ETV Bharat / bharat

ସୀମା ଡେଇଁଲା ପାଶବିକତା, ସନ୍ୟାସିନୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

author img

By

Published : Sep 9, 2020, 1:44 PM IST

ଆଶ୍ରମର ପ୍ରଚାର କରିବା ପାଇଁ ବାହାରକୁ ଆସିଥିବା ଜଣେ ସନ୍ନ୍ୟାସିନୀଙ୍କୁ ଦୁଷ୍କର୍ମ କଲେ 5 ଅଭିଯୁକ୍ତ । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ହସ୍ତକ୍ଷେପ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଧିକ ପଢନ୍ତୁ...

ଆଶ୍ରମରେ ପଶି ସନ୍ନ୍ୟାସିନୀଙ୍କ ସହ ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ

ରାଞ୍ଚି:ଝାଡ଼ଖଣ୍ଡର ଗୋଡ୍ଡାରେ ଘଟିଛି ଏକ ଅମାନବୀୟ ଘଟଣା । ଏଠାରେ ଜଣେ ସନ୍ନ୍ୟାସିନୀ ସହ ଗଣଦୁଷ୍କର୍ମ ହୋଇଛି । ସୋମବାର ବିଳମ୍ବିତ ରାତିରେ ମୁଫସିଲ ଥାନା ଅଞ୍ଚଳର ରାନୀଡିହ ପଞ୍ଚାୟତରେ ଥିବା ଏକ ଆଶ୍ରମରେ ଜଣେ ସନ୍ନ୍ୟାସିନୀଙ୍କୁ 5 ଜଣ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ହସ୍ତକ୍ଷେପ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୋଲିସ ସୂଚନାମୁତାବକ, ଦୁର୍ବୃତ୍ତମାନେ ରାତି ପାଖାପାଖି ସାଢ଼େ ୨ଟାରେ ଆଶ୍ରମ କାନ୍ଥ ଭାଙ୍ଗି ଭିତରେ ପଶିଥିଲେ। ସେହି ସମୟରେ ଆଶ୍ରମରେ ଜଣେ ସାଧୁଙ୍କ ସମେତ ୪ଜଣ ସନ୍ନ୍ୟାସିନୀ ଥିଲେ । ତେବେ ଦୁର୍ବୃତ୍ତମାନେ ସମସ୍ତଙ୍କୁ ମାଡ଼ମାରି ଅସ୍ତ୍ର ଦେଖାଇ ଗୋଟେ କୋଠରୀରେ ବନ୍ଦ କରି ଦେଇଥିଲେ । ଏବଂ ପରେ ତାଙ୍କ ସହ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ । ଏଭଳି ଘଟଣା ପରେ ପୀଡିତା ନିଜ ଜୀବନ ହାରି ଦେବାକୁ କହିଛନ୍ତି । ପୀଡ଼ିତା ମଙ୍ଗଳବାର ଏକ ମାମଲା ରୁଜୁ କରିଥିଲେ। ଏହା ପରେ ପୋଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି।

ପୋଲିସ୍ ଚତୁର୍ଥ ଅଭିଯୁକ୍ତକୁ ଧରିବା ପାଇଁ ଖୋଜା ଜାରି ରଖିଛି। ପୋଲିସର କହିବା ଅନୁସାରେ ପୀଡ଼ିତା ଧାର୍ମିକ ସମାରୋହରେ ଯୋଗ ଦେବା ପାଇଁ ଫେବୃୟାରୀ ମାସରେ ଆଶ୍ରମ ଆସିଥିଲେ କିନ୍ତୁ ଲକଡାଉନ୍ କାରଣରୁ ଏଠାରୁ ଯାଇ ପାରିନଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.