ETV Bharat / bharat

ପୁରୁଣା ପ୍ରଥାର ନୂଆ ପରିଚୟ, ଏବେକାର ଲକ୍-ଡାଉନ୍ ସେତେଵେଳର ନିୟମ

ସ୍ବାଧୀନତାର ପରବର୍ତ୍ତୀ ଭାରତରେ ବାସ କରିବା ସତ୍ତ୍ବେ ପଶ୍ଚିମବଙ୍ଗର ନାର୍ଦିଆ ଜିଲ୍ଲାର ଦତ୍ତପୁଲିଆର ଝୋର୍ପଡା ଗାଁର ପ୍ରାୟ 350 ଲୋକ ବନ୍ଦୀ ଜୀବନ ବିତାଉଛନ୍ତି। ଗୋଟିଏ ପଟେ ବାଂଲାଦେଶୀ ଅପରାଧୀମାନଙ୍କ ନିର୍ଯାତନା ଏଵଂ ଅନ୍ୟପଟେ ବିଏସଏଫ୍ ଯବାନଙ୍କ କଟକଣା ସେମାନଙ୍କୁ ଵାହାରକୁ ବାହାର କରେଇ ଦଉନି। ଅଧିକ ଖବର ପଢନ୍ତୁ...

jhorpada-a-village-in-west-bengal
ପୁରୁଣା ପ୍ରଥାର ନୂଆ ପରିଚୟ, ଏବେ କାର ଲକ୍-ଡାଉନ୍ ସେତେଵେଳର ନିୟମ
author img

By

Published : May 11, 2020, 11:18 AM IST

କୋଲକାତା: ଦଶନ୍ଧି ଦଶନ୍ଧି ଧରି ବନ୍ଦୀ ଜୀବନ କାଟୁଥିବା ମଣିଷମାନଙ୍କ ପାଇଁ ଲକ୍-ଡାଉନ୍ ଯେମିତି ମୂଲ୍ୟହୀନ। ଯେମିତି ପ୍ରଚଳିତ ପ୍ରଥାରେ ହୋଇନି ପରିବର୍ତ୍ତନ କିନ୍ତୁ ଵଦଳି ଯାଇଛି ପରିଚୟ ! ପୂର୍ବରୁ ବନ୍ଦୀ ହୋଇ ଗାଁ ଭିତରେ ରହୁଥିବା ମଣିଷମାନେ ଇଂରାଜୀ ଶବ୍ଦ ଲକ୍-ଡାଉନ୍ ସହିତ ପରିଚିତ ହେଲା ବେଳେ ସେମାନେ ଆଗରୁ ଜାଣିଛନ୍ତି, ଏହାର ଆଇନ,କାନୁନ ଏଵଂ ଆଦବ,କାଇଦା।

ତେଵେ ପୂର୍ଵର ନିୟମ ପାଲଟିଛି ସାମ୍ପ୍ରତିକ କୋରୋନା କଟକଣା। ସ୍ବାଧୀନ ପରବର୍ତ୍ତୀ ଭାରତରେ ବାସ କରିବା ସତ୍ତ୍ବେ ପଶ୍ଚିମବଙ୍ଗର ନାର୍ଦିଆ ଜିଲ୍ଲାର ଦତ୍ତପୁଲିଆର ଝୋର୍ପଡା ଗାଁର ପ୍ରାୟ 350 ଲୋକ ବନ୍ଦୀ ଜୀବନ ବିତାଉଛନ୍ତି। ଗୋଟିଏ ପଟେ ବାଂଲାଦେଶୀ ଅପରାଧୀମାନଙ୍କ ନିର୍ଯାତନା ଏଵଂ ଅନ୍ୟପଟେ ବିଏସଏଫ୍ ଯବାନଙ୍କ କଟକଣା ସେମାନଙ୍କୁ ଵାହାରକୁ ବାହାର କରେଇ ଦଉନି। ସେମାନଙ୍କୁ ନିଜ କୁଟୀର ତଥା ଘରେକୁ ଫେରିବା ପାଇଁ ଭୟଭୀତ କରୁଛି। ଏହି ଲୋକମାନଙ୍କର ବାହାରକୁ ଯିବାର କୌଣସି ଉପାୟ ନାହିଁ।

ଏହି ଗାଁରେ ବାସ କରୁଥିବା ଲୋକଙ୍କ ପାଇଁ ସ୍ୱାଧୀନତାର କୌଣସି ଅର୍ଥ ନାହିଁ ଏବଂ ପୂଜା ପର୍ବର ଆନନ୍ଦ ନାହିଁ। ସରଳ ଭାବରେ କହିବାକୁ ଗଲେ, ସେମାନଙ୍କ ପାଇଁ ବର୍ଷସାରା ଲକଡାଉନ୍ ଲାଗୁ କରାଯାଉଛି।

ସେମାନେ ବାହ୍ୟ ଜଗତର ଅଗ୍ରଗତି ବିଷୟରେ ଅବଗତ ନୁହଁନ୍ତି ଏବଂ ସେମାନଙ୍କର କୌଣସି ଆଗ୍ରହ ନାହିଁ କାରଣ' ଏହା ସେମାନଙ୍କ ପାଇଁ କୌଣସି ଅର୍ଥ ରଖେ ନାହିଁ। ଟେଲିଭିଜନରେ ସେମାନେ ଏହି ଖବର ଦେଖନ୍ତି, ଏବଂ ତାହା ହେଉଛି ସୂଚନା ସଂଗ୍ରହର ଏକମାତ୍ର ଉତ୍ସ। ଏହି ଲୋକଙ୍କୁ ଦିନର ଏକ ନିର୍ଦ୍ଦିଷ୍ଟ ସମୟରେ ଘରୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଛି ଏବଂ ଅନ୍ୟ ସମୟରେ କର୍ଫ୍ୟୁରେ ରୁହନ୍ତି। ଇଖାମାଟି ନଦୀ ଝୋର୍ପଡା ଗ୍ରାମର ଡାହାଣ ପାର୍ଶ୍ଵରେ ପ୍ରବାହିତ ହୁଏ ଏବଂ ନଦୀ ପାର୍ଶ୍ୱରେ (ବାଂଲାଦେଶ ପାର୍ଶ୍ୱରେ)ଆଉ ଏକ ଗାଁ ଅଛି। ସେଠାରେ ଲକଡାଉନ୍ ନିୟମ ମଧ୍ୟ ପ୍ରୟୋଗ କରାଯାଇଛି।

ଯଦିଓ ରାଜ୍ୟ ସରକାରଙ୍କ ଦ୍ବାରା ଏହି ଅଞ୍ଚଳରେ ରହୁଥିବା ଲୋକଙ୍କୁ ରିଲିଫ ସାମଗ୍ରୀ ପଠାଯାଉଛନ୍ତି, କିନ୍ତୁ ବାଂଲାଦେଶର ଲୋକଙ୍କ ପାଇଁ ଅନିଶ୍ଚିତତା ରହିଛି। କାରଣ ସେମାନେ ଏପର୍ଯ୍ୟନ୍ତ କୌଣସି ରିଲିଫ ସାମଗ୍ରୀ ପାଇନାହାଁନ୍ତି। ରିଲିଫ ସାମଗ୍ରୀକୁ ସ୍ଥାନୀୟ ନେତାମାନେ ଲୁଟ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.