ନୂଆଦିଲ୍ଲୀ: ଜବାହାର ଲାଲ ନେହେରୁ (ଜେଏନୟୁ) ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣା । ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ଲଦାଖର ବିଜେପି ସାଂସଦ ଜମାୟାଙ୍ଗ ସେରିଙ୍ଗ ନାମଗ୍ୟାଲ ।
ସେ କହିଛନ୍ତିଯେ, ମୁଁ ଦେଶରେ ହେଉଥିବା ଯେକୌଣସି ହିଂସା ଆଉ ବର୍ବରତାକୁ ନିନ୍ଦା କରୁଛି । ଆମେ ଏକ ଗଣତାନ୍ତ୍ରିକ ଦେଶରେ ବାସ କରୁଛୁ । ତେଣୁ ଏହାର ସଦୁପଯୋଗ କରିବା ଶିଖନ୍ତୁ । ଦୂରୁପଯୋଗ ନୁହଁ ।
ତେବେ ଗତ ରବିବାର କିଛି ମୁଖାପିନ୍ଧା ବ୍ୟକ୍ତି କ୍ୟାମ୍ପସ ମଧ୍ୟରେ ପ୍ରବେଶ କରି ବାଡି ଓ ଲୁହା ରଡରେ ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ପ୍ରାୟ 20 ଛାତ୍ରଛାତ୍ରୀ ଓ ଶିକ୍ଷକ ଆହତ ହୋଇଛନ୍ତି।