ETV Bharat / bharat

ଦୋକାନ ସମ୍ଭାଳୁଛି କୁକୁର

ଜାପାନର ଏକ କୁକୁର ଭରସାରେ ଦୋକାନ। ଆଉ ଏହି ଦୋକାନୀ କୁକୁର ନାଁ ହେଉଛି କେନ-କୁନ। ବର୍ତ୍ତମାନ ଏହି କୁକୁରର ଫଟୋ ସୋସିଆଲ ମିଡିଆରେ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ଫାଇଲ ଫଟୋ
author img

By

Published : Mar 31, 2019, 2:10 PM IST

ନୂଆଦିଲ୍ଲୀ: ମଣିଷର ସବୁଠାରୁ ବିଶ୍ବାସଭାଜନ ହେଉଛି କୁକୁର। ଏହି କୁକୁର କେତେବେଳେ ଘର ଜଗିଥାଏ ତ ଆଉ କେତେବେଳେ ମାଲିକର ଜୀବନ ବଞ୍ଚାଇଥାଏ। ଯେଉଁଥିପାଇଁ କୁକୁରର ଉପରେ ତାର ମାଲିକ ସମ୍ପୂର୍ଣ୍ଣ ଭରଷା କରିଥାଏ ।ଏବେ ଏ ମାଲିକ କିନ୍ତୁ କୁକୁରକୁ ଘର ଜଗାଇ ନାହିଁ ବରଂ ଦୋକାନ ସମ୍ଭାଳିବାକୁ ଛାଡି ଦେଇଛି ।

ଏ କଥା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଘଟଣା ଦେଖିବାକୁ ମିଳିଛି ଜାପାନର ହୋକିଡୋ ସପରେ। ଯେଉଁଠି ଏକ କୁକୁର ନିଜର ଛୋଟ ଦୋକାନଟିକୁ ସୁରୁଖୁରୁ ଚଳାଉଛି। ଏହି ଦୋକାନୀ କୁକୁର ନାଁ ହେଉଛି କେନ-କୁନ । କୁକୁରଟି ଦୋକାନ ସାମ୍ନାରେ ସର୍ବଦା ଛିଡା ହୋଇଥାଏ । ଏହାସହ ଲୋକମାନଙ୍କୁ ପାଖରୁ ଭିନ୍ନ ଢଙ୍ଗରେ ପଇସା ଆଦାୟ କରିଥାଏ।

ଦୋକାନଟି ଆଗରେ ଲେଖାଯାଇଛି, ମୁଁ ବ୍ୟକ୍ତି ନୁହେଁ ଗୋଟେ କୁକୁର, ଏଥିପାଇଁ ଆପଣଙ୍କୁ ପଇସା ମାଗି ପାରିବିନାହିଁ। ଏଥିପାଇଁ ଉକ୍ତ ଦୋକାନକୁ ଆସୁଥିବା ଗ୍ରାହକ ମାନେ ଜିନିଷ କିଣିବା ପରେ ସେଠାରେ ଥିବା ବକ୍ସରେ ପଇସା ରଖି ଚାଲିଯାଆନ୍ତି । ବର୍ତ୍ତମାନ ଏହି କୁକୁରର ଫଟୋ ସୋସିଆଲ ମିଡିଆରେ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ, ଗୋଟିଏ ପଟେ ବହୁତ ସଂଖ୍ୟାରେ କୁକୁର ଗଳି କନ୍ଦିରେ ଘୁରି ବୁଲୁଥିବା ବେଳେ ଏହି କୁକୁରଟିର କାର୍ଯ୍ୟକୁ ସମସ୍ତେ ପ୍ରଶଂସାକରିଛନ୍ତି। ଦୋକାନ କାର୍ଯ୍ୟ ସରିବା ପରେ ମାଲିକଟି କୁକୁରଟିକୁ ଘରକୁ ନେଇକି ଯାଇଥାଏ।

Intro:Body:

ଭୁବନେଶ୍ବର: ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହୋଇଯାଇଛି ଓଲିଉଡ ଜଗତର ନବମ ଫିଲ୍ମଫେୟାର ଆୱାର୍ଡ ସେରିମୋନୀ। ଆଉ 2018ର ଏହି ଆୱାର୍ଡରେ ଶ୍ରେଷ୍ଠ ଅଭିନେତା ବାବୁସାନ ମହାନ୍ତି ହୋଇଥିବାବେଳେ ଶ୍ରେଷ୍ଠ ଅଭିନେତ୍ରୀର ଶ୍ରେୟ ନେଇଛନ୍ତି ଶିବାନୀ ସଙ୍ଗୀତା। 

ୱାଇଟ କାନଭାସ ତଥା ରୁଚି ପକ୍ଷରୁ ଆୟୋଜିତ ହେଉଥିବା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବଲିଉଡର ବିଶିଷ୍ଟ ହାସ୍ୟ ଅଭିନେତା ଜନି ଲିଭର।। ଚଳିତବର୍ଷ କଳାକାରଙ୍କ ଠାରୁ ଆରମ୍ଭ କରି ଟେକ୍ନିସିଆନଙ୍କ ପର୍ଯ୍ୟନ୍ତ ପ୍ରାୟ  25ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଜୀବନବ୍ୟାପୀ ସାଧନା ପାଇଁ ବାବୁସାନଙ୍କ ପିତା ତଥା ବିଶିଷ୍ଟ ସିନେ ଅଭିନେତା ଉତ୍ତମ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି। ପୁରସ୍କାରରେ ତାଙ୍କୁ ନଗଦ 25ହଜାର ଅର୍ଥ ରାଶି ସହିତ ଫଳକ ଓ ମାନପତ୍ର ଦେଇ କାର୍ଯ୍ୟକ୍ରମର ଉଦଘାଟକ ପୁଲିସ କମିଶନର ସତ୍ୟଜିତ ମହାନ୍ତି ଏବଂ ରୁଚି ନିର୍ଦ୍ଦେଶକ ଶରତ କୁମାର ସାହୁ ଓ ଅନ୍ୟାନ୍ୟ ସମ୍ମାନିତ ଅତିଥିମାନେ ପୁରସ୍କୃତ କରିଥିଲେ।

ତେବେ କଳାକାରଙ୍କୁ ପୁରସ୍କାର ପ୍ରଦାନ ସହିତ ମଞ୍ଚରେ ଦେଖିବାକୁ ମିଳିଥିଲା ଓଲିଉଡର କାଲାକରଙ୍କ ଦ୍ବାରା ବିଭିନ୍ନ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ। ଯାହାକୁ ଉପସ୍ଥିତ ସିନେପ୍ରେମୀମାନେ ଭରପୁର ଉପଭୋଗ କରିଥିଲେ। ଓଡିଆ କଳାକାରଙ୍କ ଛଡା ଏହି ଅବସରରେ ଜନି ଲିଭର ମଧ୍ୟ ଓଡ଼ିଆ ଦର୍ଶକଙ୍କୁ ତାଙ୍କ କମେଡିପେଡିରୁ କିଛି ହସର ଖୋରାକ ଯୋଗାଇଥିଲେ।ପରେପରେ ସଂସ୍ଥା ପକ୍ଷରୁ ସ୍ମରଣୀକା ଉନ୍ମୋଚନ କରାଯିବା ସହିତ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କିଛି କର୍କଟ ପୀଡିତ ଶିଶୁମାନଙ୍କୁ ସହାୟତା ନିମନ୍ତେ ଓଫା ପକ୍ଷରୁ 50ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।

ଶ୍ରେଷ୍ଠ କଳାକାରର ଆୱାର୍ଡ ପାଇ ବାବୁସାନ ଓ ଶିବାନୀ ମଧ୍ୟ ଖୁବ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି।ସେଥିପାଇଁ ସେ  ତାଙ୍କର ସମସ୍ତ ପ୍ରଶଂସକ ଓ ଓଡ଼ିଆ ଚଳଚ୍ଚିତ୍ରର ଦର୍ଶକମାନଙ୍କ ଭଲପାଇବା ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ପୁରସ୍କାର ତାଙ୍କୁ ଆଗକୁ ଆହୁରି ପ୍ରେରିତ କରି କାମ କରିବାକୁ ଉତ୍ସାହିତ କରିବ ବୋଲି କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.