ETV Bharat / bharat

ବିହାର ନିର୍ବାଚନ ପୂର୍ବରୁ ଏନଡିଏରେ ଫାଟ; LJP ଭୂମିକାରେ ପ୍ରଶ୍ନ ଉଠାଇଲା JDU - ଏଲଜେପି ପ୍ରତିଷ୍ଠାତା ରାମବିଳାଶ ପାଶ୍ବନ

ବିହାର ବିଧାନସଭା ଲଢେଇ ପୂର୍ବରୁ ଏନଡିଏ ରେ ଫାଟ ସୃଷ୍ଟି ହୋଇଥିବା ଆଶଙ୍କା । ଏବେ 2 ସହଯୋଗୀ ପରସ୍ପର ବିରୋଧରେ ଜାରି ରଖିଛନ୍ତି ବାକ ବିତଣ୍ଡା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

LJP
LJP
author img

By

Published : Aug 14, 2020, 4:18 PM IST

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ( ଏନଡିଏ) ରେ ଫାଟ । ଲୋକଜନ ଶକ୍ତି ପାର୍ଟି ( ଏଲଜିପି) ଓ ଏହାର ମୁଖ୍ୟ ତଥା ସାଂସଦ ଚିରାଗ ପାଶୱାନ ଲଗାତର ବିହାର ସରକାରଙ୍କୁ ଆକ୍ରାମଣ ଜାରି ରଖିଛନ୍ତି । ଯାହାକୁ ନେଇ ଏବେ ଏହି ଆଶଙ୍କା କରାଯାଉଛି । ଏହାକୁ ନେଇ ଜେଡିୟୁ ନେତା ତଥା ନୀତିଶଙ୍କ ମନ୍ତ୍ରୀ ଜୟ କୁମାର କହିଛନ୍ତି ଆମେ ଏଲଜିପି ପ୍ରତିଷ୍ଠାତା ତଥା କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନଙ୍କୁ ଉଚ୍ଚିତ ସମ୍ମାନ ଦେଉଛୁ । କିନ୍ତୁ ଚିରାଗଙ୍କ ବ୍ୟବହାର ଗୋଟିଏ ସହଯୋଗୀ ଦଳର ବ୍ୟବହାର ଭଳି ଲାଗୁନାହିଁ ।

ଜୟ କୁମାର ଆହୁରି କହିଛନ୍ତି କୋରୋନା କାଳରେ ବିହାର ଅନେକ ସଂକଟ ଦେଇ ଗତି କରୁଛି । ଗୋଟିଏ ପଟେ କୋରୋନା ଅନ୍ୟପଟେ ବନ୍ୟା । ଦୁଇଟି ବିପତ୍ତିକୁ ରାଜ୍ୟ ସରକାର ମୁକାବିଲା କରୁଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦିନରାତି କାମ କରୁଛନ୍ତି । ସମସ୍ତ ପଦକ୍ଷେପ ନେଉଛନ୍ତି । କିନ୍ତୁ ଏଲଜିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିହାରରେ ଆସି ସ୍ଥିତି ଦେଖିବା ବଦଳରେ ଦିଲ୍ଲୀରେ ରହି ସରକାରଙ୍କୁ ସମାଲୋଚନା କରିବା କେତେ ଦୂର ଠିକ । କେବଳ ମିଡିଆରେ ସରକାରଙ୍କୁ ସମାଲୋଚନା କଲେ ହେବ ନାହିଁ, ସରକାରଙ୍କ କାର୍ଯ୍ୟକଳାପକୁ ଦେଖିବାକୁ ହେବ । ଚିରାଗ ପାଶୱାନଙ୍କ ଏହି ଆଚରଣ ଏବେ ଭିନ୍ନ ସନ୍ଦେଶ ଦେଉଛି ବୋଲି କହିଛନ୍ତି ଜୟ ।

ଏହାସହ ଜୟ କହିଛନ୍ତି ଚିରାଗଙ୍କ କୌଣସି କଥାକୁ ଆମେ ଗୁରୁତ୍ବ ଦେଉନାହିଁ । କାରଣ ଆମ ମେଣ୍ଟ ସିଧା ସଳଖ ବିଜେପି ସହିତ । ଆଉ 2020 ବିଧାନସଭା ନିର୍ବାଚନ ଜେଡିୟୁ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନୀତିଶଙ୍କ ନେତୃତ୍ବରେ ଲଢାଯିବ । ଆଉ ମେଣ୍ଟ 200 ରୁ ଅଧିକ ଆସନରେ ବିଜୟୀ ହେବ ।

ଜୟ ଆହୁରି କହିଛନ୍ତି ରାମ ବିଳାଶ ପାଶୱାନଙ୍କୁ ସମ୍ମାନ ଦେବାକୁ ଯାଇ ନୀତିଶ କୁମାର ପଶୁପତି ପାରସଙ୍କୁ ମନ୍ତ୍ରୀ କରିଥିଲେ । ଏହି ସବୁ ଚିରାଗ ଭୁଲିବା ଉଚିତ ନୁହେଁ । ସେହିପରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଲଗାତାର ସମ୍ପର୍କରେ ଅଛନ୍ତି । ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ କାର୍ଯ୍ୟ କରୁଛନ୍ତି । ତେବେ ଏହି ବିବାଦ ଆଗକୁ ନିର୍ବାଚନରେ ମେଣ୍ଟ ଉପରେ କିଭଳି ପ୍ରଭାବ ପକାଉଛି ତା ଉପରେ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.