ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଥମିବାରେ ନା ନେଉନାହିଁ ପ୍ରତିବାଦ । ଦୁର୍ବୃତ୍ତଙ୍କ ଆକ୍ରମଣ ପ୍ରତିବାଦରେ ବିକ୍ଷୋଭ ଉଗ୍ର ହେବାରେ ଲାଗିଛି । ଉଭୟ ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ଛାତ୍ର ସଂଗଠନ ଉଭୟ ପରସ୍ପର ଉପରେ ଦୋଷ ଲଦିବାରେ ଲାଗିଛନ୍ତି । ଏପରି ସ୍ଥିତିରେ ସାମ୍ବାଦିକ ସମ୍ମିଳନୀ କରିଛି ଛାତ୍ର ସଂଗଠନ ଏବିଭିପି ।
ଏଆଇଏସଏଫ ପ୍ରରୋଚନାରେ ଜେଏନୟୁରେ ହିଂସା ସୃଷ୍ଟି ହୋଇଥିବା କହିଛନ୍ତି ସାଧାରଣ ସଂପାଦକ ନିଧି ତ୍ରିପାଠୀ । ସେ କହିଛନ୍ତି ଏହି ହଂସା ଘଟଣା କେବଳ ଜାନୁଆରୀ 4 ତାରିଖ ପର୍ଯ୍ୟନ୍ତ ସିମୀତ । ବିଶ୍ବବିଦ୍ୟାଳୟରେ ଘଟିଥିବା ଘଟଣା 5 ତାରିଖର ନୁହେଁ, ଏହା ପୂର୍ବରୁ ଅର୍ଥାତ ଅକ୍ଟୋବର 28 ତାରିଖରୁ କ୍ୟାମ୍ପସରେ ଏହା ଘଟିଆସିଛି ବୋଲି ସେ କହିଛନ୍ତି ।
ବିଶ୍ବବିଦ୍ୟାଳୟରେ ଫିସ ବୃଦ୍ଧି ପ୍ରତିବାଦରେ ଛାତ୍ର ଆନ୍ଦୋଳନକୁ ସେ ଭୁଲ ଦର୍ଶାଇଛନ୍ତି । ଏହା ସହ ଜାନୁୟାରୀ 5 ତାରିଖରେ ହୋଇଥିବା ହିଂସା ଏକ ନିକ୍ସଲ ପ୍ରାୟୋଜିତ ଘଟଣା ବୋଲି କହିଛନ୍ତି ଏବିଭିପି ସାଧାରଣ ସଂପାଦକ ନିଧି ତ୍ରିପାଠୀ ।