ETV Bharat / bharat

କୋଭିଡ-୧୯ ଓ ରକ୍ତ ପ୍ଲାବିକା ଥେରାପି ଟ୍ରାଏଲ୍ - blood plasma therapy

ଯୁକ୍ତରାଷ୍ଟ୍ର ଆମେରିକା ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ (ୟୁଏସଏଫଡିଏ) କୋଭିଡ -୧୯ ପାଇଁ ଏକ ଥେରାପି ଟେଷ୍ଟ ସକାଶେ କ୍ଲିନିକାଲ୍ ଟ୍ରାଏଲ ପାଇଁ ଜନ ହପକିନ୍ସ ବିଶ୍ବବିଦ୍ୟାଳୟକୁ ଅନୁମତି ଦେଇଛି । ଏହା ଦ୍ବାରା ଥେରାପିରେ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ ପ୍ଲାବିକା ବ୍ୟବହାର ହେବ । ଅଧିକ ପଢନ୍ତୁ...

Johns Hopkins gets FDA nod to test blood plasma therapy
କୋଭିଡ-୧୯ ଓ ରକ୍ତ ପ୍ଲାବିକା ଥେରାପି ଟ୍ରାଏଲ୍
author img

By

Published : Apr 8, 2020, 11:31 AM IST

ଯୁକ୍ତରାଷ୍ଟ୍ର ଆମେରିକା ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ (ୟୁଏସଏଫଡିଏ) କୋଭିଡ -୧୯ ପାଇଁ ଏକ ଥେରାପି ଟେଷ୍ଟ ସକାଶେ କ୍ଲିନିକାଲ୍ ଟ୍ରାଏଲ ପାଇଁ ଜନ ହପକିନ୍ସ ବିଶ୍ବବିଦ୍ୟାଳୟକୁ ଅନୁମତି ଦେଇଛି । ଏହା ଦ୍ବାରା ଥେରାପିରେ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ ପ୍ଲାବିକା ବ୍ୟବହାର ହେବ ।

ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଜନ ହପକିନ୍ସ ବିଶ୍ବବିଦ୍ୟାଳୟ ସ୍ବାସ୍ଥ୍ୟ ସେବା ଯୋଗାଉଥିବା ଓ ରୋଗୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ରକ୍ତ ପ୍ଲାବିକା ବ୍ୟବହାର କରିପାରିବ । ବିଶ୍ବବିଦ୍ୟାଳୟର ଜଣେ ବିଶେଷଜ୍ଞ ଆର୍ଟୁରୋ କାସାଡେଭାଲଙ୍କ ଅନୁସାରେ ନୂଆ ପରୀକ୍ଷଣ ଗୁରୁତର ଭାବେ ଅସୁସ୍ଥ କୋଭିଡ-୧୯ ରୋଗୀଙ୍କ ଚିକିତ୍ସାରେ ସହାୟକ ହେବ । ଏଥିସହ ସ୍ବାସ୍ଥ୍ୟକର୍ମୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ମଧ୍ୟ ଏହା ସାହାଯ୍ୟ କରିବ । ଏଥିପାଇଁ ସାରା ଆମେରିକାରୁ ଡାକ୍ତର ଓ ବୈଜ୍ଞାନିକଙ୍କ ଏକ ଟିମ ଆବଶ୍ୟକ ହେଉଥିଲା । ଏହାପରେ ବିଭିନ୍ନ ହସପିଟାଲ ଓ ବ୍ଲଡ ବ୍ୟାଙ୍କର ଏକ ନେଟଓ୍ବାର୍କ ପ୍ରତିଷ୍ଠା କରାଯାଇଥିଲା ।

ଯାହା କି ସୁସ୍ଥ ହୋଇଥିବା କୋଭିଡ-୧୯ ସଂକ୍ରମିତ ରୋଗୀଙ୍କଠାରୁ ରକ୍ତ ପ୍ଲାବିକା ସଂଗ୍ରହ, ପୃଥକୀକରଣ ଓ ପ୍ରକ୍ରିୟାକରଣ କରିବ । ରକ୍ତ ପ୍ଲାବିକା ସ୍ବାସ୍ଥ୍ୟକର୍ମୀ ଓ ଫାଷ୍ଟ ରେସପଣ୍ଡରମାନଙ୍କୁ କୋଭିଡ-୧୯ରୁ କେତେ ପ୍ରଭାବଶାଳୀ ଭାବେ ସୁରକ୍ଷା ଦେଇପାରିବ, ତାହା ପ୍ରଫିଲାକ୍ସିସ୍ ଟ୍ରାଏଲରୁ ଜଣାପଡିବ ବୋଲି ବିଶେଷଜ୍ଞ କାସାଡେଭାଲ କହିଛନ୍ତି । ରୋଗରୁ ଆରୋଗ୍ୟ ହୋଇସାରିଥିବା ଲୋକଙ୍କର ରକ୍ତ ପ୍ଲାବିକା ଏକ ପରୀକ୍ଷଣରେ ବ୍ୟବହାର କରିବା କିଛି ନୂଆ କଥା ନୁହେଁ । ୟୁଏସଏଫଡିଏର ଅନୁମୋଦନ ପରେ କୋଭିଡ-୧୯ ନେଇ ଆଉ ଏକ ପରୀକ୍ଷାନିରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଆଶା କରାଯାଉଛି ଯେ, ଏହି ନୂଆ ପରୀକ୍ଷଣରୁ କୋଭିଡ-୧୯ର ଟୀକା ପ୍ରସ୍ତୁତ ନେଇ କିଛି ତଥ୍ୟ ମିଳିପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.