ETV Bharat / bharat

ସ୍ବଦେଶ ଫେରିଲେ 170 ଜାପାନ ନାଗରିକ - ଭାରତ ଲକଡାଉନ

ଭାରତ ଲକ ଡାଉନ ଥିବା ବେଳେ 170 ଜଣ ଜାପାନ ନାଗରିକ ନିଜ ଦେଶକୁ ଫେରିଛନ୍ତି । ଅଧିକ ପଢନ୍ତୁ...

Japan Airlines evacuated around 170 Japanese nationals from Delhi airport to Narita Airport
ସ୍ବଦେଶ ଫେରିଲେ 170 ଜାପାନ ନାଗରିକ
author img

By

Published : Mar 27, 2020, 11:10 PM IST

ନୂଆଦିଲ୍ଲୀ: ଭାରତ ଲକ ଡାଉନ ଥିବା ବେଳେ ପ୍ରାୟ 170 ଜଣ ଜାପାନ ନାଗରିକ ନିଜ ଦେଶକୁ ଫେରିଛନ୍ତି । ସେମାନେ ଆଜି ସନ୍ଧ୍ୟା 8.30ରେ ଦିଲ୍ଲୀ ବିମାନବନ୍ଦରରୁ ନାରିତା ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିଛନ୍ତି । ଜାପାନ ସରକାର ସ୍ବତନ୍ତ୍ର ଭାବେ ପଠାଇଥିବା ଜାପାନ ଏୟାରଲାଇନ୍ସ ବିମାନରେ ଦେଶକୁ ଫେରିଛନ୍ତି । ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସେମାନେ କୋରୋନା ଲକ ଡାଉନ ପାଇଁ ଭାରତରେ ଫସି ରହିଥିଲେ । ଭାରତ ସରକାର, ଜାପାନ ବୈଦେଶିକ ବିଭାଗ ତଥା ଭାରତ ସ୍ଥିତ ଜାପାନ ଦୂତାବାସ ସହଯୋଗରେ ସେମାନେ ଘରକୁ ଫେରିଥିବା ଜଣାପଡିଛି ।

ଦେଶରେ କୋରୋନା ପ୍ରଭାବକୁ ରୋକିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21 ଦିନ ପାଇଁ ସାରା ଭାରତକୁ ଲକ ଡାଉନ କରିବାକୁ ଆହ୍ବାନ ଦେଇଛନ୍ତି । ତେବେ ବିଭିନ୍ନ ଜରୁରୀକାଳୀନ ଦ୍ରବ୍ୟ ଓ ସେବାକୁ ଉପଲବ୍ଧ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ଭାରତରେ ବର୍ତ୍ତମାନ ସୁଦ୍ଧା 843 ଜଣ କୋରୋନା ପଜିଟିଭ ରହିଛନ୍ତି । ସେହିପରି 20 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ମୋଟ 73 ଲୋକ ସୁସ୍ଥ ହୋଇଥିବା କୁହାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.