ETV Bharat / bharat

ଗାଜିଆବାଦ୍ ଗୁଳିକାଣ୍ଡ ଘଟଣା, ସାମ୍ବାଦିକ ବିକ୍ରମ ଯୋଶୀ ମୃତ

author img

By

Published : Jul 22, 2020, 7:47 AM IST

ଗାଜିଆବାଦର ବିଜୟ ନଗରରେ ସାମ୍ବାଦିକ ବିକ୍ରମ ଯୋଶୀଙ୍କୁ କିଛି ଅଜଣା ବ୍ୟକ୍ତିଙ୍କ ଗୁଳି ମାରିବା ଘଟଣା। ବୁଧବାର ଯଶୋଦା ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି।

ଗାଜିଆବାଦ୍ ଗୁଳିକାଣ୍ଡ ଘଟଣା, ସାମ୍ବାଦିକ ବିକ୍ରମ ଯୋଶୀ ମୃତ
ଗାଜିଆବାଦ୍ ଗୁଳିକାଣ୍ଡ ଘଟଣା, ସାମ୍ବାଦିକ ବିକ୍ରମ ଯୋଶୀ ମୃତ

ଲକ୍ଷ୍ନୌ: ଗାଜିଆବାଦର ବିଜୟ ନଗରରେ ସାମ୍ବାଦିକ ବିକ୍ରମ ଯୋଶୀଙ୍କୁ କିଛି ଅଜଣା ବ୍ୟକ୍ତିଙ୍କ ଗୁଳି ମାରିବା ଘଟଣା। ବୁଧବାର ଯଶୋଦା ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି।

ଯୋଶୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁସାରେ, ତାଙ୍କର ସମସ୍ତ ସ୍ନାୟୁ ଗୁରୁତର ଭାବେ ଆଘାତ ପାଇବା ସହ ଗୁଳି ବାଜିବାରେ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଯେଉଁଥି ପାଇଁ ତାଙ୍କୁ ବଞ୍ଚେଇବା ସମ୍ଭବ ହୋଇପାରିଲା ନାହିଁ।

ପୋଲିସର ନୀରବତା ପାଇଁ ଯୋଶୀଙ୍କ ଜୀବନ ଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଏହି ଘଟଣା ପରେ ଗାଜିଆବାଦ ଆରକ୍ଷୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

ଏହି ମାମଲାରେ ସମ୍ପୃକ୍ତ ଥିବା 9 ଜଣଙ୍କୁ ଏବେ ସୁଦ୍ଧା ଗିରଫ କରାଯାଇଛି। ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ଗାଜିଆବାଦର ବରିଷ୍ଠ ପୋଲିସ ଅଧୀକ୍ଷକ କାଲାନିଧି ନାଇଥାନି ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ,ଏହି ଘଟଣାଟି ସୋମବାର ଘଟିଛି। ମୃତ ସାମ୍ବାଦିକ ଜଣକ ତାଙ୍କ ଭଉଣୀ ଘରୁ ଫେରୁଥିବା ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଯୋଶୀଙ୍କ ଭାଇ ଅନିକେତ୍ ଯୋଶୀ କହିଛନ୍ତି, ପୂର୍ବରୁ କିଛି ଲୋକ ତାଙ୍କ ଭଉଣୀକୁ ହଇରାଣ କରୁଥିଲେ ଏବଂ ଯୋଶୀ ଏହାକୁ ବିରୋଧ କରିଥିଲେ ଏବଂ ପୋଲିସ ଅଭିଯୋଗ ମଧ୍ୟ କରିଥିଲେ।

ଥାନାରେ ଏକ ମାମଲା ମଧ୍ୟ ପଞ୍ଜିକୃତ ହୋଇଥିଲା, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଏହି ଘଟଣାକୁ କେନ୍ଦ୍ରକରି ତାଙ୍କୁ ସେହି ଦୁର୍ଵୃତ୍ତଙ୍କ ଦ୍ୱାରା ଗୁଳି କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.