ETV Bharat / bharat

ଶରଜିଲ ଇମାମକୁ ପୁଣିଥରେ ରିମାଣ୍ଡରେ ଆଣିବ ପୋଲିସ

author img

By

Published : Jun 24, 2020, 3:05 PM IST

ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା ଜେଏନୟୁ ଛାତ୍ର ଶରଜିଲ ଇମାମକୁ ଖୁବଶୀଘ୍ର ରିମାଣ୍ଡରେ ଅଣାଯିବ । ତାକୁ ପୁଣି ଥରେ ରିମାଣ୍ଡରେ ଆଣିବା ପାଇଁ ଲାଗିପଡିଛି ଆଲିଗଡ ପୋଲିସ ।

ଶରଜିଲ ଇମାମ
ଶରଜିଲ ଇମାମ

ଲକ୍ଷ୍ନୌ: ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା ଜେଏନୟୁ ଛାତ୍ର ଶରଜିଲ ଇମାମକୁ ଖୁବଶୀଘ୍ର ରିମାଣ୍ଡରେ ଆଲିଗଡ କୋର୍ଟ ଅଣାଯିବ । ତାକୁ ପୁଣି ଥରେ ରିମାଣ୍ଡରେ ଆଣିବା ପାଇଁ ଲାଗିପଡିଛି ଆଲିଗଡ ପୋଲିସ । ଏବେ ସୁଦ୍ଧା ତାକୁ ଆଲିଗଡ ପୋଲିସ 3 ଥର ରିମାଣ୍ଡରେ ଆଣିସାରିଛି । ତେବେ ଚତୁର୍ଥ ରିମାଣ୍ଡ ପାଇଁ ପୋଲିସ ଗୁହାବତୀ ସେଣ୍ଟ୍ରାଲ ଜେଲକୁ ଇମେଲ ପଠାଇଛି ।

ସୂଚନାଯୋଗ୍ୟ ଯେ, ସରଜିର ଇମାମ ବର୍ତ୍ତମାନ ସେଣ୍ଟ୍ରାଲ ଜେଲରେ ଅଛି । 2020 ଜାନୁଆରୀ 16 ରେ ସିଏଏ ଏବଂ ଏନଆରସି ବିରୋଧୀ ପ୍ରଦର୍ଶନ ସମୟରେ ଦେଶବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାକୁ ଜେଲରେ ରଖାଯାଇଛି । ତା ବିରୋଧରେ ଦେଶଦ୍ରୋହ ଏବଂ ଅନେକ ଅପରାଧିକ ମାମଲା ରୁଜୁ ଅଛି ।

ଜେଏନୟୁ ଛାତ୍ର ସରଜିଲ ଇମାମ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ଚାଲିଥିବା ସିଏଏ ଏବଂ ଏନଆରସି ବିରୋଧୀ ପ୍ରଦର୍ଶନରେ ଦେଶ ବିରୋଧୀ ମନ୍ତବ୍ୟ ଦେଇଥିଲା । ତାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତା ନାଁରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା । ଦିଲ୍ଲୀ, ବିହାର, ଆସାମ, ଅରୁଣାଚଳ, ମଣିପୁର ଏବଂ ଉତ୍ତର ପ୍ରଦେଶ ପୋଲିସ ସରଜିଲକୁ ଗିରଫ କରିବା ପାଇଁ ଦିନରାତି ଏକ କରିଦେଇଥିଲେ । ସରଜିଲର ସାନଭାଇକୁ ପୋଲିସ ପଚରାଉଚରା କରିବା ପରେ ସେ ଲୁଚି ରହିଥିବା ସ୍ଥାନରେ ଚଢାଉ କରାଯାଇଥିଲା । ଏହାପରେ ପୋଲିସ ତାକୁ ଗିରଫ କରିଥିଲା ।

ତେବେ ଦେଶଦ୍ରୋହ ମାମଲାରେ ଫସିଥିବା ସରଜିଲ ଇମାମକୁ ଥାନା ସିଭିଲ ଲାଇନ ପୋଲିସ ସିଜେଏମ ନ୍ୟାୟାଳୟରୁ ରିମାଇଣ୍ଡର ଜାରି କରି ଗୁହାବତୀ ସେଣ୍ଟ୍ରାଲ ଜେଲ ପ୍ରଶାସନକୁ ଇମେଲ ମାଧ୍ୟମରେ ରିମାଇଣ୍ଡର ୱାରେଣ୍ଟ ପଠାଇଥିଲା ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.