ETV Bharat / bharat

ପୁଲୱାମା ଆକ୍ରମଣ ସହ ଜଡିତ ନାଗ୍ରୋତା ଏନକାଉଣ୍ଟର!

author img

By

Published : Feb 1, 2020, 8:47 AM IST

ଟ୍ରକ ମାଧ୍ୟମରେ ଜମ୍ମୁରୁ ଶ୍ରୀନଗର ଯାଉଥିବା ଜୈସର 3 ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ଏହି ତିନି ଆତଙ୍କବାଦୀଙ୍କ ସମ୍ପର୍କ ରହିଛି ପୁଲୱାମା ଆକ୍ରମଣ ସହ । ଆଗକୁ ପଢନ୍ତୁ...

pulwama-angle-of-nagrota-attack
ଫାଇଲ ଫଟୋ

ଜମ୍ମୁ: ନଗ୍ରୋତା ଅଞ୍ଚଳରେ ଆଜି(ଶୁକ୍ରବାର) 3 ଜୈସ ଆତଙ୍କୀଙ୍କ ଏନକାଉଣ୍ଟର । ଟ୍ରକ ମାଧ୍ୟମରେ ଜମ୍ମୁରୁ ଶ୍ରୀନଗର ଯାଉଥିବା ଜୈସର 3 ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀଙ୍କ ମୁତାବକ, ଏହି 3 ଜଣ ଗୁରୁବାର ସୀମାପାର କରି ଜମ୍ମୁରେ ପ୍ରବେଶ କରିଥିଲେ ।

ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ନିକଟରେ ଥିବା ଟୋଲଗେଟରେ ସକାଳ 5ଟାରେ ଏକ ଟ୍ରକକୁ ରୋକାଯାଇ ଏହାର ଯାଞ୍ଚ କରାଯାଇଥିଲା । ମାତ୍ର ଏହି ସମୟରେ ଟ୍ରକ ପଛପଟେ ଲୁଚି ଥିବା ଆତଙ୍କବାଦୀ ଆଖି ପିଛୁଳାକେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଫଳରେ ଜଣେ ଯବାନ ଏଥିରେ ଆହତ ହୋଇଥିଲେ । ଅନ୍ୟପକ୍ଷେ ସୁରକ୍ଷାକର୍ମୀ 3 ଜଣଙ୍କୁ ଏନକାଉଣ୍ଟର କରିଥିଲାବେଳେ 2ଜଣ ଜଙ୍ଗଲ ଆଡକୁ ଚାଲିଯାଇଥିଲେ ।

ତେବେ ଏହି ଆକ୍ରମଣର ସମ୍ପର୍କ ପୁଲୱାମା ଆକ୍ରମଣ ସହ ଜଡିତ ଥିବାର ସୂଚନା ମିଳିଛି । ପୁଲୱାମା ଆକ୍ରମଣରେ ସାମିଲ ଥିଲା ଆଦିଲ୍ ଅହମ୍ମଦ ଡାରର ସମ୍ପର୍କିୟ ଭାଇ ସମୀର ଅହମ୍ମଦ ଡାରକୁ ଏହି ଏନକାଉଣ୍ଟର ପରେ ଗିରଫ କରାଯାଇଛି । ସମୀର ଅହମ୍ମଦ, ଆସିଫ୍ ଅଲ୍ଲୀ ମଣ୍ଟୁ, ଆସିଫ୍ ଅହମ୍ମଦ ମାଲିକକୁ ଏହି ଏନକାଉଣ୍ଟରରେ ସମ୍ପର୍କ ଥିବା ନେଇ ଗିରଫ କରାଯାଇଛି । ସୂଚନାମୁତାବକ, ଏନକାଉଣ୍ଟର ହୋଇଥିବା 3 ଆତଙ୍କବାଦୀଙ୍କୁ ଟ୍ରକରେ ପଠାଇବା ପାଇଁ ଏହି ତିନି ଜଣ ସହାୟତା କରିଛନ୍ତି । ଏହାସହ ଏମାନଙ୍କ ମଧ୍ୟରୁ ସମୀର ଓ ଆସିଫ୍ ଅଲ୍ଲୀ ପୁଲୱାମାର ବାସିନ୍ଦା ହୋଇଥିବାବେଳେ ଆସିଫ୍ ଅହମ୍ମଦ କାଞ୍ଜିଗୁଡାର ବାସିନ୍ଦା । ଅନ୍ୟପକ୍ଷେ ଜମ୍ମୁରୁ ଶ୍ରୀନଗର ନେଇଯାଉଥିବା ଟ୍ରକର ଡ୍ରାଇଭର ଓ ହେଲପରକୁ ଗିରଫ କରାଯାଇଛି ।

Intro:Body:

testing 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.