ETV Bharat / bharat

‘ମୋଦି-ମୋଦି କହୁଥିବା ଲୋକର ମୁହଁ ଫଟାଇଦିଅ’ - ଜେଡିଏସ ବିଧାୟକ

କଂଗ୍ରେସ ସହ ମେଣ୍ଟ କରି ଶାସକ ଜେଡିଏସ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇଛି। ଏନେଇ ଉଭୟଙ୍କ ମଧ୍ୟରେ ଆସନ ବୁଝାମଣା ମଧ୍ୟ ହୋଇସାରିଛି। କର୍ଣ୍ଣାଟକରେ 2ୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏପ୍ରିଲ 18ରେ ହେବ।

ଡିଜାଇନ ଫଟୋ
author img

By

Published : Mar 25, 2019, 1:26 PM IST

ବେଙ୍ଗାଲୁରୁ: ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜେଡିଏସ ବିଧାୟକ ଶିଭଲିଙ୍ଗ୍‌ ଗୌଡା। ମୋଦି ସମର୍ଥକଙ୍କୁ ଟାର୍ଗେଟ କରି ସେ ଏମାନଙ୍କ ମୁହଁ ଫଟାଇଦେବାକୁ କହିଛନ୍ତି। ବିଶେଷ କରି ଯେଉଁମାନେ ମୋଦି ନାମ ଜପ କରୁଛନ୍ତି ସେମାନଙ୍କୁ ମାଡ ମାରିବାକୁ ସେ କହିଛନ୍ତି।

ହସନର ଅର୍ସିକେରାରେ ଏକ ସଭାକୁ ସମ୍ବୋଧନ କରିବା ସମୟରେ ସେ ଏପରି ମନ୍ତବ୍ୟ ଦେଇଛନ୍ତି। ଗୌଡା କହିଛନ୍ତି ଯେ ମୋଦି ମୋଦି କହି ଭୋଟ ମାଗୁଥିବା ଲୋକଙ୍କୁ ମାଡ ମାର। ସେମାନଙ୍କୁ ମୁଥା ମାରି ତାଙ୍କ ମୁହଁ ଫଟାଇଦିଅ। ଲୋକଙ୍କ ପାଇଁ କାମ ନକରି ଏମାନେ କେବଳ ମୋଦି ମୋଦି ଜପୁଛନ୍ତି । ଏମାନଙ୍କୁ ଶକ୍ତ ଚଟକଣା ମାର ବୋଲି ସେ ଲୋକଙ୍କୁ ପରାମର୍ଶ ଦେଇଥିଲେ।

ଏହାସହ କେହି 15 ଲକ୍ଷ ଟଙ୍କା ପାଇଛ କି ବୋଲି ସେ ଉପସ୍ଥିତ ଲୋକଙ୍କୁ ପଚାରିଥିଲେ। ସେ କହିଥିଲେ ଯେ କୌଣସି ବିଜେପି ନେତା ଆସିଲେ ତାଙ୍କୁ ମୋଦିଙ୍କ ପ୍ରତିଶ୍ରୁତି ବିଷୟରେ ପଚାରିବ । 2014ରେ ମୋଦି ଯେତେବେଳେ କ୍ଷମତାକୁ ଆସିଲେ ସେତେବେଳେ ବହୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ବି ପୁରଣ ହୋଇନାହିଁ।

ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ସହ ମେଣ୍ଟ କରି ଶାସକ ଜେଡିଏସ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇଛି। ଏନେଇ ଉଭୟଙ୍କ ମଧ୍ୟରେ ଆସନ ବୁଝାମଣା ମଧ୍ୟ ହୋଇସାରିଛି। କର୍ଣ୍ଣାଟକରେ 2ୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏପ୍ରିଲ 18ରେ ହେବ। ଏହାପରେ 3ୟ ପର୍ଯ୍ୟାୟରେ ମଧ୍ୟ ଏଠାରେ ଏପ୍ରିଲ 23ରେ ନିର୍ବାଚନ ହେବ।

ଦିବ୍ୟାଙ୍ଗ ଙ୍କ ଅଙ୍ଗ 'ତ୍ରିଲୋଚନ '

କୁହାଯାଏ ଦୃଢ଼ ବିଶ୍ବାସୀ ସବୁ କାର୍ଯ୍ୟରେ ସଫଳତା ଆଣିଥାଏ।ନିଜ ବିଶ୍ବାସକୁ ଜାଣିପାରିଲେ ସମସ୍ତ ଅସମ୍ଭବ କୁ ସମ୍ଭବ ରେ ପରିଣତ ହୁଏ । ହେଲେ ଅସମ୍ଭବ ବାରିହୁଏ କିଛି ଦୀବ୍ୟାଙ୍ଗ ଙ୍କ କ୍ଷେତ୍ରରେ। ଏମିତି ଜଣେ ଦିବ୍ୟାଂଗ ଅଛନ୍ତି ଯିଏ ଅନ୍ୟର ଜୀବନ ଯାତ୍ରା ରେ ଟିକେ ସରଳ କରିବା ପାଇଁ ହାତ ବଢାନ୍ତି ତ୍ରିଲୋଚନ ସାହୁ । ପିଲା ଦିନରୁ ସ୍ବପ୍ନ ଦେଖିଥିବା ତ୍ରିଲୋଚନ ନିଜର ସ୍ୱପ୍ନକୁ ସାକାର କରିବାପାଇଁ ଜୀବନକୁ ଉତ୍ସର୍ଗ କରିଛନ୍ତି ଭିନ୍ନକ୍ଷମ ଙ୍କ ପାଇଁ। ସବୁବେଳେ ସବୁ ସମୟରେ ଭିନ୍ନକ୍ଷମ ପିଲାଙ୍କର ସେବାରେ ଦିନ କାଟିଥାନ୍ତି।

ତ୍ରିଲୋଚନଙ୍କ ଘର କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳରେ। ତ୍ରିଲୋଚନ ଜଣେ ମେଧାବୀ ଛାତ୍ର । ଆର୍ଥିକ ଅଭାବରୁ କିଛି ରୋଜଗାର ଆଶା ନେଇ ଚାଲି ଆସିଥିଲେ ଭୁବନେଶ୍ୱର। ପାଠ ପଢା ବନ୍ଦ କରି ରାଜଧାନୀ ରାଜା ରାସ୍ତାରେ କାମ କରିବାକୁ ଘୁରି ବୁଲୁଥିଲେ , କିନ୍ତୁ ଭାଗ୍ୟର ବିଡମ୍ବନା କୌଣସି ସ୍ଥାନରେ ମଧ୍ୟ କାମ ମିଳିନଥିଲା। ଶେଷରେ କିଛି ଉପାୟ ନପାଇ ଅଟୋ ଶିଖିବା ସହ ଭଡ଼ାରେ ଅଟୋ ଚଳାଇଲେ। ଯେମିତି ତ୍ରିଲୋଚନ ଭିନ୍ନକ୍ଷମ ହେଲେ ମଧ୍ୟ ବିଭିନ୍ନ ସ୍ଥାନରେ ଅପବ୍ୟବହାର କରାଯାଇଛି। ସମାଜରୁ ବାସନ୍ଦ କଲାପରି ବ୍ୟବହାର ହୋଇଛି ସେମିତି ଅନ୍ୟ କୌଣସି ଭିନ୍ନକ୍ଷମ ଭାଇ ଓ ଭଉଣୀ ମାନଙ୍କୁ ନ କରାଯାଉ। ସେଥିପାଇଁ ତ୍ରିଲୋଚନ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଆଶା ବଡ଼ି ହୋଇଛନ୍ତି। ରାସ୍ତାରେ ଜେଉଇଁଠି ଦିବ୍ୟଙ୍ଗ ପିଲାମାନଙ୍କ ଦେଖନ୍ତି ସଙ୍ଗେ ସଙ୍ଗେ ସାହାଯ୍ୟର ହାତ ବଢେଇଥନ୍ତି। ବିନା ସାହାଯ୍ୟରେ ଭିନ୍ନକ୍ଷମ ପିଲାମାନଙ୍କ ଠିକଣା ଜାଗାରେ ପହଞ୍ଚାଇଦେଇଥାନ୍ତି ତ୍ରିଲୋଚନ।

୨୦୧୪ମସିହାରେ ତ୍ରିଲୋଚନଙ୍କ ଜୀବନରେ ଆସିଗଲା ଏକ ଭିନ୍ନ ମୋଡ। ଏକ ଗଛରେ ଚଢ଼ିଥିବ ବେଳେ ଗଛରୁ ଖସିପଡିଲେ ତ୍ରିଲୋଚନ। ଫଳରେ ଅନ୍ୟ ଭିନ୍ନକ୍ଷମ ପରି ନିଜେ ମଧ୍ୟ ପଲଟିଯାଇଥିଲେ ଭିନ୍ନକ୍ଷମ। ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ମଧ୍ୟ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ସବୁବେଳେ ଦୁଃଖ ସୁଖ ସମୟରେ ପାଖ ରେ ରହିଥାନ୍ତି। ତ୍ରିଲୋଚନ କୁହନ୍ତି ଯେତେବେଳେ ଭିନ୍ନକ୍ଷମ ପିଲା ମାନଙ୍କୁ ରାସ୍ତାରେ କୌଣସି ଅଟୋ ନେବାକୁ ରାଜି ହୁଅନ୍ତିନି , ରାସ୍ତାରେ ଗଲାବେଳେ ବିଭିନ୍ନ ପ୍ରକାର ଦୃଘଟନା ଘଟିବା ଭଳି ପରିସ୍ଥିତି ଉପୁଜେ । ଏହି ପରିସ୍ଥିତି କୁ ଦେଖି ତ୍ରିଲୋଚନ ଜୀବନକୁ ଉତ୍ସର୍ଗ କରିଛନ୍ତି ଭିନ୍ନକ୍ଷମ ପିଲାମାନଙ୍କ ପାଇଁ। ନିଜେ ଏକ ଭଡ଼ା ଅଟୋ ଚଳାଉଛନ୍ତି। ଅଟୋ ରେ ଭିନ୍ନକ୍ଷମ ପିଲା ମାନଙ୍କ ପାଇଁ ହୁଇଲି ଚେୟାର, ଦୃଷ୍ଟିହୀନ ଙ୍କ ପାଇଁ ବାଡି, ଆଶା ବାଡ଼ି ଇତ୍ୟାଦି ରଖିଛନ୍ତି। ପ୍ରତିଟି ସମୟ ଦିବ୍ୟାଙ୍ଗ ଙ୍କ ପାଇଁ ଆଶା ବାଡ଼ି ହୋଇ ରହିବି ରହି ଥିବି ବୋଲି କୁହନ୍ତି ତ୍ରିଲୋଚନ।

Byte- ତ୍ରିଲୋଚନ ସାହୁ
Byte- ଜଗମୋହନ ସାହୁ, ଦିଵ୍ୟାଙ୍ଗ, (ଯାତ୍ରୀ)
Byte-ସଜିତା , ଦିବ୍ୟାଙ୍ଗା ( ଯାତ୍ରୀ)
Visual and byte send mojo

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.