିଷ୍ଠ ଖେଳାଳି ମର୍ଯ୍ୟାଦା ଅର୍ଜନ କରିଥିଲେ। ଏ ବୟସରେ ହମ୍ପି ଅନେକ ଟାଇଟଲ୍‌ ଅର୍ଜନ କରିଛନ୍ତି କିନ୍ତୁ ବରିଷ୍ଠ ବର୍ଗରେ ଏଯାଏଁ ଅଙ୍ଗୁର କୋଳି ଭଳି ବିଶ୍ଵ ଚାମ୍ପିୟନସିପ ଟାଇଟଲ ତାଙ୍କ ପାଇଁ ସ୍ଵପ୍ନ ହୋଇରହିଛି ।

ବାହାଘର ପରେ ବ୍ରୋଞ୍ଜ… ଆଉ ମା’ ହେଲାପରେ ସ୍ଵର୍ଣ୍ଣ !!

ଖେଳ ଯାହା ବି ହେଉନା କାହିଁକି ଏହା ଏକ ବିଶ୍ଵାସ ରହିଛି ଯେ, ବାହାଘର ଏବଂ ମାତୃତ୍ଵ ଲାଭ ପରେ କୌଣସି ମହିଳା ଖେଳାଳିଙ୍କର କ୍ୟାରିୟର ବାଧା ପାଏ । କିନ୍ତୁ ହମ୍ପିଙ୍କ କ୍ଷେତ୍ରରେ ଏହା ସମ୍ପୂଣ୍ଣ ଭୁଲ୍‌। କାରଣ ତାଙ୍କ କ୍ୟାରିୟରରେ ଏକ ବଡ଼ ପରିବର୍ତ୍ତନ ବାହାଘର ପରେ ହିଁ ଆସିଛି। ଖାଲି ବାହାଘର ପରେ କାହିଁକି ମାତୃତ୍ଵଲାଭ ପରେ ବି ତାଙ୍କ ସଫଳତା ଉଲ୍ଲେଖନୀୟ। ଦଶାରୀ ଅନ୍ବେଶଙ୍କ ସହ ତାଙ୍କ ବାହାଘର ୨୦୧୪ ମସିହାରେ ହେଲା। ଠିକ୍‌ ତା’ ପରବର୍ଷ ହମ୍ପି ବିଶ୍ଵ ଚେସ୍‌ ଚାମ୍ପିୟନଶିପ୍‌ର କ୍ଲାସିକ୍‌ ଫର୍ମାଟ୍‌ରେ ବ୍ରେଞ୍ଜ୍‌ ଜିତିଲେ। ତା’ପର ବର୍ଷଠାରୁ ଦୁଇବର୍ଷଯାଏ ସେ ଚେସ୍‌ରୁ ଦୂରେଇ ରହିଲେ କାରଣ ହେଉଛି ତାଙ୍କ ମାତୃତ୍ଵଲାଭ। ଛୁଆର ଯତ୍ନ ନେବାଲାଗି ସେ ଚେସ୍‌କୁ ଦୂରେଇଲେ। ତାଙ୍କ ଝିଅକୁ ଏକ ବର୍ଷ ହେବା ଯାଏ ସେ ଚେସ୍‌ ଖେଳିଲେ ନାହିଁ। ଗଲାବର୍ଷ ସେ ଯେତେବେଳେ ପୁଣିଥରେ ଚେସ୍‌କୁ ଫେରିଲେ ଅନେକଙ୍କ ଭ୍ରୁଲତା ଉଠି ପ୍ରଶ୍ନବାଣ ଫୋପାଡ଼ିଲା- ହମ୍ପି କ’ଣ ପୂର୍ବଭଳି ଆଉ ଖେଳିପାରିବେ? ସେ ଯେଉଁଠୁ ଛାଡ଼ିଥିଲେ ଆଉ ଥରେ କ’ଣ ସେଇଠୁ ଆରମ୍ଭ କରିପାରିବେ? ଏତେ ବର୍ଷର ବ୍ୟବଧାନ ପରେ କ’ଣ ତାଙ୍କ ପାଖରେ ଏ ଖେଳ ସହଜ ହୋଇପାରିବ? କିନ୍ତୁ ହମ୍ପି ଏ ପ୍ରଶ୍ନଗୁଡ଼ିକର ଜବାବ ନିଜ ସଫଳତା ଦ୍ଵାରା ପ୍ରଦାନ କରିଥିଲେ। ଗୋଟିକ ପରେ ଗୋଟିଏ ମେଡାଲ୍‌ ତଥା ମ୍ୟାଜ୍‌ ବିଜୟ ଏସବୁ ପ୍ରଶ୍ନ ବାଣକୁ ଏବେ ନୀରବ କରିଦେଇଛି। ସେ ଏବର୍ଷ ସମସ୍ତଙ୍କୁ ଚକିତ କରି ଚଳିତ ବର୍ଷର ଏଫଆଇଡିଇ ଗ୍ରାଣ୍ଡ ପିକ୍ସ ଟାଇଟଲ୍‌ ଜିତିଛନ୍ତି। ଏହା ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ସଫଳତା। ଯେଉଁ ସଫଳତା ତାଙ୍କ ପାଇଁ ଆଶା କରାଯାଇ ନଥିଲା ସେହି ୱଲ୍ଡ ରାପିଡ୍‌ ଚେସ୍‌ ଚାମ୍ପିୟାସିପ୍‌ରେ ସେ ସର୍ବୋଚ୍ଚସ୍ଥାନ ଅଧିକାର କରିଛନ୍ତି। ମିଡିଆ ବି ଏହି ବାବଦରେ କୌଣସି ଚର୍ଚା କରି ନଥିଲା । କିନ୍ତୁ ସେ ସୀମିତ ସମୟରେ ସେ ଆହ୍ବାନକୁ ମୁକାବିଲା କରିଥିଲେ। କଡ଼ା ଟକ୍କରରେ ସେ ଟାଇଠୁ ଉପରକୁ ଉଠିପାରିଥିଲେ।

ଅଣ ପରିଚିତ ଖେଳ କୌଶଳରେ ବିଜୟ !!

ଏମିତି ଏକ ଖେଳ କୌଶଳ ବା ଫର୍ମାଟ୍‌ ଯେଉଁଥିରେ ସେ କେବେ ଆଗରୁ କୌଣସି ରେକର୍ଡ଼ ପାଇ ନଥିଲେ ସେଥିରେ ସେ ସର୍ବୋଚ୍ଚସ୍ଥାନ ଅଧିକାର କରିଛନ୍ତି । ହମ୍ପି ପୂର୍ବରୁ କ୍ଲାସିକ୍‌ ଫର୍ମାଟ ଖେଳୁଥିଲେ। ସେ ସେଥିରେ ବେଶ୍‌ ପ୍ରତିଭାବାନ୍‌ ବୋଲି ସାରା ବିଶ୍ଵ ଜାଣିଛି। କିନ୍ତୁ କେବେ ଏହି ଦ୍ରୁତ ଗତିରେ ଅଥବା ରାପିଡ୍‌ ଧାରାରେ ଆତ୍ମବିଶ୍ଵାସୀ ନଥିଲେ। ସେ କେବେ ଭାବି ନଥିଲେ ଯେ, ତାଙ୍କ ପାଖକୁ ଟାଇଟଲ୍‌ ଆସିବ! ମସ୍କୋରେ ଖେଳାଯାଉଥିବା ଏହି ରାପିଡ୍‌ ଗେମ୍‌ ବିଶ୍ଵ ଚାମ୍ପିୟନଶିପ୍‌ରେ ଭାଗ ନେବା ସମୟରେ ତଥା ମ୍ୟାଚ୍‌ ଖେଳିବା ପରେ ମଧ୍ୟ ସେ ଭାବିଥିଲେ ଟପ୍‌ ତିନିଜଣଙ୍କ ଭିତରେ ତାଙ୍କ ନାଁ ଆସିବ। କିନ୍ତୁ ଖେଳରେ ସ୍ଥିତି ବଦଳିଥିଲା। ଏକ ସକରାତ୍ମକ ଦୃଷ୍ଟିଭଙ୍ଗୀ ନେଇ ସେ ଖେଳରେ ଭାଗନେଲେ । ଆଉ ମଝିରେ ଟାଇଟଲ୍‌ ପାଇବାକୁ ମୁଖ୍ୟ ଦାବିଦାର ଥିବା ଲି ଟିଙ୍ଗ୍‌ଜୀଙ୍କ ଦ୍ଵନ୍ଦ୍ଵ ତାଙ୍କୁ ସୁହାଇଥିଲା। ଏହା ତାଙ୍କ ଆତ୍ମ ବିଶ୍ଵାସ ବଢ଼ାଇଥିଲେ। ଆଉ ସେଥିରେ ସେ ଉତ୍ସାହିତ ହୋଇ ଖେଳିଲେ। ଫଳରେ ତାହା ତାଙ୍କୁ ସଫଳତା ଆଣିଦେଇଥିଲା। ସେ ମଧ୍ୟ ଏହି ମ୍ୟାଚ୍‌ରେ ଟାଇବ୍ରେକ୍‌କୁ ଅତିକ୍ରମ କରି ଚାମ୍ପିୟନ ହୋଇପାରିଥିଲେ। ପରେ ଏହି ଖେଳ ବାବଦରେ କହିବାକୁ ଯାଇ ହମ୍ପି କହିଥିଲେ ଯେ, ‘ରାପିଡ୍‌’ ଓ ବ୍ଲିଜ୍‌’ ମୋ ପସନ୍ଦିତ ଫର୍ମାଟ୍‌ ନୁହେଁ। ଆହୁରି ମଧ୍ୟ କହିଥିଲେ ଯେ, ମ୍ୟାଚ୍‌ ଆରମ୍ଭରୁ ଶେଷ ଦିନ ଯାଏ ସେ କେବେ ଆଶା ବାନ୍ଧି ନଥିଲେ ଯେ ଟାଇଟଲ୍‌ ଜିତିବେ। ଏମିତିକି ଟାଇବ୍ରେକ୍‌ ଭାଙ୍ଗିବା ଲାଗି ସେ ଖେଳିବେ ବୋଲି ଆଶା କରି ନଥିଲେ। କିନ୍ତୁ ଏହି ଭଳି ଏକ ଗୁଣାତ୍ମକ ଖେଳରେ ବିଶ୍ଵ ଟାଇଟଲ୍‌ ଜିତିବା ମୋ ପାଇଁ ନିଶ୍ଚିତ ଭାବେ ଏକ ଆନ୍ଦ ଦାୟକ। ଯେଉଁ ଷ୍ଟାଇଲ୍‌ରେ ମୁଁ ଖେଳେ ନାହିଁ, ସେହି ଷ୍ଟାଇଲ୍‌ରେ ବିଶ୍ଵ ଚାମ୍ପିୟନ୍‌ ହେବା ମୋତେ ମନୋବଳକୁ ବଢ଼ାଇବା ସହ ଆଉ ଏକ ସ୍ତରକୁ ନେଇ ଯାଇଛି ବୋଲି ସେ କହିଥିଲେ।

ଏ ନାଁ ପଛର କାହାଣୀ:

ତାଙ୍କ ନାଁ ହମ୍ପି’ ହେବା ପଛରେ ଏକ ରହସ୍ୟ ଲୁଚିଛି। ବାସ୍ତବରେ ‘ହାମ୍ପି’ ଶବ୍ଦର ଅର୍ଥ ହେଉଛି ଚାମ୍ପିୟନ ବା ବିଶ୍ଵ ବିଜୟୀ। ଆଉ ଜଣେ ଖେଳାଳି ବାପା ପାଇଁ ଏହା ଅନେକ ଗୁରୁତ୍ଵ ବହନ କରେ। ଏଣୁ ସେ ନିଜ ଝିଅ ଭିତରେ ଏହି ଚାମ୍ପିୟନ ଦେଖିବା ଲାଗି ସ୍ଵପ୍ନ ଦେଖୁଥିଲେ। ସେଥିଲାଗି ଝିଅର ନାଁ ରଖିଥିଲେ ହାମ୍ପି ।

କୁନେରୁ ହାମ୍ପିଙ୍କ ବାପା ହେଉଛନ୍ତି କୁନେରୁ ଅଶୋକ। ସେ ଜଣେ କ୍ରୀଡ଼ାବିତ୍‌ । ସ୍କୁଲ୍‌ ସ୍ତରରୁ କ୍ରୀଡ଼ା ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିଲା। ବିଭିନ୍ନ ଖେଳରେ ସେ ଭାଗ ନେଉଥିଲେ। କିନ୍ତୁ ଅଧିକ ଧ୍ୟାନ ଦେଉଥିଳେ ଚେସ୍‌କୁ। ସେ ଚେସ୍‌ ଖେଳରେ ଜଣେ ଜାତୀୟ ସ୍ତରର ଖେଳାଳି। ଏହି ଧାରାକୁ ବଜା୍ର ରଖିବା ଲାଗି ସେ ଝିଅକୁ ଚେସ୍‌ ଖେଳାଇଥିଲେ। ବାପାଙ୍କ ବିଶ୍ଵାସ ଜିତିବାକୁ ଯେ ବିଶ୍ଵ ଚାମ୍ପିୟନ ହୋଇପାରିଛନ୍ତି। ଏ ଭିତରେ ସେ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଭାରତୀୟ ଚେସ୍‌ ଦୁନିଆରେ ଜଣେ ଔଜ୍ଜଲ୍ୟମୟ ତାରକା ସାଜିଛନ୍ତି। ଅବଶ୍ୟ ଏହା ଠିକ୍‌ ଯେ, ସେ ନିକଟରେ ତାଙ୍କ ନାଁର ଇଂରାଜି ବନାନରେ କିଛିଟା ପରିବର୍ତ୍ତନ ଆଣିଛନ୍ତି। ଫଳରେ ‘ହାମ୍ପି’ରୁ ତାଙ୍କ ନାଁ ‘ହମ୍ପି’ ହୋଇଛି।

ରାପିଡ୍‌ ଚେସ୍‌ରେ ସ୍ଵର୍ଣ୍ଣ ପଦକ ଜିତିବା ହେଉଛି ହମ୍ପିଙ୍କ ପାଇଁ ପଞ୍ଚମ ବିଶ୍ଵକପ୍‌ ପଦକ ବିଜୟ। ବିଗତ ୧୯୯୭, ୧୯୯୮ ଏବଂ ୨୦୦୦ ମସିହାରେ ସେ ଯୁବାବର୍ଗର ବିଶ୍ଵ ଚାମ୍ପିୟନ୍‌ ହୋଇଥିଲେ। ୨୦୧୫ ମସିହାରେ ସେ ବିଶ୍ଵ ବ୍ରୋଞ୍ଜ ପଦକ ଧାରଣ କରିଥିଲେ। ସଦ୍ୟତମ ଭାବେ ସେ ବିଶ୍ଵ ରାପିଡ୍‌ ଗୋଲ୍ଡ ଲାଭ କରିଛନ୍ତି। ଏହା ତାଙ୍କୁ ଚେସ୍‌ ପ୍ରତିଯୋଗୀତାରେ ଶିଖରକୁ ନେଇଛି ଆଉ ତାଙ୍କୁ ‘ଚେସ୍‌ ରାଣୀ’ ଭାବେ ପ୍ରତିଷ୍ଠା କରାଇପାରିଛି।

Intro:award for guruji vis byte

Body:ଏହି ଭିଯୁଆଲ ବାଇଟ ସକାଳେ ଶଙ୍କରାଚାର୍ଯ୍ୟ ଙ୍କୁ ପୁରସ୍କାର ଷ୍ଟୋରି ରେ ରେ ଲାଗିବ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.