ETV Bharat / bharat

ଗୁଇନ୍ଦାଗିରି ସନ୍ଦେହରେ ଗିରଫ ସାମ୍ବାଦିକ ରାଜୀବ ଶର୍ମାଙ୍କ ଜାମିନ ଆବେଦନ

author img

By

Published : Sep 20, 2020, 8:47 PM IST

ପ୍ରତିରକ୍ଷା ସମ୍ବନ୍ଧୀୟ ଦସ୍ତାବିଜ୍‌ ଚୀନକୁ ଦେବା ଅଭିଯୋଗରେ ଗିରଫ ହୋଇଥିବା ବରିଷ୍ଠ ସାମ୍ବାଦିକ ରାଜୀବ ଶର୍ମାଙ୍କ କୋର୍ଟରେ ଜାମିନ ଆବେଦନ । 14 ସେପ୍ଟେମ୍ବରରେ ରାଜୀବଙ୍କୁ ଦିଲ୍ଲୀର ଜନକପୁରୀରୁ ଗିରଫ କରାଯାଇଥିଲା । ଅଧିକ ପଢନ୍ତୁ...

ଗୁଇନ୍ଦାଗିରି ସନ୍ଦେହରେ ଗିରଫ ସାମ୍ବାଦିକ ରାଜୀବ ଶର୍ମାଙ୍କ ଜାମିନ ଆବେଦନ
ଗୁଇନ୍ଦାଗିରି ସନ୍ଦେହରେ ଗିରଫ ସାମ୍ବାଦିକ ରାଜୀବ ଶର୍ମାଙ୍କ ଜାମିନ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ସମ୍ବନ୍ଧୀୟ ଦସ୍ତାବିଜ୍‌ ଚୀନକୁ ଦେବା ଅଭିଯୋଗରେ ଗିରଫ ହୋଇଥିବା ବରିଷ୍ଠ ସାମ୍ବାଦିକ ରାଜୀବ ଶର୍ମା କୋର୍ଟରେ ଜାମିନ ଆବେଦନ କରିଛନ୍ତି । ଏହି ଜାମିନ ଆବେଦନରେ ଶର୍ମା ନିଜକୁ ନିର୍ଦ୍ଦୋଷ କହିବା ସହ ମିଥ୍ୟା ଅଭିଯୋଗରେ ତାଙ୍କୁ ଫସାଯାଇଥିବା ଦାବି କରିଛନ୍ତି । ତେବେ 22 ସେପ୍ଟେମ୍ବରରେ ପଟିୟାଲା ହାଇକୋର୍ଟରେ ଏହି ଜାମିନ ଆବେଦନର ଶୁଣାଣି ହେବ ।

14 ସେପ୍ଟେମ୍ବରରେ ରାଜୀବଙ୍କୁ ଦିଲ୍ଲୀର ଜନକପୁରୀରୁ ଗିରଫ କରାଯାଇଥିଲା । ସ୍ପେଶାଲ ସେଲ ଘଟଣା ଉପରେ ଅଧିକ ଛାନଭିନ ଜାରି ରଖିଛି । ଗୁଇନ୍ଦାଗିରି କରୁଥିବା ସନ୍ଦେହରେ ଗିରଫ ହୋଇଥିବା ରାଜୀବ, ଚୀନକୁ ଦସ୍ତାବିଜ୍‌ ଦେଉଥିବାର ମାମଲା ରୁଜୁ ହୋଇଛି ।

ଏହାରି ଭିତରେ ସ୍ପେଶାଲ ସେଲକୁ କିଛି ବଡ ସୂଚନା ମିଳିଥିଲା ଯାହା ବଳରେ ସେମାନେ ରାଜୀବଙ୍କୁ ଗିରଫ କରିଥିଲେ । ତେବେ ଯାଞ୍ଚ ସମୟରେ ତାଙ୍କ ପାଖରୁ କିଛି ପ୍ରତିରକ୍ଷା ସମ୍ବନ୍ଧୀୟ ଦସ୍ତାବିଜ୍‌ ପାଇଥିଲା ସ୍ପେଶାଲ ଟିମ୍‌ । ଏହାପରେ ଅଫିସିଆଲ ସିକ୍ରେଟ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଥିଲା ।

ପୋଲିସର କହିବା ଅନୁସାରେ, ପ୍ରାଥମିକ ଯାଞ୍ଚ ସମୟରେ ମିଳିଥିଲା ଦସ୍ତାବିଜ୍‌ ବହୁତ ମହତପୂର୍ଣ୍ଣ ଲାଗୁଛି । ଯାହାକୁ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରାଯାଉଛି । ଏହାସହ ରାଜୀବଙ୍କୁ କୋର୍ଟରେ ହାଜର କରାଯାଇ 6 ଦିନର ରିମାଣ୍ଡରେ ନେଇଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.