ETV Bharat / bharat

ଭୂକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା 6.3 - ଭୂକମ୍ପରେ ଥରିଲା ଜାପାନ

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.3 ରେକର୍ଡ କରାଯାଇଛି । ସୁନାମିର କୌଣସି ସୂଚନା ନାହିଁ ।

ପ୍ରତିକାତ୍ମକ ଫଟୋ
author img

By

Published : Jul 28, 2019, 11:22 AM IST

ଟୋକିଓ: ଭୂକମ୍ପରେ ଥରିଲା ଜାପାନ । ରିକ୍ଟର ସ୍କେଲରେ ତୀବ୍ରତା 6.3 ବୋଲି ଆକଳନ କରାଯାଇଛି । ତେବେ ଏହି ଶକ୍ତିଶାଳୀ ଭୂକମ୍ପ ଜାପାନର ବେଶ ପରିଚିତ ଆୟାରଲ୍ୟାଣ୍ଡ ହନସୁରେ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏବେ ଯାଏଁ ସୁନାମିର ସତର୍କତା ଜାରି କରାଯାଇ ନାହିଁ । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣ ହନସୁ ଠାରୁ ପାଖାପାଖି 375.8 ଗଭୀରତାରେ ସୃଷ୍ଟି ହୋଇଥିଲା ।

ଖବର ଅନୁଯାୟୀ, ଗତ ମାସରେ ଜାପାନର ନୀଗାତା ଓ ୟାମାଗାତାରେ 6.5 ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଅନୂଭୁତ ହୋଇଥିଲା । ଏନେଇ ଦେଶରେ ସୁନାମି ସତର୍କ ସୂଚନା ଜାରି କରାଯିବା ସହ 1000ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ଏହାପୂର୍ବରୁ ସେପ୍ଟେମ୍ବରରେ ଉତ୍ତର ଜାପାନର ହୋକାଇଡୋ ଦ୍ବୀପରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଯାହାର ତୀବ୍ରତୀ 6.7 ଥିଲା ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିଲା। ଏହି ଭୂସ୍ଖଳନରେ ପାଖାପାଖି 40 ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା।

ପ୍ରକାଶ ଯେ, ଜାପାନ 4ଟି ଟେକଟୋନିକ ପ୍ଲେଟ ଓ ଲିଥୋସ୍ଫିୟରରେ ମଧ୍ୟରେ ଅବସ୍ଥିତ। ତେଣୁ ବର୍ଷରେ ଅନେକ ଥର ଏହା ଭୂକମ୍ପର ସାମନା କରିଥାଏ।

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.