ETV Bharat / bharat

ଡିପ୍ରେସନର ଶିକାର ଜେଟ୍‌ ଏୟାରୱେଜ୍‌ କର୍ମଚାରୀଙ୍କ ଆତ୍ମହତ୍ୟା - ଆତ୍ମହତ୍ୟା

ଜେଟ୍‌ ଏୟାରୱେଜ ବନ୍ଦ ନେଇ ଡିପ୍ରେସନରେ କର୍ମଚାରୀ । ଡିପ୍ରେସନ୍‌ର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି କମ୍ପାନୀର ଜଣେ ସିନିୟର ଟେକ୍ନିକାଲ କର୍ମଚାରୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Apr 28, 2019, 2:04 AM IST

ମୁମ୍ବାଇ: ଜେଟ୍‌ ଏୟାରୱେଜ ବନ୍ଦ ନେଇ ଡିପ୍ରେସନରେ କର୍ମଚାରୀ । ଋଣ ଭାର ସହ ବିଭିନ୍ନ ସମସ୍ୟାକୁ ନେଇ କମ୍ପାନୀ ହଠାତ୍‌ ବନ୍ଦ ହେବା ଯୋଗୁଁ କର୍ମଚାରୀଙ୍କୁ ଲାଗିଛି ଶକ୍ତ ଆଘାତ । ଫଳରେ ଡିପ୍ରେସନ୍‌ର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି ପାଲଗଡ ଜିଲ୍ଲାରେ ରହୁଥିବା କମ୍ପାନୀର ଜଣେ ସିନିୟର ଟେକ୍ନିକାଲ କର୍ମଚାରୀ ଶୈଳେଶ ସିଂହ ।

ଶୈଳେଶ କ୍ୟାନ୍ସରରେ ପୀଡିତ ଥିବା ବେଳେ ଡିପ୍ରେସନ ଯୋଗୁଁ ସେ ନିଜ ଜୀବନ ନେବାର ଚରମ ନିଷ୍ପତ୍ତି ନେଇଥିଲେ । ସୂଚନା ଅନୁଯାୟୀ ଶୈଳେଶ ଦୀର୍ଘ ଦିନ ହେବ କ୍ୟାନ୍ସର ସହ କମ୍ପାନୀର ମାନ୍ଦାବସ୍ଥା ଯୋଗୁଁ ଦରମା ନମିଳିବାରୁ ଚିନ୍ତିତ ରହୁଥିଲେ । ତେଣେ ଦରମା ନମିଳିବାରୁ ଶୈଳେଶ ନିଜ ଚିକିତ୍ସା ମଧ୍ୟ ଠିକ ଭାବେ କରିପାରୁନଥିଲେ ।

ଫଳରେ ଦୀର୍ଘ ଦିନ ଧରି ମାନସିକ ବିଷାଦର ଶିକାର ହୋଇ ଶେଷରେ ନିଜ ଚାରି ମହଲା ଘରର ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି 45 ବର୍ଷୀୟ ଶୈଳେଶ । ଘଟଣାରେ ଶୈଳେଶଙ୍କ ପତ୍ନୀ, ଦୁଇ ଝିଅ ଓ ଦୁଇ ପୁଅ ଭାଙ୍ଗି ପଡିଥିବାବେଳେ ଏୟାର ଲାଇନ ବନ୍ଦ ହେବା ପରେ ଏହା ପ୍ରଥମ ଆତ୍ମହତ୍ୟା ବୋଲି ପ୍ରକାଶ ପାଇଛି । ତେବେ ଶୈଳେଶଙ୍କ ପୁଅ ମଧ୍ୟ ଜେଟ୍‌ ଏୟାରୱେଜ୍‌ରେ ଅପରେଶନ ଡିପାର୍ଟମେଣ୍ଟରେ କାର୍ଯ୍ୟରତ ଥିବା ଜଣାପଡିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.