ETV Bharat / bharat

ଜେଏନୟୁ ହିଂସାକାଣ୍ଡ: 49 ଜଣଙ୍କୁ ନୋଟିସ ଜାରି, 3 ଜଣଙ୍କୁ ଆଜି ପଚରାଉଚରା

author img

By

Published : Jan 13, 2020, 12:01 PM IST

ଜେଏନୟୁ ହିଂସାକାଣ୍ଡରେ ସମ୍ପକ୍ତ 49 ଜଣଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ନୋଟିସ ଜାରି କରିଛି।

JNU violence
ଜେଏନୟୁ ହିଂସାକାଣ୍ଡ

ନୂଆଦିଲ୍ଲୀ: ଜେଏନୟୁ ହିଂସାକାଣ୍ଡ ଘଟଣାରେ ସମ୍ପୃକ୍ତ 49 ଜଣଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ ଜାରି କରାଯାଇଛି। ଏହି ତାଲିକାରେ ଅକ୍ଷତ ଅଶ୍ବସ୍ତି ଓ ରୋହିତ ଶାହ ମଧ୍ୟ ଅଛନ୍ତି। ଏହି ଦୁଇ ଜଣ ଏକ ଟିଭି ଚ୍ୟାନେଲର ଷ୍ଟିଙ୍ଗ ଅପରେସନରେ ଭାଗ ନେଇଥିଲେ। ସେହିପରି ମାମଲାରେ ଜଡିତ ଥିବା ତିନି ଜଣଙ୍କୁ ଆଜି ପଚରାଉଚରା କରାଯିବ।

ଅଶ୍ବସ୍ତି ଓ ରୋହିତ ଜେଏନୟୁର ପ୍ରଥମ ବର୍ଷର ଛାତ୍ର ହୋଇଥିବା ବେଳେ ସେମାନଙ୍କୁ ନୋଟିସ ଜାରି କରାଯାଇଛି। ପୋଲିସ ସେମାନଙ୍କ ସହ ଫୋନରେ କଥା ହୋଇଥିବା ବେଳେ ସେମାନେ ତଦନ୍ତରେ ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି। ଏହି ଦୁଇଜଣଙ୍କ ନାଁରେ ହିଂସାକାଣ୍ଡରେ ସମ୍ପୃକ୍ତି ଥିବାର ଅଭିଯୋଗ ରହିଛି।

ସେହିପରି ଭିଡିଓରେ ଦେଖାଯାଇଥିବା ମୁଖାପିନ୍ଧା ଯୁବତୀ କୋମଲ ଶର୍ମା ବୋଲି ପୋଲିସ କହିଛି। ସେ ଏକ ଚେକ ସାର୍ଟ ପିନ୍ଧି ଥିବା ବେଳେ ହାତରେ ଏକ ବାଡି ଧରିଥିବା ଦେଖାଯାଇଥିଲା। ତାଙ୍କୁ ମଧ୍ୟ ତଦନ୍ତରେ ସହଯୋଗ କରିବାକୁ ନୋଟିସ ଜାରି କରାଯାଇଛି। ପୋଲିସ ସୂଚନା ଆଧାରରେ ଜାନୁଆରୀ 4 ତାରିଖରେ ସର୍ଭର ରୁମରେ ଗଣ୍ଡଗୋଳ ହୋଇଥିଲା। ଏହା ପରଦିନ ଫୋରେନସିକ ସାଇନ୍ସ ଟିମ ପ୍ରମାଣ ସଂଗ୍ରହ କରିବାକୁ ଯାଇଥିଲା ବେଳେ ତଥ୍ୟ ସଂଗ୍ରହ କରିପାରିନଥିଲା।

ଶୁକ୍ରବାର କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଜେଏନୟୁ ସଭାପତି ଐଶୀ ଘୋଷଙ୍କ ସମେତ 9 ଜଣଙ୍କ ନାମରେ ଅଭିଯୋଗ ରହିଥିବା ପୋଲିସ ଜଣାଇଥିଲା। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଆଜି ପୋଲିସ ପଚରାଉଚରା କରୁଛି। ସେମାନଙ୍କ ସୁବିଧା ହେବା ଭଳି ସ୍ଥାନରେ ପଚରାଉଚରା କରାଯିବ ବୋଲି ପୋଲିସ କହିଛି।

Intro:Body:

JNU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.