ରାଞ୍ଚି: ଝାଡଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା କୋଭିଡ ପଜିଟିଭ ଥିବା ଜଣା ପଡିବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ଅନ୍ୟ 7 ଜଣ ମନ୍ତ୍ରୀ ବୁଧବାର ନିଜକୁ କ୍ବାରେଣ୍ଟାଇନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା ମଙ୍ଗଳବାର କୋଭିଡ ପରୀକ୍ଷା କରିଥିଲେ, ଯେଉଁଥିରେ ସେ କୋରୋନା ପଜିଟିଭ ଥିବା ଜଣାପଡିଛନ୍ତି । ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଗୁପ୍ତା ଉପସ୍ଥିତ ଥିଲେ। ବନ୍ନା ଜାମସେଦପୁର (ପଶ୍ଚିମ) ବିଧାନସଭା ବିଭାଗର ପ୍ରତିନିଧିତ୍ୱ କରନ୍ତି । ସେ ହେମନ୍ତ ସୋରେନ ସରକରାଙ୍କ କ୍ୟାବିନେଟର ମନ୍ତ୍ରୀ ଅଟନ୍ତି ।
![ସ୍ବାସ୍ଥ୍ୟମନ୍ତ୍ରୀ ପଜିଟିଭ ହେବା ପରେ, ନିଜକୁ କ୍ବାରେଣ୍ଟାଇନ କଲେ ସିଏମଙ୍କ ସହ 7 ମନ୍ତ୍ରୀ](https://etvbharatimages.akamaized.net/etvbharat/prod-images/8477505_991_8477505_1597835255650.png)
ଏହା ପୂର୍ବରୁ ଜୁଲାଇରେ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ମିଥିଳେଶ ଠାକୁର କୋରୋନା ପଜିଟିଭ ଥିବା ଜଣାପଡିଥିଲେ । ସେତବେଳେ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜକୁ ସେଲ୍ଫ କ୍ବାରେଣ୍ଟାଇନ କରି କୋଭିଡ ପରୀକ୍ଷା କରିଥିଲେ ଓ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ