ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବର୍ତ୍ତମାନ ଦେଶର ଯେକୌଣସି ବ୍ୟକ୍ତି ଜମି କିଣି ସେଠାରେ ବସବାସ କରିପାରିବେ। ମଙ୍ଗଳବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂତନ ବିଜ୍ଞପ୍ତି ଜାରି କରାଯାଇ ଏହା କୁହାଯାଇଛି। ତେବେ ଚାଷ ଜମିରେ କିନ୍ତୁ ପ୍ରତିବନ୍ଧକ ଜାରି ରହିବ। ଜମ୍ମୁ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନାଙ୍କ ଅନୁଯାୟୀ, ଏଠାରେ ବାହ୍ୟ ଶିଳ୍ପ ପ୍ରତିଷ୍ଠା କରାଯାଉ ତେଣୁ ଶିଳ୍ପ ଜମିରେ ପୁଞ୍ଜି ବିନିଯୋଗର ଆବଶ୍ୟକତା ରହିଛି କିନ୍ତୁ ଚାଷ ଜମି କେବଳ ରାଜ୍ୟବାସୀଙ୍କ ପାଇଁ ରହିବ।
ପୂର୍ବରୁ ଜମ୍ମୁ କାଶ୍ମୀରରେ କେବଳ ସେଠାକାର ବାସିନ୍ଦା ହିଁ ଜମି କ୍ରୟ କରିପାରୁଥିଲେ କିନ୍ତୁ ବର୍ତ୍ତମାନ ବାହାର ରାଜ୍ୟର ଲୋକେ ମଧ୍ୟ ଜମି କିଣି ସେଠାରେ କାମ ଆରମ୍ଭ କରିପାରିବେ । ଜମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିୟମ ଅନୁଯାୟୀ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି । ଏଥିରେ କୌଣସି ଭାରତୀୟ ବର୍ତ୍ତମାନ ଜମ୍ମୁ କାଶ୍ମୀରରେ କାରଖାନା, ଘର କିମ୍ବା ଦୋକାନ ପାଇଁ ଜମି କିଣି ପାରିବେ। ଏଥିପାଇଁ ସ୍ଥାନୀୟ ବାସିନ୍ଦା ହେବାର ପ୍ରମାଣ ଆବଶ୍ୟକ ହେବ ନାହିଁ ।
ପ୍ରକାଶଥାଉକି, ଜମ୍ମୁ କାଶ୍ମୀରକୁ ଗତ ବର୍ଷ ଧାରା 370 ରୁ ମୁକ୍ତ କରାଯାଇଛି । ଏହାପରେ ଜମ୍ମୁ କାଶ୍ମୀର 31 ଅକ୍ଟୋବର 2019 ରେ ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇଛି। ବର୍ତ୍ତମାନ କେନ୍ଦ୍ରଶାସିତ ଅଞ୍ଚଳ ହେବାର ଏକ ବର୍ଷ ପୂରଣ ହେବା ପରେ ଜମିର ନିୟମକୁ ପରିବର୍ତ୍ତନ କରାଯାଇଛି ।