ETV Bharat / bharat

ସାମ୍ବାଦିକଙ୍କୁ ମାଡ଼, ତଦନ୍ତ ଜାରି - ସାମ୍ବାଦିକଙ୍କୁ ମାଡ଼

ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଜଣେ ସାମ୍ବାଦିକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଏହା ସହିତ ଉକ୍ତ ଘଟଣାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ସେପଟେ ପୋଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖୋଦ ମାଡ଼ ଖାଇଥିବା ସାମ୍ବାଦିକ ଜଣକ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 1, 2019, 8:40 AM IST

ଭୋପାଳ: ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାର ଲହାର ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ସୋମବାର ଜଣେ ସାମ୍ବାଦିକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ମୁଖାପିନ୍ଧା 4 ଦୁର୍ବୃତ୍ତ ତାଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ 6 ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ରିପୁ ଦମନ ସିଂ ସୋମବାର ପରିବା ବଜାର ଯାଉଥିବା ସମୟରେ ତାଙ୍କୁ ଦୁଇ ଜଣ ମୁଖାପିନ୍ଧା ବ୍ୟକ୍ତି ଘେରି ଯାଇଥିଲେ । ପରେ ରିପୁଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ ଉକ୍ତ ଦୁଇ ଦୁର୍ବୃତ୍ତ । ତେବେ ଅଭିଯୁକ୍ତମାନଙ୍କ ପରିଚନ ନ ମିଳିବା ପାଇଁ ସେମାନେ ମୁହଁରେ କପଡ଼ା ବାନ୍ଧିଥିବା ରିପୁ କହିଛନ୍ତି ।

ଘଟଣା ପରେ ସେଠାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସେପଟେ ଏହି ଘଟଣା ପରେ ରିପୁ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ପର୍ଯ୍ୟାୟରେ ପୋଲିସ 5 ଜଣଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ସେପଟେ ରିପୁ କହିଛନ୍ତି ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ବଦଳରେ ସେମାନଙ୍କ ରାଜନୈତିକ ପୃଷ୍ଠଭୂମୀ ଖୋଜିବାରେ ବ୍ୟସ୍ତ ରହିଛି ପୋଲିସ । ତେବେ ଏହି ଘଟଣାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.