ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ କୋରୋନା ଭାଇରସ୍ ମାମଲାରେ 24 ଘଣ୍ଟାରେ ରେକର୍ଡ ସୃଷ୍ଟି କରିଛି । କେନ୍ଦ୍ରଶାସିତ ଅଞ୍ଚଳରେ ଗତ 24 ଘଣ୍ଟା ମଧ୍ୟରେ 620 ଟି ନୂଆ ମାମଲା ସାମ୍ନାକୁ ଆସିଛି । ଯାହାକି ଗୋଟିଏ ଦିନରେ ସର୍ବାଧିକ । ଏହା ସହ ଜାମ୍ମୁ କାଶ୍ମୀରରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 4,087 କୁ ବୃଦ୍ଧି ପାଇଛି । ଯେଉଁଥିରେ 2,830 ସକ୍ରିୟ ମାମଲା ଥିବାବେଳେ 1216 ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନାରେ 41 ଜଣ ପ୍ରାଣ ହରାଇଛନ୍ତି ।
ସ୍ବାସ୍ଥ୍ୟ ବିଭାଗ କହିଛି ଯେ ଜମ୍ମୁରୁ 37ଟି ଏବଂ ରବିବାର କାଶ୍ମୀରରୁ 583 ଟି ନୂଆ କୋରୋନା ରିପୋର୍ଟ ଆସିଛି । ଏହାପୂର୍ବରୁ ଶନିବାର ଜମ୍ମୁ-କାଶ୍ମୀରରେ କୋଭିଡ-19 ସଂକ୍ରମଣ ହେତୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କାଶ୍ମୀର ଉପତ୍ୟକାରେ ଦୁଇଟି ମୃତ୍ୟୁ ଘଟିଥିବା ବେଳେ ଜମ୍ମୁ ଅଞ୍ଚଳରେ ଗୋଟିଏ ମୃତ୍ୟୁ ଘଟିଛି । ସେହିପରି ଦକ୍ଷିଣ-କାଶ୍ମୀରର ଶୋପିଆନ୍ ଜିଲ୍ଲାର ଜଣେ 70 ବର୍ଷ ବୟସ୍କ ବ୍ୟକ୍ତି ଶନିବାର ଦିନ କୋଭିଡ-19 ରୋଗୀଙ୍କ ପାଇଁ ନିର୍ମିତ ହାର୍ଟ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି ।