ETV Bharat / bharat

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କ କୋଭିଡ ରିପୋର୍ଟ ନେଗେଟିଭ - କୋରୋନା ନ୍ୟୁଜ

କୋରୋନା ସଂକ୍ରମିତ ବିଧାୟକ ଓ ମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସି ହୋମ କ୍ବାରେଣ୍ଟାଇନରେ ଥିଲେ ସୋରେନ । ଅଧିକ ପଢନ୍ତୁ...

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କ କୋଭିଡ ରିପୋର୍ଟ ନେଗେଟିଭ

author img

By

Published : Jul 12, 2020, 9:19 AM IST

ରାଞ୍ଚି: କୋଭିଡ ଟେଷ୍ଟ କରାଇଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ମୁଖ୍ୟମନ୍ତ୍ରୀ ସୋରେନଙ୍କ ପତ୍ନୀ ମଧ୍ୟ କୋରୋନା ପରୀକ୍ଷା କରାଇଛନ୍ତି । ଶନିବାର ଉଭୟଙ୍କ ସ୍ବାବ ଟେଷ୍ଟ କରାଯାଇଥିବାବେଳେ ରିପୋର୍ଟ ନେଗେଟିଭ ରହିଛି । ସିଏମଓଙ୍କ କାର୍ଯ୍ୟାଳୟରେ ଥିବା କର୍ମଚାରୀମାନେ ମଧ୍ୟ କୋରୋନା ପରୀକ୍ଷା କରାଇଥିଲେ ।

ମୁଖ୍ୟମନ୍ତ୍ରୀ ସୋରେନ ଜୁଲାଇ 8 ତାରିଖରୁ ହୋମ କ୍ବାରେଣ୍ଟାଇନରେ ରହିଥିଲେ । ପାନୀୟ ଓ ପରିମଳ ମନ୍ତ୍ରୀ ମିଥିଲେଶ ଠାକୁର ଓ ଜେଏମଏମ ବିଧାୟକ ମଥୁରା ମହାତୋ କୋରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ଖୋଦ ସୋରେନ । ଏହା ପରେ ସେ କ୍ବାରେଣ୍ଚାଇନରେ ରହିଥିଲେ ।

ସ୍ୱାସ୍ଥ୍ୟ କର୍ମୀମାନେ ମୁଖ୍ୟମନ୍ତ୍ରୀ, ତାଙ୍କ ପତ୍ନୀ କଳ୍ପନା ସୋରେନ, ପ୍ରେସ ପରାମର୍ଶଦାତା ଅଭିଷେକ ପ୍ରସାଦ, ବରିଷ୍ଠ ବ୍ୟକ୍ତିଗତ ସଚିବ ସୁନୀଲ ଶ୍ରୀବାସ୍ତବ ଏବଂ ସିଏମଓରେ କାର୍ଯ୍ୟ କରୁଥିବା ଅନ୍ୟ ଅଧିକାରୀ ଏବଂ ପୋଲିସ କର୍ମଚାରୀଙ୍କ ସ୍ବାବ ନମୁନା ନିଆଯାଇଥିଲା ବୋଲି ଏକ ବିବୃତ୍ତିରେ କୁହାଯାଇଛି।

ମୁଖ୍ୟମନ୍ତ୍ରୀ,ତାଙ୍କ ପତ୍ନୀ ଏବଂ ଅନ୍ୟ ଅଧିକାରୀଙ୍କ ସମସ୍ତ ସ୍ବାବ ନମୁନା ନେଗେଟିଭ ରହିଛି ବୋଲି ସିଏମଓ କାର୍ଯ୍ୟାଳୟରୁ କୁହାଯାଇଛି । ମନ୍ତ୍ରୀ ଠାକୁର ଏବଂ ବିଧାୟକ ମହାତୋଙ୍କୁ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (RIMS) ର କୋଭିଡ-19 ୱାର୍ଡରେ ଭର୍ତ୍ତି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.