ରାଞ୍ଚି: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କୁ ରାଜଧାନୀ ରାଞ୍ଚି ସ୍ଥିତ ମେନ୍ଦାତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୋରୋନାରେ ଆକ୍ରାନ୍ତ ହେବା ପରେ ସୋରେନ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ସ୍ତ୍ରୀ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ମେନ୍ଦାତା ହସ୍ପିଟାଲରେ ଶିବୁ ସୋରେନଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଥିବା ଡାକ୍ତର କହିଛନ୍ତି ଯେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି । ସୋରେନଙ୍କ ଶରୀରରେ ଅମ୍ଳଜାନର ସ୍ତର ସ୍ବାଭାବିକ ରହିଥିବାବେଳେ କେବଳ ତାଙ୍କ ବୟସକୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆବଶ୍ୟକ ସ୍ଥଳେ ତାଙ୍କୁ ଭେଣ୍ଟିଲେଟର ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।