ରାଞ୍ଚି: ସ୍ତ୍ରୀକୁ ହତ୍ୟା କରି ନିଜ ଦୁଇ ଛୁଆଙ୍କୁ ହତ୍ୟା କଲା ବାପା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାଡଖଣ୍ତର ପାଲାମା ଜିଲ୍ଲାରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କ ସହ ଅନ୍ୟ4 ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, କୈଣସି ଏକ କାରଣକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ସ୍ବାମୀ ଏଥିରେ ରାଗିଯାଇ ପତ୍ନୀ ସହ ଦୁଇ ଛୁଆଙ୍କୁ ହତ୍ୟା କରିଥିଲେ । ଆଉ ପରେ ସେମାନଙ୍କ ମୃତଦେହକୁ ଜାତୀୟ ରାଜପଥ ନିକଟରେ ଥିବା ଏକ କୂଅରେ ଫିଙ୍ଗି ଦେଇଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୁଅରୁ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଏନେଇ ମହିଳାଙ୍କ ପରିବାର ପକ୍ଷରୁ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରାଯାଇଛି । ମୃତକ ମାନେ ହେଲ ସୋନି ଦେବୀ (25) , ଝିଅ ସମୃଦ୍ଧି (5) ଓ ପୁଅ ସମଦର୍ଶୀ (3) ଙ୍କୁ ହତ୍ୟା କରାଯାଇଥିଲା ।