ETV Bharat / bharat

ବିଧାୟକ ପ୍ରାର୍ଥୀଙ୍କ ଉନ୍ମତ୍ତ କାଣ୍ଡ: EVM କଚାଡିଲେ, ବନ୍ଧା ହେଲେ - ପବନ କଲ୍ୟାଣ

ଗୁଟ୍ଟିର ଏକ ପୋଲିଂ ବୁଥ୍‌ରେ ଜନସେନା ପାର୍ଟିର ବିଧାୟକ ପ୍ରାର୍ଥୀ ମଧୂସୂଦନ ଗୁପ୍ତା ଇଭିଏମ୍‌ ମେସିନକୁ ତଳେ କଚାଡି ଦେଇଥିବାର ଖବର ଆସିଛି। ଉକ୍ତ ଇଭିଏମ୍‌ରେ ପ୍ରାର୍ଥୀଙ୍କ ନାମ ସଠିକ୍ ଭାବରେ ନଥିବାର ସେ ଅଭିଯୋଗ କରିଥିଲେ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ
author img

By

Published : Apr 11, 2019, 10:23 AM IST

Updated : Apr 11, 2019, 12:24 PM IST

ହାଇଦ୍ରାବାଦ: ଆଜିଠାରୁ ସାରା ଦେଶରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ଭୋଟର ଯେପରି ସୁରୁଖୁରୁରେ ମତଦାନ ଦେବେ ସେଥିପାଇଁ ସମସ୍ତ ଜାଗାରେ କଡା ସୁରକ୍ଷା ବ୍ୟବସ୍ଥା ନିଆଯାଇଛି। ତେବେ ଭୋଟ୍‌ ଗ୍ରହଣ ସମୟରେ ଭୋଟର ଶାନ୍ତି ଶୃଙ୍ଖଳା ସହକାରେ ଭୋଟ୍‌ ଦେଉଥିବାବେଳେ ପ୍ରାର୍ଥୀଙ୍କ ଉନ୍ମତ୍ତ କାଣ୍ଡ ଏବେ ସାମନାକୁ ଆସିଛି।

ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଗୁଟ୍ଟିର ଏକ ପୋଲିଂ ବୁଥ୍‌ରେ ଜନସେନା ପାର୍ଟିର ବିଧାୟକ ପ୍ରାର୍ଥୀ ମଧୂସୂଦନ ଗୁପ୍ତା ଇଭିଏମ୍‌ ମେସିନକୁ ତଳେ କଚାଡି ଦେଇଥିବାର ଖବର ଆସିଛି । ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖାଯାଇଛି ଯେ ମଧୂସୂଦନ ମିଡିଆ ସାମନାରେ ଉକ୍ତ ଇଭିଏମ୍‌ରେ ପ୍ରାର୍ଥୀଙ୍କ ନାମ ସଠିକ୍ ଭାବରେ ନଥିବାର ଅଭିଯୋଗ କରିଥିଲେ।

ଏହାସହ ଇଭିଏମ୍‌ ଟ୍ୟାମ୍ପରିଂ ଅଭିଯୋଗ ଆଣି ସେ ମେସିନକୁ ଉଠାଇ ତଳେ କଚାଡି ଦେଇଥିଲେ । ମେସିନଟିର କିଛି ଅଂଶ ଭାଙ୍ଗି ଯାଇଥିବାବେଳେ ଏହା ଆଉ କାମ କରୁନଥିବା ଜଣାପଡିଛି । ଉପସ୍ଥିତି ଗଣମାଧ୍ୟମ ପ୍ରତିନିଧି ଏହି ସମ୍ପୂର୍ଣ୍ଣ ଦୃଶ୍ୟଟିକୁ କ୍ୟାମେରାରେ ଉତ୍ତୋଳନ କରିଥିଲେ । ପରେ ପୋଲିସ ମଧୂସୂଦନଙ୍କୁ ଗିରଫ କରିଥିବାର ସୂଚନା ରହିଛି ।

ଉଲ୍ଲେଖଯୋଗ୍ୟ ଯେ ଜନସେନା ପାର୍ଟିର ମୁଖ୍ୟ ହେଉଛନ୍ତି ତେଲୁଗୁ ସୁପରଷ୍ଟାର ପବନ କଲ୍ୟାଣ । ତେବେ ଏପର୍ଯ୍ୟନ୍ତ ଏହି ଘଟଣା ଉପରେ ପବନଙ୍କ କୌଣସି ପ୍ରତିକ୍ରିୟା ଆସିନାହିଁ । ତେବେ ତେଲୁଗୁ ଦେଶମ ପାର୍ଟିର ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଏହି ଘଟଣାକୁ ନିନ୍ଦା କରି ଗୁପ୍ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି।

Intro:Body:

aslkjalks

Conclusion:
Last Updated : Apr 11, 2019, 12:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.