ETV Bharat / bharat

ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଜାପାନ ପ୍ରଧାନମନ୍ତ୍ରୀ - ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ

ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ସୋମବାର ଦ୍ୱିତୀୟ ଥର ପାଇଁ ଟୋକିଓର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ସମସ୍ୟା ଯୋଗୁଁ କ୍ଷମତାରେ ରହିବାକୁ ନେଇ ସେ ନିଜେ ଚିନ୍ତା ପ୍ରକଟ କରିବା ସହ ସାଧାରଣରେ ମଧ୍ୟ ଆଲୋଚନା ହେଉଛି । ଅଧିକ ପଢନ୍ତୁ...

ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଜାପାନ ପ୍ରଧାନମନ୍ତ୍ରୀ

author img

By

Published : Aug 24, 2020, 5:30 PM IST

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ସୋମବାର ଦ୍ୱିତୀୟ ଥର ପାଇଁ ଟୋକିଓର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ମଧ୍ୟ ଶିଞ୍ଜୋଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ସମସ୍ୟା ଯୋଗୁଁ କ୍ଷମତାରେ ରହିବାକୁ ନେଇ ସେ ନିଜେ ଚିନ୍ତା ପ୍ରକଟ କରିବା ସହ ସାଧାରଣରେ ମଧ୍ୟ ଆଲୋଚନା ହେଉଛି । ତେବେ ଶିଞ୍ଜୋଙ୍କ ଦାୟୀତ୍ୱଭାର ସମ୍ଭାଳିବାକୁ ନେଇ ଲୋକଙ୍କ ମନରେ ସନ୍ଦେହ ଘନୀଭୂତ ହେବାରେ ଲାଗିଛି ।

ଜାପାନ ସରକାରଙ୍କ ମୁଖପାତ୍ର ଯୋଶୀହିଦେ ସୁଗାଙ୍କ କହିବା ଅନୁସାରେ ପ୍ରଧାନମନ୍ତ୍ରୀ ଆବେ ଏକ ସପ୍ତାହ ପୂର୍ବରୁ ଯାଞ୍ଚ ପାଇଁ ହସ୍ପିଟାଲ ଯାଇଥିଲେ । ସେହି ସମୟରେ ତାଙ୍କ ମେଡିକଲ ଚେକ ଅପ୍ ପ୍ରାୟ ୭ରୁ ୮ ଘଣ୍ଟା ଧରି ହୋଇଥିଲା । ଏବେ ଅଧିକ ଗୁରୁତର ସହିତ ଆବେଙ୍କ ଚିକିତ୍ସା ଚାଲୁଥିବା କହିଛନ୍ତି ଯୋଶୀହିଦେ । ଆବେ ଦୀର୍ଘ ସମୟ ଧରି ଜାପାନର ପ୍ରଧାନମନ୍ତ୍ରୀ ଭାବେ ରହି ଆସିଛନ୍ତି ।

ଖବର ଅନୁସାରେ ଶିଞ୍ଜୋ ଆବେ ୨୦୧୨ରେ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବରେ ଦାୟୀତ୍ୱଭାର ଗ୍ରହଣ କରିଥିଲେ । ପ୍ରଥମେ ୨୦୦୭ରେ ଶିଞ୍ଜୋ ଆବେଙ୍କୁ ଅଲସରଯୁକ୍ତ କୋଲାଇଟିସ ରୋଗ କାରଣରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ଏହି ରୋଗ କାରଣରୁ ତାଙ୍କୁ ବାରମ୍ବାର ଚେକ ଅପ କରିବାକୁ ପଡ଼ୁଛି ଏବଂ ଏଥିପାଇଁ ସେ ଚିକିତ୍ସାଧୀନ ଅଛନ୍ତି । ତେବେ ହସ୍ପିଟାଲରେ ଭର୍ତ୍ତି ହେବାପରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସୁଦ୍ଧା କାମକୁ ଫେରିଯିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.