ନୂଆଦିଲ୍ଲୀ: ଆସନ୍ତାକାଲି ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ । 23ରେ ବାହାରିବ ଫଳାଫଳ । ଆଉ ଠିକ ଏହା ପୂର୍ବରୁ ଚର୍ଚ୍ଚା ସରଗରମ । କେଉଁ ଆଞ୍ଚଳିକ ଦଳର ଆଭିମୁଖ୍ୟ କ’ଣ ହେବ, ତାକୁ ନେଇ ଜାରି ରହିଛି ସସପେନ୍ସ । ଆଉ ଏଭଳି ସମୟରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ମୁଖ୍ୟ ଏଚଡି ଦେବଗୌଡା ।
ଦେବଗୌଡା କହିଛନ୍ତି, ଆମେ କଂଗ୍ରେସ ସହ ଅଛୁ । ସରକାର କିଏ ଗଢିବ, 23ରେ ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ । ସାରା ଦେଶବାସୀଙ୍କ ମଧ୍ୟରୁ ସସପେନ୍ସ ହଟିବ । ଆଗାମୀ ରୂପରେଖ କ’ଣ ହେବ, ତାହା ମଧ୍ୟ ସ୍ପଷ୍ଟ ହେବ ବୋଲି କହିଛନ୍ତି ଦେବଗୌଡା ।