ETV Bharat / bharat

ଝାଡଖଣ୍ଡ ଫଳ: ଜେଏମ୍ଏମ୍ ମେଣ୍ଟକୁ ବହୁମତ, ବହୁ ପଛରେ ବିଜେପି

ଝାଡଖଣ୍ଡର 81 ଆସନରୁ ଏବେ ସୁଦ୍ଧା 47ଟି ଆସନରେ ବାଜିମାତ କରି ସଂଖ୍ୟାଗରିଷ୍ଠତା ହାସଲ କରିଛି ଜେଏମ୍ଏମ୍ ନେତୃତ୍ବାଧୀନ ମେଣ୍ଟ। ଅନ୍ୟପକ୍ଷେ ବିଜେପି ମୋଟ 25ଟି ଆସନରେ ବିଜୟୀ ହୋଇଛି।

author img

By

Published : Dec 23, 2019, 11:58 PM IST

jharkhand assembly election
ଫାଇଲ ଫଟୋ

ରାଞ୍ଚି: ଝାରଖଣ୍ଡରେ ବିଜେପିକୁ କ୍ଷମତାଚ୍ୟୁତ କରିବାରେ ସକ୍ଷମ ହୋଇଛନ୍ତି ଜେଏମ୍ଏମ୍, କଂଗ୍ରେସ ଓ ଆରଜେଡି ମେଣ୍ଟ। ଝାଡଖଣ୍ଡର 81 ଆସନରୁ ଏବେସୁଦ୍ଧା 47ଟି ଆସନରେ ବାଜିମାତ କରି ସଂଖ୍ୟାଗରିଷ୍ଠତା ହାସଲ କରିଛି ଜେଏମ୍ଏମ୍ ନେତୃତ୍ବାଧୀନ ମେଣ୍ଟ। ରାଜ୍ୟରେ ସରକାର ଗଠନ ପାଇଁ ଆବଶ୍ୟକୀୟ ସଂଖ୍ୟା 41 ଥିବା ବେଳେ ମେଣ୍ଟ ଏହି ସଂଖ୍ୟାକୁ ପାର କରି ସରକାର ଗଢିବାର ରାସ୍ତା ସଫା କରିଛି । ଅନ୍ୟପକ୍ଷରେ ବିଜେପି ମୋଟ 25ଟି ଆସନରେ ବିଜୟୀ ହୋଇଛି।

jharkhand assembly election
ଫାଇଲ ଫଟୋ

ଜେଏମଏମ ନେତୃତ୍ବାଧୀନ ମେଣ୍ଟ ସପକ୍ଷରେ ଜନମତ ଯାଇଥିବାରୁ ଦଳର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ ଦ୍ବିତୀୟ ଥର ପାଇଁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ। ଏନେଇ ମଙ୍ଗଳବାର ଶିବୁ ସୋରେନଙ୍କ ବାସଭବନରେ ବୈଠକ ହେବ। ଏହି ବୈଠକରେ ହିଁ ହେମନ୍ତ ସୋରେନଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯିବ ବୋଲି ଆକଳନ କରାଯାଉଛି। ହେମନ୍ତ ସୋରେନ ଡିସେମ୍ବର 28ରେ ଶପଥ ଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସେପଟେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ସମେତ ବିଜେପି ସରକାରର 4 ମନ୍ତ୍ରୀଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି। ଜାମସେଦପୁର ପୂର୍ବ ଆସନରୁ ତାଙ୍କ ଦଳର ବିଦ୍ରୋହୀ ପ୍ରାର୍ଥୀ ସରୟୁ ରାୟ ତାଙ୍କୁ ପରାସ୍ତ କରିଛନ୍ତି।

Intro:Body:

Flash: Exercise caution if traveling to Uttar Pradesh where violent demonstrations continue: US mission in India issues advisory.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.