ରାଞ୍ଚି: ଦେଶରେ ଭୟ ବଢାଉଥିବା କୋରୋନା ମୁକାବିଲା ପାଇଁ ସରକାର ନେଉଛନ୍ତି ବିଭିନ୍ନ ପଦକ୍ଷେପ । ଏହି ପରିପ୍ରେକ୍ଷୀରେ ସବୁ ରାଜ୍ୟର ରାଜ୍ୟ ସରକାର ନିଜ ନିଜ ରାଜ୍ୟରେ ଏଥିରୁ ବର୍ତ୍ତିବା ପାଇଁ ନିର୍ମାଣ କରୁଛନ୍ତି ଆଇସୋଲେସନ ୱାର୍ଡ। ତେବେ ଝାଡଖଣ୍ଡ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ( ରିମ୍ସ)ରେ ପ୍ରସ୍ତୁତ ହେବାକୁ ଥିବା ଆଇସୋଲେସନ ୱାର୍ଡ ବୁଲି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ସୁଦ୍ଧା ଝାଡଖଣ୍ଡରେ କୌଣସି କୋରୋନା ପଜିଟିଭ ମାମଲା ସାମନାକୁ ଆସିନାହିଁ । ପୂର୍ବରୁ ମୋଟ 137 ଜଣଙ୍କ ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ।
@ANI