ETV Bharat / bharat

ଜେଏନୟୁ ହିଂସା: ସରକାରଙ୍କୁ ଘେରିଲେ ବିରୋଧି

author img

By

Published : Jan 6, 2020, 10:43 AM IST

Updated : Jan 6, 2020, 12:52 PM IST

ଜେଏନୟୁରେ ବିବାଦ। ଏହି ସମୟରେ ଉଭୟ ଏବିଭିପି ଓ ବାମପନ୍ଥୀ ଛାତ୍ର ସଙ୍ଗଠନ ପରସ୍ପରକୁ ଦୋଷାରୋପ କରିବାରେ ବ୍ୟସ୍ତ ଥିବା ବେଳେ, ବିରୋଧି କିନ୍ତୁ ଏ ଘଟଣାରେ ସରକାରଙ୍କୁ ପରୋକ୍ଷରେ ଦାୟୀ କରିଛନ୍ତି। ଅଧିକ ପଢନ୍ତୁ...

JNU violence
ଜେଏନୟୁ ହିଂସା

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ରବିବାର ହିଂସା ପରେ ବିରୋଧି ଟାର୍ଗେଟରେ ସରକାର। ଉଭୟ ଏବିଭିପି ଓ ବାମପନ୍ଥୀ ଛାତ୍ର ସଙ୍ଗଠନ ପରସ୍ପରକୁ ଦୋଷାରୋପ କରିବାରେ ବ୍ୟସ୍ତ ଥିବା ବେଳେ, ବିରୋଧି କିନ୍ତୁ ଏ ଘଟଣାରେ ସରକାରଙ୍କୁ ପରୋକ୍ଷରେ ଦାୟୀ କରିଛନ୍ତି।

JNU violence
ଜେଏନୟୁ ହିଂସା

ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କିଛି ମୁଖାଧାରୀ ବ୍ୟକ୍ତି ଜେଏନୟୁର ଛାତ୍ର ଓ ଅଧ୍ୟାପକଙ୍କ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ଅନେକ ଆହତ ହୋଇଛନ୍ତି। ଦେଶର ବାହାଦୂର ଛାତ୍ରଙ୍କୁ ଫାସୀବାଦୀ ରାଷ୍ଟ୍ର ନିୟନ୍ତ୍ରକ ଡରୁଛନ୍ତି ବୋଲି ସେ ଟ୍ବିଟ କରିଥିଲେ।

JNU violence
ଜେଏନୟୁ ହିଂସା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହି ହିଂସାକୁ ତୁରନ୍ତ ରୋକିବାକୁ ଅପିଲ କରିଛନ୍ତି। ଏହି ହିଂସାରେ ସେ ଆଶ୍ଚର୍ଯ୍ୟ ହେବା ସହ ଏହା ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ଯଦି କ୍ୟାମ୍ପସ ମଧ୍ୟରେ ଛାତ୍ର ସୁରକ୍ଷିତ ନୁହେଁ ତେବେ ଦେଶରେ କିପରି ସୁରକ୍ଷିତ ରହିବେ ବୋଲି ସେ ଟ୍ବିଟ କରିଛନ୍ତି।

JNU violence
ଜେଏନୟୁ ହିଂସା

ସିପିଆଇଏମ ମହାସଚିବ ସୀତାରମ ୟେଚୁରୀ ମଧ୍ୟ ଟ୍ବିଟ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏବିଭିପିର ଗୁଣ୍ଡା ଛାତ୍ରଙ୍କୁ ଆକ୍ରମଣ କରିଥିବାର ସେ କହିଛନ୍ତି। ଏହା ଏକ ପ୍ରାୟୋଜିତ ଆକ୍ରମଣ ବୋଲି ସେ କହିଛନ୍ତି। ଏହି ଭିଡିଓ ଦେଖି ଲାଗୁଛି କି ଆରଏସଏସ ଓ ବିଜେପି ଦେଶକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ମାତ୍ର ସେ ସଫଳ ହେବେନି ବୋଲି କହିଛନ୍ତି।

JNU violence
ଜେଏନୟୁ ହିଂସା

କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜେୱାଲା ଟ୍ବିଟ କରି ଏହାକୁ ନିନ୍ଦା କରିବା ସହ ଗୁଣ୍ଡା ମହିଳାଙ୍କୁ ମାଡ ମାରିଛନ୍ତି ବୋଲି କହିଛନ୍ତି। କ୍ୟାମ୍ପସରେ ବର୍ବରତା ହୋଇଥିବା ମାତ୍ର ଏହି ସମୟରେ କେହି ବି ପୋଲିସ ଦେଖିବାକୁ ପାଇଲେନି। କ'ଣ ବିଜେପି ଯୁବପିଢିଙ୍କ ଠାରୁ ପ୍ରତିଶୋଧ ନେବାକୁ ଚାହୁଁଛି ବୋଲି ସେ କହିଛନ୍ତି।

JNU violence
ଜେଏନୟୁ ହିଂସା

ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦମ୍ବରମ, ଏହି ଘଟଣାକୁ ଆଶ୍ଚର୍ଯ୍ୟଜନକ ବୋଲି କହିଥିଲେ। ମୁଖାଧାରୀ ଗୁଣ୍ଡା ଜେଏନୟୁ ହଷ୍ଟେଲରେ ପ୍ରବେଶ କରି ଛାତ୍ରଙ୍କୁ ମାରିବା ସମୟରେ ପୋଲିସ କେଉଁଠି ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ପ୍ରକାର ଆକ୍ରମଣ ବିନା ସରକାରଙ୍କ ସହାୟତାରେ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

JNU violence
ଜେଏନୟୁ ହିଂସା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଏହି ଭଳି ଘଟଣାକୁ ନିନ୍ଦା କରିବା ପାଇଁ ସବୁ ଶବ୍ଦ କମ୍ ପଡିବ ବୋଲି ସେ କହିଛନ୍ତି ।

JNU violence
ଜେଏନୟୁ ହିଂସା

ଅନ୍ୟପକ୍ଷେ ଜେଏନୟୁ ଛାତ୍ର ସଂସଦର ପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାର ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାର ପ୍ରଥମେ ଫିସ୍ ବୃଦ୍ଧି କଲେ ପରେ ପୋଲିସ ଦ୍ବାରା ବିଦ୍ୟାର୍ଥୀଙ୍କୁ ପିଟିଲେ ଓ ବର୍ତ୍ତମାନ ଗୁଣ୍ଡା ଲଗାଇ ଛାତ୍ରଙ୍କୁ ଆକ୍ରମଣ କରାଯାଉଛି ବୋଲି ସେ ଟ୍ବିଟ କରିଥିଲେ । ଆପଣ ଯେତେ ଛାତ୍ରଙ୍କୁ ମାରିବେ ସେମାନେ ସେତେ ମାତ୍ରାରେ ଠିଆ ହେବେ ବୋଲି ସେ କହିଛନ୍ତି।

JNU violence
ଜେଏନୟୁ ହିଂସା

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ଏହାକୁ ନିନ୍ଦା କରିବା ସହ ଏହାର ତତ୍କାଳ ଉଚ୍ଚସ୍ତରୀୟ ଯାଞ୍ଚର ଦାବି କରିଛନ୍ତି। ବିଜେପି ସମାଜରେ ଅସନ୍ତୋଷକୁ ବ୍ୟାପକ କରିବା ପାଇଁ ହିଂସାକୁ ବ୍ୟବହାର କରୁଛି। ଏବିଭିପି ବିଜେପିର ସୈନ୍ୟ ବୋଲି ସେ କହିଛନ୍ତି।

JNU violence
ଜେଏନୟୁ ହିଂସା

ଉମର ଖାଲିଦ ମଧ୍ୟ ଜେଏନୟୁର ହିଂସା ବିରୋଧରେ ମୁମ୍ବାଇରେ ନାରା ଲଗାଇଛନ୍ତି । ମୁମ୍ବାଇର ଗେଟ୍ ୱେ ଅଫ୍ ଇଣ୍ଡିଆ ସାମ୍ନାରେ ବିରୋଧର ନେତୃତ୍ବ ନେଇଛନ୍ତି। ଏହା ଦୁଇ ଗୋଷ୍ଠୀର ବିବାଦ ନୁହେଁ ବରଂ ଏହା ଏବିଭିପିର ପ୍ରାୟୋଜିତ ଆକ୍ରମଣ ବୋଲି ସେ ଟ୍ବିଟ କରିଛନ୍ତି।

JNU violence
ଜେଏନୟୁ ହିଂସା

କଂଗ୍ରେସ ନେତା କପିଲ ସିବଲ ହିଂସାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମୁଖାଧାରୀଙ୍କୁ କେମିତି ପ୍ରବେଶ ମିଳିଲା? କୁଳପତି କ'ଣ କରୁଥିଲେ? ପୋଲିସ ବାହାରେ କାହିଁକି ଠିଆ ହୋଇଥିଲା? ଗୃହମନ୍ତ୍ରୀ କ'ଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

JNU violence
ଜେଏନୟୁ ହିଂସା

ଏଆଇଏମଆଇଏମର ଅଧ୍ୟକ୍ଷ ଅସାଦୁବ୍ଦିନ ଓୱେସୀ ଏହାକୁ ନେଇ ଦୁଃଖପ୍ରକାଶ କରିଛନ୍ତି । ହିଂସାକୁ ଗ୍ରୀନ ସିଗନାଲ ଦିଆଯାଉଥିବାର ସେ କହିଛନ୍ତି। ଭାଇରାଲ ଭିଡିଓରେ ଆକ୍ରମଣକାରୀଙ୍କୁ ପୋଲିସ ସୁରକ୍ଷା ଦେଉଥିବାର ସେ ଅଭିଯୋଗ କରିଛନ୍ତି।

Intro:Body:

BLANK FOR LINK 

Conclusion:
Last Updated : Jan 6, 2020, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.