ETV Bharat / bharat

ବିଜେପି-ଜେଡିୟୁ ଫାଟ: ଗୋଟିଏ ଦଳର ‘ଇଫତାର ପାର୍ଟି’ରେ ଯୋଗଦେଲାନି ଅନ୍ୟ ଦଳ

ପ୍ରଥମେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡିୟୁ ସାମିଲ ନ ହେବା ଓ ପରେ ଗତକାଲି(ରବିବାର) ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ କୌଣସି ବିଜେପି ବିଧାୟକଙ୍କୁ ମନ୍ତ୍ରୀପଦ ନମିଳିବା ଫାଟ ଚର୍ଚ୍ଚାକୁ ଆହୁରି ଉଜ୍ଜୀବିତ କରିଛି ।

ଡିଜାଇନ ଫଟୋ
author img

By

Published : Jun 3, 2019, 11:18 AM IST

ପାଟନା: ବିହାରରେ ଘନାଉଛି ବିଜେପି-ଜେଡିୟୁ ବିବାଦ । ମେଣ୍ଟରେ ଦେଖାଦେଉଛି ଫାଟ । ପ୍ରଥମେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡିୟୁ ସାମିଲ ନ ହେବା ଓ ପରେ ଗତକାଲି(ରବିବାର) ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ କୌଣସି ବିଜେପି ବିଧାୟକଙ୍କୁ ମନ୍ତ୍ରୀପଦ ନ ମିଳିବା ଫାଟ ଚର୍ଚ୍ଚାକୁ ଆହୁରି ଉଜ୍ଜୀବିତ କରିଛି ।

ତେବେ ଏହି ଶୀତଳ ବିବାଦକୁ ଆହୁରି ଦାନ ଦେଇଛି ଦୁଇ ଦଳର ‘ଇଫତାର ପାର୍ଟି’ । ଗୋଟିଏ ଦଳର ପାର୍ଟିରେ ଅନ୍ୟ ଦଳ ଯୋଗ ନଦେବା ରାଜନୈତିକ ବିଶାରଦଙ୍କୁ ଫାଟ ବାବଦରେ ଚର୍ଚ୍ଚା କରିବା ପାଇଁ ଆହୁରି ଖୋରାକ ଯୋଗାଇଛି ।

ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶିଲ ମୋଦି ଆୟୋଜନ କରିଥିବା ‘ଇଫତାର ପାର୍ଟି’ରେ କୌଣସି ଜେଡିୟୁ ନେତା ସାମିଲ ହୋଇନାହାନ୍ତି । ସେପଟେ ଜେଡିୟୁ ହଜ୍‌ ଭବନରେ ଆୟୋଜିତ କରିଥିବା ‘ଇଫତାର ପାର୍ଟି’ରେ କୌଣସି ବିଜେପି ନେତାଙ୍କ ଦର୍ଶନ ମିଳିନଥିଲା । ଯାହା ମେଣ୍ଟକୁ ଭବିଷ୍ୟତରେ ଅସୁବିଧାରେ ପକାଇପାରେ ବୋଲି କୁହାଯାଉଛି ।

ଅନ୍ୟପଟେ ଆରଜେଡି ମଧ୍ୟ ଏକ ‘ଇଫତାର ଫାର୍ଟି’ର ଆୟୋଜନ କରିଥିଲା । ଯେଉଁଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଝି ସମେତ ମହାମେଣ୍ଟର ଅନେକ ନେତା ଯୋଗ ଦେଇଥିଲେ ।

ସୂଚନାଥାଉକି, ମୋଦି ସରକାରଙ୍କ ଦ୍ବିତୀୟ ପାଳି ମନ୍ତ୍ରିମଣ୍ଡଳରେ କୌଣସି ଜେଡିୟୁ ନେତା ସାମିଲ ହୋଇନାହାନ୍ତି ।

Intro:Body:

DCDCD

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.