ହାଇଦ୍ରାବାଦ: ଭାରତର ଖାସ ବନ୍ଧୁ ପାଲଟିଛି ଜାପାନ । ଆତଙ୍କବାଦକୁ ନେଇ ପାକିସ୍ତାନ ବିରୋଧର ଯାଇ ଭାରତକୁ ସମର୍ଥନ ଦେବା ପରେ ଏବେ ଆରସିଇପିରେ ଭାରତକୁ ସମର୍ଥନ ଦେବାର ସଙ୍କେତ ମିଳିଛି । ଭାରତ ପରେ ଜାପାନ ମଧ୍ୟ ଚୀନର ପ୍ରତିନିଧିତ୍ବରେ ହେଉଥିବା ରିଜିଓନାଲ କମ୍ପ୍ରେହେନ୍ସିଭ୍ ଇକୋନୋମିକ୍ ପାର୍ଟନରଶିପ୍ (ଆରସିଇପି) ଚୁକ୍ତିରେ ସାମିଲ ହେବାକୁ ମନା କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଜାପାନ ଭାରତର ଅନୁପସ୍ଥିତିରେ ଏହି ଚୁକ୍ତିରେ ସାମିଲ ହେବ ନାହିଁ ବୋଲି ସଙ୍କେତ ଦେଇଛନ୍ତି ଜାପାନର କିଛି ଶୀର୍ଷ ପ୍ରତିନିଧି ।
ଜାପାନର ବୈଦେଶିକ ବ୍ୟାପାର ଉପମନ୍ତ୍ରୀ ମାକିହାରା ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି, ବର୍ତ୍ତମାନ ଆମେ ଆରସିଇପି ଚୁକ୍ତି ସମ୍ବନ୍ଧରେ ବିଚାର କରୁନାହିଁ । ଏବେ କେବଳ ଏହି ଚୁକ୍ତିରେ ଭାରତର ଉପସ୍ଥିତି ସମ୍ବନ୍ଧରେ ବିଚାର କରାଯାଉଛି । ଚୁକ୍ତିରେ ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ଦେଶକୁ ସାମିଲ କରାଯିବା ନେଇ ମାକିହାରା କହିଛନ୍ତି, ଏହି ଚୁକ୍ତି ଆର୍ଥିକ, ରାଜନୈତିକ ଏବଂ ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ବେଶ ଗୁରୁତ୍ବପୂର୍ଣ୍ଣ । ଜାପାନ ଏହି ଚୁକ୍ତିରେ ଭାରତକୁ ସାମିଲ କରିବା ପାଇଁ ପ୍ରୟାସ ଜାରି ରଖିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଭାରତର ପ୍ରମୁଖ ସମସ୍ୟା ଓ ପ୍ରସଙ୍ଗ ଗୁଡ଼ିକ ନଥିବାରୁ ଆରସିଇପି ଚୁକ୍ତିରୁ ଓହରି ଯାଇଥିଲା ଭାରତ । ଭାରତ ଉଠାଇଥିବା ପ୍ରସଙ୍ଗ ଏଥିରେ ସ୍ଥାନ ପାଇନାହିଁ। ତେଣୁ ଏହି ଚୁକ୍ତି ଠାରୁ ଭାରତ ଦୂରେଇ ରହିବା ଦରକାର ବୋଲି ପ୍ରଥମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଙ୍କେତ ଦେଇଥିଲେ।