ଶ୍ରୀନଗ: କୋରୋନା ସହ ଲଢୁଛି ପାକିସ୍ତାନ। ତଥାପି ସୀମାରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବା ସହ ଗୁଳିମାଡ କରିବାରେ ପଛାଉ ନାହିଁ । ଗୁରୁବାର ଜାମ୍ମୁ କାଶ୍ମୀରର ପୁଞ୍ଚ ସେକ୍ଟରରେ ପାକିସ୍ତାନ ପଟୁ ଗୁଳିବର୍ଷଣ କରାଯିବା ଦ୍ବାରା ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ବୟସ 16 ବର୍ଷ ।
ସୂଚନା ଥାଉକି, ପାକିସ୍ତାନ ଭାରତୀୟ ନାଗରିକଙ୍କୁ ସର୍ବଦା ଟାର୍ଗେଟ କରୁଛି। ଏହି ମାସ ଆରମ୍ଭରେ କୁପୱାରାରେ ଗୁଳି ବିନିମୟରେ ତିନି ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଭାରତ ପାକିସ୍ତାନକୁ ତାଗିଦ କରି ଏଭଳି କାର୍ଯ୍ୟକଳାପରୁ ନିବୃତ୍ତ ହେବାକୁ ଚେତାବନୀ ଦେଇଥିଲେ ବି ପାକିସ୍ତାନ ସୁଧୁରିବାର ନାଁ ନେଉନି।
ଭାରତ ପାକିସ୍ତାନକୁ କୂଟନୈତିକ ଚ୍ୟାନେଲ ଦ୍ବାରା ଗୁଳିବର୍ଷଣରୁ ବିରତ ରହିବା ପାଇଁ କଠୋର ଚେତାବନୀ ଦେଇଛି। ଜାମ୍ମୁ କାଶ୍ମୀରର କୁପୱାରା ଠାରେ ପାକିସ୍ତାନ ଅନାବଶ୍ୟକ ଭାବେ ଗୁଳି ଚଳାଇଛି ଯେଉଁଠାରେ ସେନା ପୋଷ୍ଟ କିମ୍ବା କୌଣସି ସାମରିକ ଉପକରଣ ନାହିଁ। ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ପାକିସ୍ତାନୀ ସୈନିକମାନେ ଗୁଳି ଚଳାଉଛନ୍ତି।
ଏପଟେ ପାକିସ୍ତାନୀ ସେନାଙ୍କୁ କଡା ଜବାବ ଦେଉଛନ୍ତି ଭାରତୀୟ ଯବାନ। ଜମ୍ମୁ କାଶ୍ମୀର ସୋପିଆନରେ ହୋଇଥିବା ଏନକାଉଣ୍ଟରେ 3 ପାକିସ୍ତାନୀ ସେନା ନିହତ ହୋଇଛନ୍ତି।