ଗୌହାଟି: JEE ପରୀକ୍ଷା ଦୁର୍ନୀତିର ମୁଖ୍ୟ ମାଷ୍ଟରମାଇଣ୍ଡ ଗିରଫ । JEE ପରୀକ୍ଷା ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଭାର୍ଘବ ଡେକାଙ୍କୁ ରବିବାର ଗୌହାଟି ବିମାନବନ୍ଦରରୁ ଗିରଫ କରାଯାଇଛି। ବିମାନ ବନ୍ଦରରେ ଉପସ୍ଥିତ ଥିବା ପୋଲିସ ଟିମ୍ ତାଙ୍କୁ ଗିରଫ କରିଛନ୍ତି।
ସୂଚନା ଅନୁଯାୟୀ, ଏହି ଘୋଟାଲାର ଫର୍ଦ୍ଦାଫାଶ ହେବା ପରେ କୋଚିଂ ଇନଷ୍ଟିଚ୍ୟୁଟ୍ ଗ୍ଲୋବାଲ୍ ଏଡୁ ଲାଇଟର ମାଲିକ ଥିବା ଡେକା ଫେରାର ଥିଲା। ତେବେ ରବିବାର ପୋଲିସ ତାଙ୍କୁ ଗିରଫ କରିଥିବା ବେଳେ ଏହି ଘଟଣାରେ ଆଉ ପାଞ୍ଚ ଜଣଙ୍କୁ ଗିରଫ କରିଛି ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ