ETV Bharat / bharat

ମେ 17 ଯାଏଁ ଜେଏନୟୁ ବନ୍ଦ - ଜେଏନୟୁ ବନ୍ଦ

ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ପ୍ରମୋଦ କୁମାର ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।

jnu close till may 17
ଜେଏନୟୁ ମେ 17 ଯାଏଁ ବନ୍ଦ
author img

By

Published : May 4, 2020, 7:04 PM IST

ନୂଆଦିଲ୍ଲୀ: ସମଗ୍ର ଦେଶରେ କୋରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକଡାଉନ ଅବଧିକୁ ଦୁଇ ସପ୍ତାହ ବୃଦ୍ଧି କରିଛନ୍ତି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ପ୍ରମୋଦ କୁମାର ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।

ଜେଏନୟୁ ରେଜିଷ୍ଟ୍ରାର ପ୍ରଫେସର ପ୍ରମୋଦ କୁମାର କହିଛନ୍ତି ଯେ, ସରକାରଙ୍କ ଦ୍ବାରା ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ପାଳନ କରନ୍ତୁ । ଏଥିସହ ସେ କହିଛନ୍ତି ଛାତ୍ରଛାତ୍ରୀମାନେ ଯେଉଁଠାରେ ଅଛନ୍ତି ସେଠାରେ ହିଁ ରୁହନ୍ତୁ । ଯେପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ପ୍ରଶାସନ ନକହିଛନ୍ତି ସେପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ ନଆସନ୍ତୁ । ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଜେଏନୟୁ ମେ 17 ପର୍ଯ୍ୟନ୍ତ ବନ୍ଦ ରହିବ।

ଜେଏନୟୁରେ ଆଡମିଶନ ପ୍ରକ୍ରିୟାର ତାରିଖ 15 ମଇକୁ ବୃଦ୍ଧି କରାଯାଇଛି । ଏହାଛଡା ବିଶ୍ୱବିଦ୍ୟାଳୟ ପ୍ରଶାସନ କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ଅଧିକ ସୂଚନା ପାଇଁ ବିଶ୍ୱବିଦ୍ୟାଳୟର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିବା ଉଚିତ୍।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.