ETV Bharat / bharat

ଏପ୍ରିଲ ପହିଲାରୁ ଉଡିବ ନାହିଁ ଜେଟ୍‌ ଏୟାରୱେଜ ବିମାନ ! - pilot

ଜେଟ୍‌ ଏୟାରୱେଜର ପାଖାପାଖି 1000 ପାଇଲଟ ଏପ୍ରିଲ 1 ରୁ ବିମାନ ଉଡାଇବେ ନାହିଁ । ଦରମା ନଦେଲେ ସେମାନେ ଧାରଣାରେ ବସିବେ ବୋଲି ଧମକ୍‌ ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Mar 30, 2019, 6:15 PM IST

Updated : Mar 30, 2019, 6:24 PM IST

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କମ୍ପାନୀ ଜେଟ୍‌ ଏୟାରୱେଜର ପାଖାପାଖି 1000 ରୁ ଊର୍ଦ୍ଧ୍ବ ପାଇଲଟ ଏପ୍ରିଲ 1 ରୁ ବିମାନ ଉଡାଇବେ ନାହିଁ । ବେତନ ନଦେଲେ ସେମାନେ ଧାରଣାରେ ବସିବେ ବୋଲି ଧମକ୍‌ ଦେଇଛନ୍ତି । ଏନେଇ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ)ଙ୍କୁ ପାଇଲଟ୍‌ଙ୍କ ତରଫରୁ ଏକ ପତ୍ର ଲେଖାଯାଇଛି । ଏଥିରେ ଧାରଣାରେ ବସିବା ସହ ଆଇନଗତ ପଦକ୍ଷେପ ଉଠାଇବାକୁ ଚେତାବନୀ ଦିଆଯାଇଛି ।

ପାଇଲଟ୍‌ଙ୍କୁ ବେତନ ଦେବା ଲାଗି 29 ମାର୍ଚ୍ଚ ସୁଦ୍ଧା ଏସବିଆଇରୁ ଫଣ୍ଡ ଆସିବ ବୋଲି ପୂର୍ବରୁ ଆଶ୍ବାସନା ଦିଆଯାଇଥିଲା । କିନ୍ତୁ ଦୁର୍ଭାଗ୍ୟ ବଶତଃ ଫଣ୍ଡ ଟ୍ରାନ୍ସଫର ହୋଇନଥିଲା । ସେପଟେ ମ୍ୟାନେଜମେଣ୍ଟ ପକ୍ଷରୁ ବି ବେତନକୁ ନେଇ କୌଣସି ନୂଆ ସୂଚନା ଦିଆଯାଇନାହିଁ । ତେଣୁ ଦିଲ୍ଲୀ ଏବଂ ମୁମ୍ବାଇର ସମସ୍ତ ପାଇଲଟ୍‌ ଏପ୍ରିଲ 1 ରୁ ବିମାନ ନଉଡାଇବା ନେଇ ନିଷ୍ପତି ନେଇଥିବା ଏହି ପତ୍ରରେ କୁହାଯାଇଛି ।

ସୂଚନା ଯୋଗ୍ୟ ଯେ, ଜେଟ୍‌ ଏୟାରଓ୍ବେଜ୍‌ର ପାଇଲଟ୍‌ ସମେତ ଇଞ୍ଜିନିୟର ଏବଂ କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ପାଖାପାଖି 4 ମାସ ହେବ ବେତନ ଦିଆଯାଇନାହିଁ ।

Last Updated : Mar 30, 2019, 6:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.