ETV Bharat / bharat

ଜମ୍ମୁ-କାଶ୍ମୀର ସଚିବାଳୟରେ ଉଡିଲା ତ୍ରିରଙ୍ଗା

author img

By

Published : Aug 25, 2019, 8:19 PM IST

ଜମ୍ମୁ-କାଶ୍ମୀରର ଶ୍ରୀନଗର ସ୍ଥିତ ସଚିବାଳୟରେ ଫରଫର ହୋଇ ଉଡିଲା ତ୍ରିରଙ୍ଗା । ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସଚିବାଳୟରୁ ପ୍ରଦେଶର ସ୍ବତନ୍ତ୍ର ପତାକାକୁ ହଟାଇ କେବଳ ଜାତୀୟ ପତାକାକୁ ସ୍ଥାନ ଦିଆଯାଇଛି ।

ଫଟୋ ସୌଜନ୍ୟ: ଏଏନଆଇ

ଶ୍ରାନଗର: ଜମ୍ମୁ-କାଶ୍ମୀରର ଶ୍ରୀନଗର ସ୍ଥିତ ସଚିବାଳୟରେ ଫରଫର ହୋଇ ଉଡିଲା ତ୍ରିରଙ୍ଗା । ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସଚିବାଳୟରୁ ପ୍ରଦେଶର ସ୍ବତନ୍ତ୍ର ପତାକାକୁ ହଟାଇ କେବଳ ଜାତୀୟ ପତାକାକୁ ସ୍ଥାନ ଦିଆଯାଇଛି । ଗତ ଦୁଇ ସପ୍ତାହ ହେବ ସେଠାରେ ଉଭୟ ତ୍ରିରଙ୍ଗା ଏବଂ ପ୍ରଦେଶର ସ୍ବତନ୍ତ୍ର ପତାକା ଲଗାଯାଇଥିଲା । ତେବେ ବର୍ତ୍ତମାନ ସେଠାକାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଜାତୀୟ ପତାକା ଲଗାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି ।

ପୂର୍ବରୁ ଜମ୍ମୁ-କାଶ୍ମୀରର ସ୍ବତନ୍ତ୍ର ସମ୍ବିଧାନ, ପତାକା ଏବଂ ଦଣ୍ଡ ସଂହିତା ଥିଲା । ଜମ୍ମୁ-କାଶ୍ମୀରର ପତାକା ଲାଲ୍‌ ରଙ୍ଗର ଥିଲା ଏବଂ ସେଠାରେ କାଶ୍ମୀର ଘାଟି, ଜମ୍ମୁ ଏବଂ ଲଦାଖକୁ ଦର୍ଶାଇବା ପାଇଁ ତିନୋଟି ଗାର କଟାଯାଇଥିଲା । ଏହା ସହିତ ଏହି ପତାକାରେ ହଳର ଚିତ୍ର ଥିଲା ଯାହା ରାଜ୍ୟର ଚାଷୀଙ୍କୁ ପ୍ରତିନିଧିତ୍ବ କରୁଥିଲା । ଏହା ଜମ୍ମୁ-କାଶ୍ମୀର ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁଥିଲା । 1952 ରେ ଜମ୍ମୁ-କାଶ୍ମୀର ରାଜ୍ୟର ସମ୍ବିଧାନ ସଭା ଏହି ପତାକାକୁ ନିଜର ଅଧିକାରୀକ ପତାକା ରୂପରେ ଗ୍ରହଣ କରିଥିଲା ।

ତେବେ ଅନୁଚ୍ଛେଦ 370 ଉଚ୍ଛେଦ ପରେ ବର୍ତ୍ତମାନ ସେଠାରେ କେବଳ ଭାରତୀୟ ସମ୍ବିଧାନ ଲାଗୁ ହେବ । ସରକାରୀ କାର୍ଯ୍ୟାଳୟରେ କେବଳ ତ୍ରିରଙ୍ଗା ଉଡିବ ଏବଂ ଭାରତୀୟ ଦଣ୍ଡ ସଂହିତାର ପାଳନ ହେବ । ପୂର୍ବରୁ ରାଜ୍ୟରେ କୌଣସି ବାହାର ବ୍ୟକ୍ତିଙ୍କୁ ଜମି କିଣିବାର ଅଧିକାର ନଥିଲା । କିନ୍ତୁ ଏବେ ସେହି ପ୍ରାବଧାନକୁ ମଧ୍ୟ ଶେଷ କରାଯାଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.